-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
26-May-2025
ବଲାଙ୍ଗୀର (ପ୍ରେରଣା ଖବର): ଗତ ୨୩ ତାରିଖରେ ବଡ ଖବର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଜୟ ପ୍ରଧାନ ନିଜ ପୁତୁରା ଯୁଗଳ କିଶୋର ସାମଲଙ୍କ ସହ ଖବର ସଂଗ୍ରହ କରିବା ପାଇଁ ପୁଇଁତଳା ଥାନା କୁଲଥିପାଲି ଗ୍ରାମକୁ ଯାଇଥିଲେ l ଏହି ଗାଁ ରେ ଚାଲିଥିବା ଏକ ଗାର୍ଡ ୱାଲ କାମରେ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ଏହାର ଭିଡ଼ିଓ ଉତ୍ତୋଳନ କରୁଥିବା ବେଳେ ଗଜେନ୍ଦ୍ର ଦଲେଇ ନାମକ ଜଣେ ଠିକାଦାର ଓ ତାଙ୍କ କିଛି ସହଯୋଗୀ ବିଜୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲ l ଏହି ଘଟଣା ପରେ ବିଭିନ୍ନ ସାମ୍ବାଦିକ ସଂଘ ତରଫରୁ ଦୋଷୀ ଠିକାଦାରଙ୍କୁ ଗିରଫ୍ କରାଯିବା ପାଇଁ ଦାବି କରାଯାଇଥିଲା l ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ସହ ନେଇ ବଲାଙ୍ଗୀର ଏସ୍ ପି ଅଭିଳାଷ ଜୀ ଙ୍କ ନିର୍ଦ୍ଦେଶ କ୍ରମେ ପୁଇଁତଳା ଆଇ ଆଇ ସି ଅନୀତା ପ୍ରଧାନ ଙ୍କ ନେତୃତ୍ଵରେ ତଥା ସଦର୍ ଏସ୍ ଡି ପି ଓ ଏସ୍. କେ. ଉପାଧ୍ୟୟଙ୍କ ପରିଚାଳନାରେ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା l ତେବେ ଏ ସଂକ୍ରାନ୍ତରେ ଆଜି ବଲାଙ୍ଗୀର ପୋଲିସ ୪ଜଣ ଅଭିଯୁକ୍ତ କୁଲଥିପାଲି ଗାଁ ର ଅବିନାଶ ଦଲେଇ (୨୫), ଗୁମର ନାଏକ(୪୦) ଓ ବରପାଲି ପଡ଼ାର ଆଦିତ୍ୟ ଜେନା (୩୧) ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବେଳେ ସିଦ୍ଧାର୍ଥ ନାଏକ(୨୬) ନାମକ ଜଣେ ନାବାଳକକୁ ଅଟକ ରଖିଛି l ଏମାନଙ୍କ ନାମରେ ପୁଇଁତଳା ଥାନା କେସ୍ ନମ୍ଵର୍ ୨୬୫ ରେ ଏକ ମାମଲା ରୁଜୁ ହୋଇଛି l ଆଜି ବଲାଙ୍ଗିର ଟାଉନ୍ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍ ପି ଅଭିଳାଷ ଜୀ ଏହି ସୂଚନା ଦେଇଛନ୍ତି