ରିପୋର୍ଟ: ସୁପ୍ରିୟା ଷଡଙ୍ଗୀ 

ରାୟଗଡ-ରାୟଗଡ   ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା  ପ୍ରସ୍ତୁତି ବୈଠକ ଆଜି ରାୟଗଡ  ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱରୀଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l 

 ଏହି ବୈଠକରେ ମାନ୍ୟବର ରାୟଗଡ, ବିଧାୟକ, କାଡ୍ରାକ ଅlପ୍ପlଲସ୍ୱାମୀ ଅତିରିକ୍ତ ଜିଲ୍ଲାପାଳ, ନବୀନ ଚନ୍ଦ୍ର ନାଏକ, ପିଏ ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋଜ କୁମାର ନାହାକ,ସମସ୍ତ ତହସିଲଦାର,  ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରି ଆଗାମୀ ଦିନ ମାନଙ୍କରେ ସମ୍ଭlବ୍ୟ ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା  ଉପରେ ଆଲୋଚନା କରିଥିଲେ l ମାନ୍ୟବର ବିଧାୟକ ନିଜର ବକ୍ତବ୍ୟରେ କହିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତେ ଏକଜୁଟ ହୋଇ ମୁକାବିଲା କରିବାକୁ ପଡିବ  ସେଥି ପାଇଁ ଆଗୁଆ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ l ପୌରନିର୍ବାହୀ ଅଧିକାରୀ ମାନେ ବସ୍ତି ଅଂଚଳ ଚିନ୍ନଟ କରି ସେମାନଙ୍କ ସୁରକ୍ଷା ନିମନ୍ତେ କାମ କରିବାକୁ କହିଥିଲେ l ମଶା ପ୍ରାଦୁର୍ଭାବକୁ ରୋକିବା ନିମନ୍ତେ ନିୟମିତ ଔଷଧ ଛିଞ୍ଚନ ଓ ଘଡଘଡି  ଚଡଚଡ଼ିର ପ୍ରକୋପ ହ୍ରାସ ପାଇଁ ତାଳ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ ସେଥିନିମନ୍ତେ ବିସ୍ତ୍ରୁତଭାବେ ଆଲୋଚନା କରିଥିଲେ l ଜିଲ୍ଲାର ପ୍ରମୁଖ ନଦୀବନ୍ଧ ଯଥା ନାଗାବଳି, ବଂଶଧାରାନଦୀଜଳ ପ୍ରବାହିତ ନଦୀବନ୍ଧ ଗୁଡିକର ସ୍ଥିତି ସଂପୃକ୍ତ ଵିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ l ଦୁର୍ବଳ ନଦୀବନ୍ଧ ଗୁଡ଼ିକର ଚିହ୍ନଟ କରି ତୁରନ୍ତ ବର୍ଷା ଦିନ ପୂର୍ବରୁ ମରାମତି କରିବାକୁ  ଜିଲ୍ଲାପାଳ  ନିର୍ଦ୍ଧେଶ ଦେଇଥିଲେ l ବିଡ଼ିଓ ତହସିଲଦାର ମାନେ ପ୍ରତ୍ୟକ ବ୍ଲକ ସ୍ତରରେ ପ୍ରସ୍ତୁତି ରହିବାକୁ ବୈଠକ କରିବେ ଏବଂ ଆସନ୍ତା ୩ଦିନ ମଧ୍ୟରେ  ନିଜ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷର ନୋଡାଲ ଅଧିକାରୀ ଓ ଦୂରଭାଷା ନମ୍ବର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ଦେବାକୁ ନିର୍ଦ୍ଧେଶ ଦେଲେ l ପାଣିପାଗ ସୂଚନା ନିୟମିତ ଭାବରେ ସମସ୍ତଙ୍କୁ ଅବଗତ କରିବେ ଯାହାଫଳରେ ସମସ୍ତେ ସତର୍କ ହେବ ବୋଲି ଜିଲ୍ଲାପାଳ କହିଥିଲେ l ବିପର୍ଯ୍ୟୟ ସମୟରେ ଖବର ଯୋଗାଯୋଗ ସ୍ଥାପନ ନିମନ୍ତେ  ପୋଲିସ ଓ ଟେଲିଫୋନ ବିଭାଗକୁ ଅସ୍ଥାୟୀ ବେତାର ଵ୍ୟଵସ୍ଥା କରିବl ପାଇଁ କୁହାଯlଇଛି l ବନ୍ୟା ସମୟରେ ନଦୀ ଘାଟରେ ଯାତାୟାତ ନିମନ୍ତେ ଡ଼ଙ୍ଗା ବ୍ୟବସ୍ଥା କରିବାକୁ ବନ୍ୟା ପ୍ରବଣ ବ୍ଲକ ବିଡ଼ିଓ, ତହସିଲଦାର ମlନଙ୍କୁ ନିର୍ଦ୍ଧେଶ ଦିଆଯାଇଛି l
ବନ୍ୟା ପ୍ରବଣ ଅଂଚଳ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା-ଚାଉଳ,ଚୂଡ଼ା,ଗୁଡ,ବିସ୍କୁଟ, ମହମବତୀ,କିରାସିନି  ଆଦି ଶୁଖିଲା ଖାଦ୍ୟ ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ  ନିର୍ଦ୍ଧେଶ ଦେଇଛନ୍ତି l ଏହି ସମୟରେ ବିଶୁଦ୍ଧ ପାନୀୟଜଳ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ  ଗ୍ରାମୀୟ ଜଳ ଯୋଗାଣ ସଂସ୍ଥା ଓ ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l  ଦୁର୍ଘମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆଗୁଆ ଔଷଧ,ସାପକାମୁଡା ନିରକରଣ ଇଂଜେକସନ , ଓଆରଏସ , ହେଲୋଜେନ , ବ୍ଲିଚିଂ ପାଉଡର, କ୍ଲୋରିନ ବଟିକା  ଆଦି ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ  ଜିଲ୍ଲା ପାଳ ନିର୍ଦ୍ଧେଶ ଦେଇଛନ୍ତି l ପ୍ରାଣୀ ଚିକିତ୍ସା ପାଇଁ ମଧ୍ୟ ଆଗୁଆ ବ୍ୟବସ୍ଥା କରିବାକୁ ଜିଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି l ମେଲେରିଆ, ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବର୍ଷାଦିନ ପୂର୍ବରୁ ନାଲନର୍ଦ୍ଦମା ଗୁଡିକର ସଫାସୁତୁରା ଓ ମରାମତି କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ କୁହାଯାଇଛି l ବନ୍ୟା ବାତ୍ୟା ସମୟରେ ଚାଷୀମାନଙ୍କୁ ଆଗୁଆ

"/>

-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||     

HOME   ଜିଲ୍ଲା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

17-May-2025



ରିପୋର୍ଟ: ସୁପ୍ରିୟା ଷଡଙ୍ଗୀ 

ରାୟଗଡ-ରାୟଗଡ   ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା  ପ୍ରସ୍ତୁତି ବୈଠକ ଆଜି ରାୟଗଡ  ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱରୀଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l 

 ଏହି ବୈଠକରେ ମାନ୍ୟବର ରାୟଗଡ, ବିଧାୟକ, କାଡ୍ରାକ ଅlପ୍ପlଲସ୍ୱାମୀ ଅତିରିକ୍ତ ଜିଲ୍ଲାପାଳ, ନବୀନ ଚନ୍ଦ୍ର ନାଏକ, ପିଏ ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋଜ କୁମାର ନାହାକ,ସମସ୍ତ ତହସିଲଦାର,  ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରି ଆଗାମୀ ଦିନ ମାନଙ୍କରେ ସମ୍ଭlବ୍ୟ ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା  ଉପରେ ଆଲୋଚନା କରିଥିଲେ l ମାନ୍ୟବର ବିଧାୟକ ନିଜର ବକ୍ତବ୍ୟରେ କହିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତେ ଏକଜୁଟ ହୋଇ ମୁକାବିଲା କରିବାକୁ ପଡିବ  ସେଥି ପାଇଁ ଆଗୁଆ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ l ପୌରନିର୍ବାହୀ ଅଧିକାରୀ ମାନେ ବସ୍ତି ଅଂଚଳ ଚିନ୍ନଟ କରି ସେମାନଙ୍କ ସୁରକ୍ଷା ନିମନ୍ତେ କାମ କରିବାକୁ କହିଥିଲେ l ମଶା ପ୍ରାଦୁର୍ଭାବକୁ ରୋକିବା ନିମନ୍ତେ ନିୟମିତ ଔଷଧ ଛିଞ୍ଚନ ଓ ଘଡଘଡି  ଚଡଚଡ଼ିର ପ୍ରକୋପ ହ୍ରାସ ପାଇଁ ତାଳ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ ସେଥିନିମନ୍ତେ ବିସ୍ତ୍ରୁତଭାବେ ଆଲୋଚନା କରିଥିଲେ l ଜିଲ୍ଲାର ପ୍ରମୁଖ ନଦୀବନ୍ଧ ଯଥା ନାଗାବଳି, ବଂଶଧାରାନଦୀଜଳ ପ୍ରବାହିତ ନଦୀବନ୍ଧ ଗୁଡିକର ସ୍ଥିତି ସଂପୃକ୍ତ ଵିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ l ଦୁର୍ବଳ ନଦୀବନ୍ଧ ଗୁଡ଼ିକର ଚିହ୍ନଟ କରି ତୁରନ୍ତ ବର୍ଷା ଦିନ ପୂର୍ବରୁ ମରାମତି କରିବାକୁ  ଜିଲ୍ଲାପାଳ  ନିର୍ଦ୍ଧେଶ ଦେଇଥିଲେ l ବିଡ଼ିଓ ତହସିଲଦାର ମାନେ ପ୍ରତ୍ୟକ ବ୍ଲକ ସ୍ତରରେ ପ୍ରସ୍ତୁତି ରହିବାକୁ ବୈଠକ କରିବେ ଏବଂ ଆସନ୍ତା ୩ଦିନ ମଧ୍ୟରେ  ନିଜ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷର ନୋଡାଲ ଅଧିକାରୀ ଓ ଦୂରଭାଷା ନମ୍ବର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ଦେବାକୁ ନିର୍ଦ୍ଧେଶ ଦେଲେ l ପାଣିପାଗ ସୂଚନା ନିୟମିତ ଭାବରେ ସମସ୍ତଙ୍କୁ ଅବଗତ କରିବେ ଯାହାଫଳରେ ସମସ୍ତେ ସତର୍କ ହେବ ବୋଲି ଜିଲ୍ଲାପାଳ କହିଥିଲେ l ବିପର୍ଯ୍ୟୟ ସମୟରେ ଖବର ଯୋଗାଯୋଗ ସ୍ଥାପନ ନିମନ୍ତେ  ପୋଲିସ ଓ ଟେଲିଫୋନ ବିଭାଗକୁ ଅସ୍ଥାୟୀ ବେତାର ଵ୍ୟଵସ୍ଥା କରିବl ପାଇଁ କୁହାଯlଇଛି l ବନ୍ୟା ସମୟରେ ନଦୀ ଘାଟରେ ଯାତାୟାତ ନିମନ୍ତେ ଡ଼ଙ୍ଗା ବ୍ୟବସ୍ଥା କରିବାକୁ ବନ୍ୟା ପ୍ରବଣ ବ୍ଲକ ବିଡ଼ିଓ, ତହସିଲଦାର ମlନଙ୍କୁ ନିର୍ଦ୍ଧେଶ ଦିଆଯାଇଛି l
ବନ୍ୟା ପ୍ରବଣ ଅଂଚଳ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା-ଚାଉଳ,ଚୂଡ଼ା,ଗୁଡ,ବିସ୍କୁଟ, ମହମବତୀ,କିରାସିନି  ଆଦି ଶୁଖିଲା ଖାଦ୍ୟ ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ  ନିର୍ଦ୍ଧେଶ ଦେଇଛନ୍ତି l ଏହି ସମୟରେ ବିଶୁଦ୍ଧ ପାନୀୟଜଳ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ  ଗ୍ରାମୀୟ ଜଳ ଯୋଗାଣ ସଂସ୍ଥା ଓ ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l  ଦୁର୍ଘମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆଗୁଆ ଔଷଧ,ସାପକାମୁଡା ନିରକରଣ ଇଂଜେକସନ , ଓଆରଏସ , ହେଲୋଜେନ , ବ୍ଲିଚିଂ ପାଉଡର, କ୍ଲୋରିନ ବଟିକା  ଆଦି ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ  ଜିଲ୍ଲା ପାଳ ନିର୍ଦ୍ଧେଶ ଦେଇଛନ୍ତି l ପ୍ରାଣୀ ଚିକିତ୍ସା ପାଇଁ ମଧ୍ୟ ଆଗୁଆ ବ୍ୟବସ୍ଥା କରିବାକୁ ଜିଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି l ମେଲେରିଆ, ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବର୍ଷାଦିନ ପୂର୍ବରୁ ନାଲନର୍ଦ୍ଦମା ଗୁଡିକର ସଫାସୁତୁରା ଓ ମରାମତି କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ କୁହାଯାଇଛି l ବନ୍ୟା ବାତ୍ୟା ସମୟରେ ଚାଷୀମାନଙ୍କୁ ଆଗୁଆ

ସତର୍କ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲାପାଳ କହିଥିଲେ l ବlତ୍ୟା ଆଶ୍ରୟ ସ୍ଥଳି,ବlତ୍ୟା ସମୟରେ ବ୍ୟବହାର ନିମନ୍ତେ ଚିହ୍ନଟ କରାଯାଇ ବିଦ୍ୟାଳୟ ଗୁଡିକର ପ୍ରସ୍ତୁତ ରଖିବାକୁ  ନିର୍ବାହୀ ଅଧିକାରୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ସେହି ଆଶ୍ରୟସ୍ଥଳୀର ଦାୟିତ୍ବସମ୍ପନ୍ନ ଲୋକଙ୍କ ଯୋଗାଯୋଗ ନମ୍ବର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି l ବର୍ଷାମାପ ଯନ୍ତ୍ର  ସାହାଯ୍ୟରେ ବର୍ଷାର ସଠିକ ମାପ କରି ରିପୋର୍ଟ ଦେବାକୁ  ଜିଲ୍ଲାପାଳ  କହିଥିଲେ  l ବର୍ଷାଦିନ ପୂର୍ବରୁ ରାସ୍ତା ଘାଟ, ବିଦ୍ୟୁତ ଯୋଗାଯୋଗ କାର୍ଯ୍ୟ ଗୁଡ଼ିକର ମରାମତି କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ  ନିର୍ଦ୍ଦେଶ ଦିଆଯାଇଛି l ବନ୍ୟl ବାତ୍ୟା ମୁକାବିଲା ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି, ଡ଼ଙ୍ଗା ସହ ପ୍ରସ୍ତୁତି ରହିବାକୁ  ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭlଗକୁ  ଜିଲ୍ଲାପାଳ  ନିର୍ଦ୍ଧେଶ ଦେଇଥିଲେ l ଏହା ସହିତ ଜିଲ୍ଲାପାଳ ମହୋଦୟା ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ମୃତ୍ୟୁପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଠିକ ପୋଷ୍ଟ ମର୍ଟମ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଲେ ଯାହାଦ୍ୱାରା ମୃତବ୍ୟକ୍ତିଙ୍କ ପରିବାର ଖୁବଶୀଘ୍ର ସହାୟତା ରାଶି ସରକାରଙ୍କ ତରଫରୁ ପାଇପାରିବେ ।
ଏହି ବୈଠକରେ ବିଭିନ୍ନ ବ୍ଲକର  ତହସିଲଦାର, ଜିଲ୍ଲାସ୍ଥରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026

You Might Also Like