-+91-9937148622 |

prerana_bgr@rediffmail.com |

  Thursday 21st May 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ    (21-May-2026)       ||      ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   (21-May-2026)       ||      ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ    (21-May-2026)       ||      ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   (21-May-2026)       ||      ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ    (21-May-2026)       ||      ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   (21-May-2026)       ||      ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   (21-May-2026)       ||      *ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   (21-May-2026)       ||      କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର    (21-May-2026)       ||      ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   (21-May-2026)       ||      ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    (21-May-2026)       ||      ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   (20-May-2026)       ||      ଜନଭାଗୀଦାରୀ ଅଭିଯାନରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା   (20-May-2026)       ||      ଅରିନ୍ଦମଙ୍କ ନାଁରେ ଏତଲା ଦେଲେ ସାମ୍ବାଦିକ   (20-May-2026)       ||      କଟକ ଜିଲ୍ଲାର ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ବିଧିବଦ୍ଧ ଭାବରେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ସ୍ଵାଗତିକା ବେହେରା   (20-May-2026)       ||      ସ୍ବାବଲମ୍ବୀ କାରିଗର ସଂଘ ପକ୍ଷରୁ କଟକ ସଦର ବ୍ଲକ ଅଫିସ୍ ସମ୍ମୁଖରେ ବିକ୍ଷୋଭ   (20-May-2026)       ||      କୁକୁର କାମୁଡ଼ିବାରୁ ସାମ୍ବାଦିକ ନିଲୁ ସାହୁ ଆହତ, ଡାକ୍ତରଖାନା ପହଞ୍ଚି ଚିକିତ୍ସା କଥା ପଚାରି ବୁଝିଲେ ପ୍ରସନ୍ନ I   (20-May-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ତୁରେକେଲା ବ୍ଲକ କମିଟି ର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ    (20-May-2026)       ||      ଓଡ଼ିଶା  ସିଏଚ୍ଏସି  ୨୦୨୬ ପରିକ୍ଷା ଫଳାଫଳରେ  ଜେ ଏସ୍ ଏମ୍ କଲେଜର ୧୦୦% ସଫଳତା   (20-May-2026)       ||      ଜିଲ୍ଳା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ତରଫରୁ ବନ୍ଦ ଡାକରା ପୁର୍ଣ ସଫଳ    (20-May-2026)       ||     

HOME   ରାଜ୍ୟ

ବଲାଙ୍ଗିର ଜିଲ୍ଲାରେ ରାସ୍ତା ପ୍ରଶସ୍ତିକରଣ ପାଇଁ ୫ ବର୍ଷରେ କାଟି ଦେଲେ ୧୫ ହଜାର ଗଛ 

16-May-2025



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ସମସ୍ତ  ରାସ୍ତାର ଦୁଇ ପାର୍ଶ୍ବରେ ଥିଲା ଧାଡିଧାଡି ପୁରାତନ ଗଛ । ଗଛ ଛାଇର ଶୀତଳ ସ୍ପର୍ଶରେ ବାଟୋଇ ଆନନ୍ଦିତ ହେଉଥିଲେ  ଜିଲ୍ଲାର ରାସ୍ତାମାନଙ୍କରେ ଯାତ୍ରା କରିବା ଅନୁଭୂତି ଅତ୍ୟନ୍ତ

ମନୋମୁଗ୍ଦକର ଥିଲା  କିନ୍ତୁ ଏହା ବର୍ତ୍ତମାନ ଅତୀତ ହୋଇଯାଇଛି । ରାସ୍ତା ଗୁଡିକର ଉଭୟ ପାଶ୍ୱର୍ରେ ଆଉ ଗଛ ନାହିଁ । ଧୁ ଧୁ   ଖରାରେ ଯାତ୍ରା କରିବା ଅସମ୍ଭବ ବ୍ୟାପାର ହୋଇଥିବାରୁ ଗ୍ରୀଷ୍ମ ଋତୂରେ ରାସ୍ତାଗୁଡିକ  ଜନଶୂନ୍ୟ ହୋଇଯାଉଛି । ବଲାଙ୍ଗୀର  ଜିଲ୍ଲାରେ  ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରୀ ସଂସ୍ଥା ପକ୍ଷରୁ ଗଛକାଟିବା ଏକ ନିୟମିତ ଏବଂ ଅତି ସହଜ ଘଟଣା ରେ ପରିଣତ ହୋଇଛି । କିନ୍ତୁ ଗତ ୫ ବର୍ଷରେ ବଲାଙ୍ଗିର ଜଙ୍ଗଲ ଡିଭିଜନ ଅନ୍ତର୍ଗତ ରାସ୍ତାଗୁଡିକର  ପଶସ୍ତିକରଣ ପାଇଁ କଟା ଯାଇଥିବା ଗଛ ସଂଖ୍ୟାକୁ ଦେଖିଲେ ହୋସ ଉଡିଯିବ । ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ବଲାଙ୍ଗିର ଜଙ୍ଗଲ ଡିଭିଜନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ଗତ ୫ ବର୍ଷରେ କେବଳ ରାସ୍ତା ପଶସ୍ତିକରଣ ପାଇଁ ୧୫ ହଜାରରୁ ଉଦ୍ଧ୍ୱର୍ ଗଛକୁ କାଟି ଦିଆଯାଇଛି । ତଥ୍ୟରୁ ଜଣାପଡିଛି ଯେ, ୨୦୨୦-୨୧ ମସିହାରେ କଟାଯାଇଥିବା ସମୂଦାୟ ୧୩୦୯ ଗଛ ମଧ୍ୟରୁ  ପାଟଣାଗଡଦମକିପାଲି ରାସ୍ତାରେ କେବଳ ୧୧୮୬ ଗଛ, ୨୦୨୧-୨୨ରେ କଟାଯାଇଥିବା ସମୂଦାୟ ୧୫୨୪ ଗଛ ମଧ୍ୟରୁ ବରପାଲିବଲାଙ୍ଗିର ରାସ୍ତାରେ କେବଳ ୧୪୦୦ ଗଛ, ୨୦୨୨-୨୩ରେ କଟାଯାଇଥିବା ସମୂଦାୟ ୬୫୪୬ ଗଛ ମଧ୍ୟରୁ ଖପ୍ରାଖୋଲହରିଶଙ୍କର ରାସ୍ତାରେ ୧୫୭୭ ଗଛ, ପାଟଣାଗଡପଦ୍ମପୁର ରାସ୍ତାରେ ୧୦୯୬ ଗଛ ଓ ପାଟଣାଗଡ-ଖପ୍ରାଖୋଲ ହରିଶଙ୍କର ରାସ୍ତାରେ କେବଳ ୧୬୦୮ଟି ଗଛ, ୨୦୨୩-୨୪ରେ କଟାଯାଇଥିବା ସମୂଦାୟ ୩୭୭୯ ଗଛ ମଧ୍ୟରୁ ବେଲଗାଁ ରିଗଡୋଲ ରାସ୍ତାରେ ୨୧୫୦ ଟି ଗଛ ଓ ଚାରଭଟାସତୀଘାଟ ରାସ୍ତାରେ ୧୩୬୪ ଗଛ, ୨୦୨୪-୨୫ରେ କଟାଯାଇଥିବା ସମୂଦାୟ ୧୮୫୮ଟି ଗଛ ମଧ୍ୟରୁ ଦେଓଗାଁ- ଟିକ୍ରାପଡା ରାସ୍ତାରେ ୭୦୩ ଗଛ, ଟିଟିଲାଗଡ- ସିନେ୍ଧକେଲା ରସ୍ତାରେ ୬୬୮ଟି ଗଛ ଓ ସଇନ୍ତଲା-ଟିକ୍ରାପଡା ରାସ୍ତାରେ ୩୭୫ ଗଛ ରହିଛି  । ଏହା ବାଦ୍ ବିଭିନ୍ନ ରାସ୍ତାରେ ଶହ ଶହ ସଂଖ୍ୟାରେ ଗଛ କଟାଯାଇଥିବା ତଥ୍ୟରେ ରହିଛି ବୋଲି ସୂଚନା କର୍ମି ପଣ୍ଡା କହିବା ସଙ୍ଗେ ଗତ ୫ ବର୍ଷରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସମୂଦାୟ ୧୫ ହଜାର  ଗଛ କଟାଯାଇଥିବା ବଲାଙ୍ଗିର ଜଙ୍ଗଲ ଡିଭିଜନର ତଥ୍ୟରେ ଦର୍ଶାଯାଇଛି । ରାସ୍ତା ପ୍ରଶସ୍ତିକରଣ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥାର ବିଚାର କରାନଯାଇ ପୁରାତନ ଗଛଗୁଡିକୁ ଅନ୍ଧ ଏବଂ ନିର୍ଦ୍ଦୟ ଭାବେ କାଟି ଦିଆଯାଇଥିବା ପଣ୍ଡା କହିଛନ୍ତି । ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ଏତେ ବ୍ୟାପକ ମାତ୍ରାରେ ଗଛ କଟାକୁ ରୋକାଯାଇ ପରିଥାନ୍ତା ବୋଲି ମଧ୍ୟ ପଣ୍ଡା କହିଛନ୍ତି । ଜିଲ୍ଲାରେ ବୃଦ୍ଧି ପାଉଥିବା ଉତ୍ତାପକୁ ହ୍ରାସ କରିବା ପାଇଁ ଚେଷ୍ଟା କରିବା ପରିବର୍ତ୍ତେ ସରକାରୀ ଏଜେନ୍ସି ଦ୍ୱାରା ବ୍ୟାପକ ଗଛକଟା ଯୋଗୁଁ ଜିଲ୍ଲରେ ଉତ୍ତାପ ଦିନକୁ ଦିନ ଆହୁରି ବୃଦ୍ଧି ପାଉଛି ବୋଲି ପଣ୍ଡା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ରାସ୍ତା କଡ ଗଛଗୁଡିକୁ ଅନ୍ଧ ଭାବରେ କଟାଯିବାରେ ରୋକ ଲଗାଇବା ପାଇଁ ପଣ୍ଡା ଉପଯୁକ୍ତ ନ୍ୟାୟିକ ଫୋରମର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେଡି ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ   21-May-2026
  ଜିଲ୍ଲା  
ଜୁନିଅର ରେଡ କ୍ରସ ଡୁଙ୍ଗୁରିପାଲି ବ୍ଲକ ତରଫରୁ ଜଳଛତ୍ର ଆୟୋଜିତ : ରେଡ୍ କ୍ରସ ସେବା ଗାଁ ଗାଁ ରେ ପହଞ୍ଚିଲେ ମାନବୀୟ ଭାବନା ଉଦ୍ରେକ ହେବ   21-May-2026
  ଜିଲ୍ଲା  
ଧର୍ମପ୍ରାଣ ମଣିଷ ବୀରେନ୍ଦ୍ର ସାହୁଙ୍କ ପରଲୋକ   21-May-2026
  ଜିଲ୍ଲା  
ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ   21-May-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ଶିଶୁ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ   21-May-2026
  ଜିଲ୍ଲା  
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ ll ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ ପ୍ରତିଶୃତିବଦ୍ଧ : ବ୍ରଜ ମୋହନ ଗୋଏଲ, ଟ୍ରଷ୍ଟ ସଭାପତି ll   21-May-2026
  ଜିଲ୍ଲା  
ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକ କଳା ମହୋତ୍ସବ   21-May-2026
  ଜିଲ୍ଲା  
*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*   21-May-2026
  ରାଜ୍ୟ  
କଣ୍ଟାମାଳରେ ବିଜେଡିର ନାରୀ ଅଧିକାର ଅଭିଯାନ♦️ ନାରୀ ସୁରକ୍ଷାକୁନେଇ ବିଜେଡିର ରାଲି ଓ ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବୀପତ୍ର   21-May-2026
  ଜିଲ୍ଲା  
ଏଚ.ସି.ଏଲ. ଫାଉଣ୍ଡେସନ ଓ ଆରସିଡିସି ଦ୍ୱାରା ନୂତନ ଜୈବ ବିବିଧତା ପ୍ରକଳ୍ପର ଶୁଭାରମ୍ଭ   21-May-2026
  ଜିଲ୍ଲା  
ଭୂମିକାର ନାଟ୍ୟ କର୍ମଶାଳା ସ୍ଥଗିତ    21-May-2026
  ରାଜ୍ୟ  
ରାଜସ୍ଥାନରେ ଦୁଇ ଭଉଣୀଙ୍କ ଉପରେ ଗଣ ଦୁଷ୍କର୍ମ ଓ  ଆତ୍ମହତ୍ୟା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ଏସ ୟୁ ସି ଆଇ (ସି)ର ବିକ୍ଷୋଭ   20-May-2026

You Might Also Like