-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
09-May-2025
(ମିହିର ଶଙ୍କର ପାତ୍ର)
ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଛେଳିବେଡ଼ା ଗ୍ରାମରେ ଧାନ ପରବର୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଯୋଜନା ରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର କୃଷି କ୍ଷେତ୍ର ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡ଼ାବୁଗାଁ ବ୍ଲକ କୃଷି ଅଧିକାରୀ ସୁଧେଶ୍ନା ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷି ବିଭାଗ ଏଏଓ ଷୌମେନ୍ଦ୍ର ବିଶ୍ୱାସ, ଏ ଓ ମମତା ସାହୁ, ଏ ଓ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ। ଧାନ ଚାଷ ପରେ ଜମି ପଡ଼ିଆ ନ ରଖି ସରକାରଙ୍କ ଦ୍ଵାରା ଦିଆ ଯାଇଥିବା ବୁଟ ଚନା ର ସଦୁପଯୋଗ ବିସୟରେ ଅତିଥି ମାନେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ସୁଚନା ଥାଉ କି ଚଳିତ ବର୍ଷ ଡ଼ାବୁଗାଁ ବ୍ଲକ ର ସମସ୍ତ ପଂଚାୟତ ରେ ଚାଷ ପାଇଁ ଆସିଥିବା ବୁଟ ଅଶ୍ୱା ଏନ ଜି ଓ ତରଫରୁ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜିତ ହେଇଥିବା ବେଳେ ଜିଲ୍ଲା ସଂଯୋଜକ ଆଲୋକ ପଣ୍ଡା, ବ୍ଲକ ସଂଯୋଜକ ଶୁଭେନ୍ଦୁ ମିଶ୍ର, ଫିଲ୍ଡ ଆସିଷ୍ଟାଣ୍ଟ ପାୟଲ ନାୟକ ସହଯୋଗ କରିଥଲେ।