-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
09-May-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ): ଜିଲ୍ଲା ମୁଖ୍ୟ ଚିକିତ୍ସା ଓ
ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ କୁମାର ଗୁରୁ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ମନୋଜ କୁମାର ଅଦାବରଙ୍କ ନିର୍ଦେଶ କ୍ରମେ ଆଜି ସକାଳ ୯ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ସୋନପୁର ସହରର ସମସ୍ତ ହୋଟେଲ ମାନଙ୍କରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ତାଙ୍କ ଟିମ୍ ର ଚଢ଼ାଉ ପରେ ୨୦ ଗୋଟି ଦୋକାନରୁ ୭ହଜାର ଟଙ୍କା ଫାଇନ ଆଦାୟ କରାଗଲା l ନଳିନୀ ଛକ, ପୁରୁଣା ଥାନା, କଚେରୀ ଓ ନୂଆଁ ହସ୍ପିଟାଲ ଅଞ୍ଚଳରେ ଆଜି ଏ ସ୍କ୍ୱାର୍ଡ ଚଢାଉ କରିଥିଲେ l ଉକ୍ତ ସ୍କ୍ୱାର୍ଡରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ରାଜୀବ ପଧାନ, ପୋଲିସ ସବଇନ୍ସପେକ୍ଟର ଶଶୀରେଖା ଲୁହା, ପୋଲିସ କନେଷ୍ଟବଳ ରୋନାଲ ପ୍ରଧାନ ଓ ନୀଳିମା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ l ଚଢ଼ାଉ ବେଳେ ୨୦ କିଲୋର ବାସିଖାଦ୍ୟ ସବୁ ନଷ୍ଟ କରାଗଲା l ଦୂଷିତ ଖାଦ୍ୟ ପାନୀୟ ଲୋକଙ୍କୁ ନଦେବା ପାଇଁ ତାଗିଦ କରାଗଲା ଓ ଆଗକୁ ଯଦି ଏହାର ଖିଲାପ କରିବେ ତାଙ୍କୁ ଆଇନ ଅନୁଯାୟୀ ଉଚିତ ଦଣ୍ଡ ଦିଆଯିବ ବୋଲି ଦୋକାନୀଙ୍କୁ ସୁଚନା ଦିଆଯାଇଛି l