-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ପୁଣି ଶିଶୁଚାଲାଣ ! ରାକେଟ୍ ସମ୍ପୃକ୍ତି ସନ୍ଦେହ; ପୁଲିସ୍ ର ଅଧାପନ୍ତରିଆ ତଦନ୍ତ ଦାୟୀ ?

18-Apr-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଭୀମଭୋଇ ମେଡିକାଲ କଲେଜ ହାସପାତାଳରୁ ପୁଣି ଶିଶୁଚାଲାଣ ଘଟଣା ଲୋକଲୋଚନକୁ ଆସିଛି ।  ମୁରିବାହାଲ ସିଡିପିଓଙ୍କ ମୁରିବାହାଲ ଥାନାରେ ଅଭିଯୋଗ ପରେ  ପୁଲିସ ଏହି ସଦ୍ୟଜାତ ଶିଶୁକନ୍ୟାଟିକୁ ଛତିଶଗଡର ଦୁର୍ଗରୁ ଉଦ୍ଧାର କରି ଆଣିବା ସହିତ ଏହି ଘଟଣାର ମଧ୍ଯସ୍ଥି ଦେଓଗାଁ ଥାନାନ୍ତର୍ଗତ ଚୋରମରା ଗ୍ରାମର ସୁରେନ୍ଦ୍ର ବାଗକୁ କୋମନା ଅଞ୍ଚଳରୁ ଓ ଶିଶୁକନ୍ୟାଟିକୁ ରଖିଥିବା ଦୁର୍ଗର ଦୁଇଜଣ ମହିଳାଙ୍କୁ ଆଣି ଅଟକ ରଖି ପଚରାଉଚୁରା କରିଛି ।  ତେବେ ଏହା ଶିଶୁବିକ୍ରି ନୁହେଁ ବୋଲି ଶିଶୁକନ୍ୟାର ପିତାମାତା ଓ ଏସ୍ ପି ଅଭିଳାଷ ଜି କହିଛନ୍ତି ।  ଅଥଚ ସିଡବ୍ଲୁସି ପକ୍ଷରୁ ଏଥିରେ ଏକ ରାକେଟ୍ ଜଡିତ ଥିବା ସନ୍ଦେହ ପ୍ରକାଶ କରାଯାଇଛି ।  ଟିଟିଲାଗଡ ଉପଖଣ୍ଡର ମୁରିବାହାଲ ଥାନାନ୍ତର୍ଗତ କର୍ଲା ଗ୍ରାମର ଏହି ଦାଦନଶ୍ରମିକ ପୂର୍ବରୁ ଦୁଇଟି ପୁତ୍ର ସନ୍ତାନ ଥିବା ପରିବାରର ଜଣେ ମହିଳା ଗତ ୯ ତାରିଖରେ ଭୀମଭୋଇ ହାସପାତାଳରେ ପ୍ରସବ କରିଥିବା ଯାଆଁଳା ଝିଅ ମଧ୍ଯରୁ ପାଳିପୋଷି ନ ପାରିବାରୁ ତୁରେକେଲା ଅଞ୍ଚଳର ରଜାମରା  ଗ୍ରାମର ଜଣେ ପରିଚିତ ବ୍ୟକ୍ତିଙ୍କ ମାର୍ଫତ୍ ରେ କୁଆଡେ ଚୋରମରାର ଦେବେନ୍ଦ୍ର ବାଗ ବନାମ ସୁରେନ୍ଦ୍ର ବାଗ ଶିଶୁଟିକୁ ନେଇ ଦୁର୍ଗର

ଶ୍ରଦ୍ଧା ସୋନୀଙ୍କୁ ନେଇ ଦେଇଥିବା ପ୍ରକାଶ  । ତେବେ ଏହିଜିଲ୍ଲା ତଥା ଏହି ଉପଖଣ୍ଡରେ ବାରମ୍ବାର ଓ ଭୀମଭୋଇ ହାସପାତାଳରେ ଗତ ଏକ ସପ୍ତାହ ମଧ୍ଯରେ ଘଟିଥିବା ଏଭଳି ଘଟଣା ଯୋଗୁଁ  ଲୋକେ ଏହି ଗଳ୍ପକୁ ବିଶ୍ବାସ କରୁ ନାହାଁନ୍ତି । 

ଉଲ୍ଲେଖଯୋଗ୍ଯ  ଯେ , କିଛିମାସ ଆଗରୁ ଟିଟିଲାଗଡ ଉପଖଣ୍ଡ ହାସପାତାଳର ଏମ୍ ସି ଏଚ୍ ରୁ ଏକ ଶିଶୁପୁତ୍ର ବିକ୍ରି ବେଳେ ହାସପାତାଳ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଚାଇଲ୍ଡ ଲାଇନ ପକ୍ଷରୁ ସ୍ଥାନୀୟ ପୁଲିସ ସହଯୋଗରେ ଚଢଉ କରାଯାଇ ଶିଶୁଟିକୁ ଉଦ୍ଧାର ଘଟଣା , ଲାଠୋର ଥାନାନ୍ତର୍ଗତ ଗୁର୍ଜିଭଟା- ପଡାପାଲିର ଏକ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ ହେବାରୁ ରାୟପୁରରୁ ଉଦ୍ଧାର ମାମଲା ଏବଂ ଗତ ୮ ତାରିଖରେ ଏଇ ଭୀମଭୋଇ ହାସପାତାଳରୁ ଏକ ଶିଶୁପୁତ୍ର ବିକ୍ରି ମାମଲା ପରେ ପୁଣି ଏହାକୁ କେବଳ ଦାରିଦ୍ର୍ୟ ଯୋଗୁଁ ପାଳିବାକୁ ହସ୍ତାନ୍ତର ପରି ଏକ ସାଧାରଣ ଘଟଣା ବୋଲି ଲୋକେ ମାନିବାକୁ ନାରାଜ୍ । 

ଆହୁରି ମଧ୍ଯ ନିକଟରେ ଭୁବନେଶ୍ବର ରାମମନ୍ଦିର ସମ୍ମୁଖରୁ ଜଣେ ଭିକାରୁଣୀ ଅନ୍ଧୁଣୀ ମାଆକୋଳରୁ ଏକ ଦେଢବର୍ଷର  ଶିଶୁପୁତ୍ରଟିର ଅପହରଣ ଓ ମୁଖ୍ଯମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଯୋଗୁଁ ବାଲେଶ୍ଵରରୁ ଉଦ୍ଧାର ପରେ ଶିଶୁଟିକୁ ରଖିଥିବା ମହିଳାଙ୍କର ରୁଗ୍ଣ ଶିଶୁର କିଡନୀ ପ୍ରତିରୋପଣ ଉଦ୍ଦେଶ୍ୟ ଆଶଙ୍କା ପ୍ରକାଶ ପାଇଥିବାରୁ ଏଠାକାର ଏହିସବୁ ଶିଶୁଚାଲାଣର ପ୍ରକୃତ ତଦନ୍ତର ଆବଶ୍ୟକତା ରହିଛି । ଉଲ୍ଲେଖଯୋଗ୍ଯ ଯେ , ବଲାଙ୍ଗୀର ଜିଲ୍ଲାର ଏହିସବୁ ଶିଶୁଚାଲାଣ ଛତିଶଗଡକୁ ହେଉଥିବାରୁ ଓ ମଧ୍ଯସ୍ଥି ବା ଦଲାଲମାନେ ଟଙ୍କାଲୋଭରେ କୌଣସି ଆନ୍ତଃରାଜ୍ୟ ରାକେଟ୍ ସହ ଜଡିତ ରହିଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରୁ ନାହିଁ  !

ତେବେ ଏଭଳି ସମ୍ବେଦନଶୀଳ ଅଭିଯୋଗ ଓ ଆପରାଧିକ ମାମଲାର ତଦନ୍ତରେ ପୁଲିସ୍ ର ଅଧାପନ୍ତରିଆ ଉପରଠାଉରିଆ ତଦନ୍ତ ହିଁ ଏଭଳି ଅପରାଧକୁ ପ୍ରୋତ୍ସାହନ ଦେଉଥିବା ଲୋକେ ସମାଲୋଚନା ପ୍ରକାଶ କରୁଛନ୍ତି ।  ଏହି ଘଟଣାରେ ' ଏହା ଶିଶୁବିକ୍ରି ନୁହେଁ ' ବୋଲି କ୍ଲିନ୍ ଚିଟ୍ ଦେଉଥିବା ପୁଲିସକୁ ଜଣାନାହିଁ ଯେ  ସେମାନେ କହୁଥିବା ମଧ୍ଯସ୍ଥିର ନାଁ' ଦେବେନ୍ଦ୍ର ବାଗ ନୁହେଁ । କାରଣ ଚୋରମରା ଗାଁରେ ଥିବା  ଏକମାତ୍ର ଦେବେନ୍ଦ୍ର ବାଗ ନାମଧାରୀ ଯୁବକଟି ଜଣେ ଶାରୀରିକ ବିକଳାଙ୍ଗ ହରିଜନ ଜାତିର ହୋଇଥିବା ବେଳେ ସେ ବୁଲାବୁଲି କରିବାରେ ସକ୍ଷମ ନୁହେଁ  ଓ ଅନ୍ୟଜଣେ ଗଉଡ ଜାତିର ସୁରେନ୍ଦ୍ର ବାଗ ଏଭଳି କାମରେ ଜଡିତ ଥିବା ଖୁବ୍ ସମ୍ଭବ ବୋଲି ସେହି ପଞ୍ଚାୟତର ସରପଞ୍ଚ କହିଛନ୍ତି । 

ଏହାର ପୂର୍ବର ଶିଶୁବିକ୍ରିରରେ ଟାଉନ ଥାନାରେ ଦର୍ଜ ମାମଲାର ୩ ଜଣ ଅଭିଯୁକ୍ତ/ ଅଭିଯୁକ୍ତାଙ୍କର ଘର ଟିଟିଲାଗଡର ବୋଲି ପୁଲିସ ଉଲ୍ଲେଖ କରିଥିଲେ ହେଁ , ସେମାନେ ଜଣେ ସଇଁତଳା -ଭଦ୍ରାର , ଜଣେ ଟିଟିଲାଗଡ ଥାନାର ଗଏଲଭାଡିର ଓ ଜଣେ କଳାହାଣ୍ଡି ନର୍ଲାର । ସେହିପରି ଉକ୍ତ ଶିଶୁପୁତ୍ରଟିର ଉଦ୍ଧାର ନର୍ଲାରୁ ହୋଇଥିବା ଜଣାପଡିଥିବା ବେଳେ , ପୁଲିସ ଭିନ୍ନ ଠାରୁ ବୋଲି ଦର୍ଶାଉଛି ।  ଉକ୍ତ ମାମଲାର ଅଭିଯୁକ୍ତମାନଙ୍କୁ ଅଦ୍ୟାବଧି ଜେରା ମଧ୍ଯ କରାଯାଇନାହିଁ  !

  ଏଣୁ ଏଭଳି ସମ୍ବେଦନଶୀଳ ମାମଲାର ତଦନ୍ତ ଭଲଭାବରେ କରାଯାଉ ନଥିବା ଚର୍ଚ୍ଚା ହେଉଛି । .ଅତୀତର 'ପରୀ' ବା 'ପିହୁ' ପରି ଶିଶୁକନ୍ୟାମାନଙ୍କର ବହୁଚର୍ଚ୍ଚିତ ଅପରାଧମାମଲା ସମ୍ଭବତଃ ପୁଲିସର ଏଭଳି ଅପାରଗତା ବା  ତ୍ରୁଟି ଯୋଗୁଁ  ସରକାରଙ୍କୁ ବଦନାମ ମୁଣ୍ଡେଇବାକୁ ପଡିଛି  !  

ଏଣୁ ଗୃହବିଭାଗକୁ ହାତରେ ରଖିଥିବା ମୁଖ୍ଯମନ୍ତ୍ରୀଙ୍କର ଏଥିପ୍ରତି ଦୃଷ୍ଟିଆକର୍ଷଣ କରାଯାଉଛି ।  ବଲାଙ୍ଗୀର  ଜିଲ୍ଲାର ଏଭଳି ଶିଶୁବିକ୍ରି ବା ଶିଶୁଚାଲାଣ ସମ୍ପର୍କିତ ପ୍ରକାଶିତ ଗଣମାଧ୍ୟମର ଖବର , ସିଡବ୍ଲୁସିର ସନ୍ଦେହ ଓ ଡିସିପିୟୁ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ଏବଂ ଏହାପଛରେ ବିଦେଶକୁ ଅବୈଧ  ଶିଶୁଚୋରାଚାଲାଣ, ଅଙ୍ଗ ତସ୍କରୀ ଆଦି ସନ୍ଦେହର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026

You Might Also Like