-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||     

HOME   ଜିଲ୍ଲା

ଜୟ ନାରାୟଣ ମିଶ୍ର ଓ କୋସଲାଂଚଳର ଅନ୍ୟ ବିଧାୟକ ଓ ସାଂସଦମାନଙ୍କୁ ପ୍ରମୋଦ ମିଶ୍ରଙ୍କ ଅନୁରୋଧ - ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ ପାଇଁ ଓ ବନ୍ଦେ ଉତ୍କଳ ଜନନୀର ପ୍ରତାହାର ପାଇଁ ବିଧାନ ସଭା ଓ ପାର୍ଲାମେଣ୍ଟରେ ବିଧିବଦ୍ଧ ପ୍ରସ୍ତାବ ଆଣନ୍ତୁ

16-Mar-2025



ବଲାଙ୍ଗୀର(ପ୍ରେରଣା ଖବର)-ସଂପ୍ରତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବୃତିକୁ ନେଇ ସାରା ରାଜ୍ୟ ରେ ଚର୍ଚ୍ଚା ଲାଗିରହିଛି। କୋସଲ ରାଜ୍ୟ ଦାବୀ ସପକ୍ଷରେ ମତ ଦେଇଥିବାରୁ ଓ 'ବନ୍ଦେ ଉତ୍କଳ ଜନନୀ' ପ୍ରାସଂଗିକତା ପ୍ରତି ପ୍ରଶ୍ନବାଦୀ ସୃଷ୍ଟି କରିଥିବାରୁ ଶ୍ରୀ ମିଶ୍ରଙ୍କୁ କୋସଲ ଆନ୍ଦୋଳନ ତରଫରୁ ବ୍ୟାପକ ସମର୍ଥନ ଦିଆଯାଇଛି। ଅତୀତରେ ମଧ୍ୟ ତତ୍କାଳୀନ ଲୋଇସିଂହା ବିଧାୟକ ବାଳଗୋପାଳ ମିଶ୍ର ଯେତେ ବେଳେ ବିଧାନସଭାରେ କୋସଲ ପ୍ରସଙ୍ଗ ଉଠାଇଥିଲେ ଓ ପରବର୍ତ୍ତୀ ସମୟରେ ରଥଯାତ୍ରା କରିଥିଲେ ସେତେବେଳେ ସମଗ୍ର କୋଶଳାଂଚଳରେ ତାଙ୍କୁ ବ୍ୟାପକ ସମର୍ଥନ ଦିଆଯାଇ ଥିଲା। ବିଭିନ୍ନ ସମୟରେ କୋସଲ ଦାବୀ ସଂପର୍କରେ ମତ ଦେଇ ପୂର୍ବତନ ମନ୍ତ୍ରୀ ନବ ଦାସ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖଙ୍କୁ କୋସଲ ଆନ୍ଦୋଳନ ତରଫରୁ ବ୍ୟାପକ ସମର୍ଥନ ଦିଆଯାଇଥିଲା। କୋସଲ ଆନ୍ଦୋଳନ ସହ ସଂପର୍କିତ ଦୁଇ ଜଣ ବନ୍ଧୁ ସ୍ୱର୍ଗତ ସୁବଳ ସାହୁ ଓ ପ୍ରଦୀପ ପୁରୋହିତ ବିଧାୟକ ରୂପେ ମଧ୍ୟ ନିର୍ବାଚିତ ହୋଇଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି। 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଂଗୀତର ମର୍ଯ୍ୟଦା ଦିଆଯିବା ପ୍ରସଙ୍ଗକୁ ବିରୋଧ କରିଥିବାରୁ ପୂର୍ବତନ ମନ୍ତ୍ରୀ ସୁଶାନ୍ତି ସିଂହଙ୍କ ମଧ୍ୟ ବିପୁଳ ସମର୍ଥନ ଦିଆଯାଇ ଥିଲା। କିନ୍ତୁ ଆଜି ଯାଏ ବିଧାନସଭା କିମ୍ବା ପାର୍ଲାମେଣ୍ଟରେ କୋସଲ ରାଜ୍ୟ ଦାବୀ ପାଇଁ କିମ୍ବା ‘ବନ୍ଦେ ଉତ୍କଳ ଜନନୀ’ର ରାଜ୍ୟ ସଂଗୀତ ମର୍ଯ୍ୟାଦା ପ୍ରତ୍ୟାହାର ପାଇଁ କୌଣସି ବିଧିବଦ୍ଧ ପ୍ରସ୍ତାବ ଆସିପାରିଲା ନାହିଁ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କୋଶଳବାଦୀ ନେତା ପ୍ରମୋଦ ମିଶ୍ର। ଅନ୍ୟ ପକ୍ଷରେ ଏ ଅଂଚଳର କିଛି ବିଧାୟକ ଓ ମନ୍ତ୍ରୀ ଯେଉଁମାନେ ନିର୍ବାଚନ ପୂର୍ବରୁ କୋସଲ ଦାବୀକୁ ସମର୍ଥନ କରୁଥିଲେ ନିର୍ବାଚିତ ହେଲା ପରେ ସେ ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ତାହାକି ଦୁର୍ଭାଗ୍ୟଜନକ ଅଟେ ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି l
 ତେଣୁ ବର୍ତ୍ତମାନ ସମୟ ଆସିଯାଇଛି ଯେ ଦଳମତ ନିର୍ବିଶେଷ ରେ ତେଲେଙ୍ଗାନା ଓ ଛତିଶଗଡ ଭଳି ସବୁ ନିର୍ବାଚିତ ବିଧାୟକ ଓ ସାଂସଦ ସ୍ୱତନ୍ତ୍ର କେସଲ ରାଜ୍ୟ ଦାବି ସପକ୍ଷରେ  ବିଧାନସଭା ଓ ପାର୍ଲାମେଣ୍ଟରେ ବିଧିବଦ୍ଧ ପ୍ରସ୍ତାବ ଆଗତ କରନ୍ତୁ । ଏହା ଛଡା ସଂବିଧାନରେ ପ୍ରାଦେଶିକ ସଂଗୀତର ବିଧିବ୍ୟବସ୍ଥା ନ ଥିବାରୁ ତଥା ୨ କୋଟି କୋସଲବାସୀ ବସବାସ କରୁଥିବା କୋଶଳାଂଚଳରେ 'ବନ୍ଦେ ଉତ୍କଳ ଜନନୀ' ର ପ୍ରାସଙ୍ଗିକତା ନ ଥିବାରୁ ତାର ପ୍ରତ୍ୟାହାର ପାଇଁ ମଧ୍ୟ ବିଧିବଦ୍ଧ ପ୍ରସ୍ତାବ ଆଗତ କରାଯାଉ ବୋଲି ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। 
  ଏ ଅଞ୍ଚଳର ୨ ଜଣ କେନ୍ଦ୍ର ମନ୍ତ୍ରୀ, ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଏଥର କ୍ୟାବିନେଟ ରେ ସ୍ଥାନୀତ ହୋଇ ଛନ୍ତି । ତେଣୁ କୋସଳ ଦାବୀ ଆମ ଦଳର ଏଜେଣ୍ଡାରେ ନାହିଁ ବୋଲି କହିବା ପରିବର୍ତ୍ତେ ସେମାନେ କୋସଲ ରାଜ୍ୟ କିଭଳି ଭାବରେ ଗଠନ କରାଯାଇପାରିବ ତା ପାଇଁ ବିଧିବଦ୍ଧ ପଦକ୍ଷେପ ନିଅନ୍ତୁ । ରାଜନୈତିକ ଓଡିଶାରେ କୋସଳାଂଚଳ ହେଉଛି ବିଜେପି ର କେନ୍ଦ୍ରସ୍ଥଳୀ । ବିଜେପିର ଦୁର୍ବିପାକ ସମୟରେ କୋସଳାଂଚଳ ବିଜେପିକୁ ବହୁତ ସହଯୋଗ କରିଛି । ତେଣୁ ଏବେ ଡବଲ ଇଂଜିନ ସରକାର ଚାଲିଥିବା ବେଳେ ସଂବିଧାନର ଧାରା-୩ ଅନୁଯାୟୀ ସ୍ୱତନ୍ତ୍ର କୋସଳ ରାଜ୍ୟ ଦାବୀକୁ ବିଜେପି ସମର୍ଥନ କରି ନିଜର ରାଜନୈତିକ ଏଜେଣ୍ଡାରେ ସ୍ଥାନୀତ କରୁ । ଏହାଛଡା ଯଦି ରାଜନୈତିକ ଦୁର୍ବିପାକରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଉଭୟ ବିଜେଡି ଓ କଂଗ୍ରେସ ଦଳ ତଥା ଅନ୍ୟାନ୍ୟ ରାଜନୈତିକ ଦଳମାନେ ମଧ୍ୟ ସ୍ୱତନ୍ତ୍ର କୋସଳ ରାଜ୍ୟ ଦାବୀକୁ ଖୋଲାଖୋଲି ଭାବରେ ସମର୍ଥନ କରନ୍ତୁ। ଏହା ଛଡା କୋସଲ ଦାବୀ ବିରୁଦ୍ଧରେ ମତ ଦେଉଥିବା ନେତା ମନ୍ତ୍ରୀମାନଙ୍କୁ କୋସଳାଂଚଳରେ ଜନସାଧାରଣ ରାଜରାସ୍ତାରେ ବିରୋଧ କରନ୍ତୁ ବୋଲି କୋସଳ ଆନ୍ଦୋଳନର ନେତା ଶ୍ରୀ ପ୍ରମୋଦ ମିଶ୍ର ଆହ୍ୱାନ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026

You Might Also Like