-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
14-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲାରେ ବିଭିନ୍ନ ଗଣମାଧ୍ୟମରେ, ସମ୍ବାଦପତ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲିଷ୍ଟ ତରବରିଆ ଭାବେ ଲୋକସମ୍ପର୍କ ବିଭାଗ ବରଗଡ଼ ରାଜ୍ୟ ସରକାର ଓଡ଼ିଶାଙ୍କୁ ପଠାଇଛନ୍ତି।୨୦୨୪ରେ କାର୍ଯ୍ୟରତ ଲିଷ୍ଟ କୁ ୨୦୨୫ ବୋଲି ଉଲ୍ଲେଖ କରି ଲିଷ୍ଟ ପଠାଇଥିବା ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଗଡ଼ ସବୁରେ ଗଡବଡ ବୋଲି ଜଣାଯାଏ। ଚଳିତ ବର୍ଷରେ ଯେଉଁମାନେ କେଉଁ କେଉଁ ସମ୍ବାଦପତ୍ର, ଗଣମାଧ୍ୟମରେ ଜଡ଼ିତ ତାକୁ ନେଇ ଗତ ତା ୧୮.୦୨.୨୦୨୫ ତାରିଖରେ ପତ୍ର ସଂଖ୍ୟା ୧୨୮ରେ ସାମ୍ବାଦିକ ମାନଙ୍କୁ ତାଙ୍କ ପରିଚୟ ପତ୍ର, ଆଧାର କାର୍ଡ ଏବଂ ଯେଉଁ ସଂସ୍ଥାରେ କାର୍ଯ୍ୟରତ ସେହି ସଂସ୍ଥାର ସମ୍ପାଦକ ମାନଙ୍କ ଠାରୁ ପତ୍ର ମଗାଯାଇ ତା ୨୮.୦୨.୨୦୨୫ରିଖ ରେ ଡିଆଇପାଆରଓ କାର୍ଯ୍ୟାଳୟ ବରଗଡ଼ରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରାୟ ସମସ୍ତ ସାମ୍ବାଦିକ କାର୍ଯ୍ୟାଳୟକୁ ସଠିକ ସମୟରେ ଯାଇ ଦାଖଲ ମଧ୍ୟ କରିଥିଲେ। କିନ୍ତୁ ଲିଷ୍ଟ କରିବାରେ ବିଳମ୍ବ ହେବାରୁ ଗତ ବର୍ଷର ଲିଷ୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ପୂର୍ବରୁ ବରଗଡ଼ରେ କାର୍ଯ୍ୟରତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ଦାୟିତ୍ଵ ଏଭଳି ଅବହେଳା ପରିଲକ୍ଷିତ ହୋଇ ନଥିବା ସ୍ଥଳେ ତାଙ୍କ ବଦଳି ପରେ ଏଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ଅଧିକାରୀ ଭାବେ ଯୋଗ ଦିଅନ୍ତି ପ୍ରହଲ୍ଲାଦ ଖୋସଲା।ଏଠୁ ଅନୁମେୟ ଦାୟିତ୍ଵ ହିନତା ପାଇଁ ଚଳିତ ବର୍ଷ ୨୦୨୫ର ସାରା ବରଗଡ଼ ଜିଲ୍ଲାର ସାମ୍ବାଦିକ ଲିଷ୍ଟ ସରକାରଙ୍କ ପାଖକୁ ଯାଇ ପାରିନାହିଁ।ତାଙ୍କ ଯୋଗଦାନ ପରେ ଅନେକ କିଛି ଗଡବଡ ହେଉଥିବା ଚର୍ଚ୍ଚା ଜୋର୍ ଧରିଛି। ଏପରିକି ସରକାରୀ କାର୍ଯ୍ୟାକ୍ରମର ସୂଚନା ମଧ୍ୟ ବ୍ଲକସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ଜଣାଯାଉନି।ଏ ସମ୍ପର୍କରେ ଡିଆଇପିଆରଓ ମହାଶୟଙ୍କୁ ବାରମ୍ବାର ଫୋନ କଲେ ଫୋନ ମଧ୍ୟ ଉଠାଉ ନାହାନ୍ତି।