-+91-9937148622 |

prerana_bgr@rediffmail.com |

  Saturday 6th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ    (05-Jun-2026)       ||      ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   (05-Jun-2026)       ||      ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    (05-Jun-2026)       ||      ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   (05-Jun-2026)       ||      ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ    (05-Jun-2026)       ||      ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ    (05-Jun-2026)       ||      ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   (05-Jun-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   (05-Jun-2026)       ||      ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   (05-Jun-2026)       ||      *ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   (05-Jun-2026)       ||      ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   (05-Jun-2026)       ||      *ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର*   (05-Jun-2026)       ||      ସ୍ୱଚ୍ଛ ଗାଁ – ସୁରକ୍ଷିତ ଜଳବାୟୁ: ସିଂହପୁର ଗ୍ରାମସଭାରେ ସରପଞ୍ଚ ଶଶାଙ୍କ ଶେଖର ଖିଲାରଙ୍କ ସଚେତନତା ବାର୍ତ୍ତା    (05-Jun-2026)       ||      ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର    (05-Jun-2026)       ||      ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ    (05-Jun-2026)       ||      ସମାଜସେବୀ ବିରଞ୍ଚି ନାରାୟଣ ଦାଶଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର    (05-Jun-2026)       ||      ଆଇ.ଟି.ଆଇ. କଲେଜରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ    (05-Jun-2026)       ||      ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)   (05-Jun-2026)       ||      କଟକ ବାଲିଯାତ୍ରା ତଳ ପଡ଼ିଆରେ ପ୍ରେମୀଯୁଗଳ ଏବଂ ମଦୁଆଙ୍କ ସହିତ ପିସିଆର ଭ୍ୟାନ୍ ର ଲୁଚିକାଳୀ ଖେଳେ ।   (05-Jun-2026)       ||     

HOME   ରାଜ୍ୟ

ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ଓ କନିଷ୍ଠ ରେଡକ୍ରସ୍ ପୁରସ୍କାର ବିତରଣ ଉତ୍ସବ (ପରିବର୍ତ୍ତନରେ ସାମିଲ ହୁଅ ଓ ପରିବର୍ତ୍ତନ ନିଜ ଠାରୁ ଆରମ୍ଭ କର)

07-Mar-2025



ଭୁବନେଶ୍ଵର, ତା. ୦୭/୦୩/୨୫  ( ପ୍ରେରଣା ଖବର ) ଭୁବନେଶ୍ଵର ରାଜ ଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ଓ ଜୁନିୟର ରେଡ଼କ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ  ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ : ପରିବର୍ତ୍ତନ ରେ ସାମିଲ ହୁଅ ଓ ପରିବର୍ତ୍ତନ ନିଜ ଠାରୁ ଆରମ୍ଭ କର। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ମଞ୍ଚାସୀନ ଥିଲେ। ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ସ୍ବାଗତ ଅଭିଭାଷଣ  ରଖିଥିଲେ । ଏହି ପୁରସ୍କାର ବିତରଣ ଉତ୍ସବରେ ୨୦୧୯-୨୦ ରୁ ୨୦୨୩-୨୪ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଯୁବ ରେଡକ୍ରସ୍ ର ୮ଟି ଶ୍ରେଷ୍ଠ ମହାବିଦ୍ୟାଳୟ, ୨୬ ଜଣ ଯୁବ ପରାମର୍ଶଦାତା, ୪୪ଜଣ ଯୁବ ସ୍ବେଚ୍ଛାସେବୀ ଏବଂ କନିଷ୍ଠ ରେଡକ୍ରସ୍ ର ୯ ଜଣ ଶ୍ରେଷ୍ଠ  କନିଷ୍ଠ ପରାମର୍ଶଦାତା , ୬ଜଣ ଶ୍ରେଷ୍ଠ  କନିଷ୍ଠ ସ୍ବେଚ୍ଛାସେବୀ , ୬ ଗୋଟି ଶ୍ରେଷ୍ଠ ବିଦ୍ୟାଳୟ ଓ ୩ ଗୋଟି ଶ୍ରେଷ୍ଠ ଜିଲ୍ଲା ମାନଙ୍କୁ  ସାମାଜିକ ସେବା ଓ ଜରୁରୀକାଳୀନ ସେବା ନିମନ୍ତେ ପୁରସ୍କୃତ କରାଯାଇଥିଲା। ଯୁବ ରେଡକ୍ରସ୍ ଓ କନିଷ୍ଠ ରେଡକ୍ରସ୍ ର କର୍ମଚାରୀ ସୁରେନ୍ଦ୍ର ନାଥ ସାମଲ, ଜ୍ଞାନଦା ପ୍ରସାଦ ସାହୁ, ପ୍ରତାପ ଜେନା ଓ ରମା ରାଣୀ ସେନାପତିଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ  ମହାମହିମ ରାଜ୍ୟପାଳ ତଥା ଓଡ଼ିଶା ରେଡକ୍ରସ୍ ସୋସାଇଟିର ସଭାପତିଙ୍କ ଉପଦେଶ କ୍ରମେ ପିଲାମାନଙ୍କ ଚକ୍ଷୁର ସୁରକ୍ଷା ପାଇଁ ବାଲ୍ୟାବସ୍ଥାରୁ ଦ୍ୱାରା ଚକ୍ଷୁ ସମସ୍ୟା ନିରୂପଣ ନିମନ୍ତେ ୧୦ ଗୋଟି ବିଦ୍ୟାଳୟକୁ ଚକ୍ଷୁ ପରୀକ୍ଷଣ ଯନ୍ତ୍ର ବଣ୍ଟନ କରାଯାଇଥିଲା। ଏହାକୁ ପରିବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବିତରଣ କରିବା ପାଇଁ ମହାମହିମ ରାଜ୍ୟପାଳ ଉପଦେଶ ଦେଇଥିଲେ ।ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ  ପ୍ରାୟ ୫୦୦ ସ୍ବେଚ୍ଛାସେବୀ ଓ ପରାମର୍ଶଦାତା, ଜିଲ୍ଲା ଅଧିକାରୀ, ଆଜୀବନ ସଦସ୍ୟ ଓ ଅନ୍ୟ ମାନେ ଉପସ୍ଥିତଥିଲେ। ରାଜ୍ୟ ରେଡକ୍ରସ୍ ର କୋଷାଧ୍ୟକ୍ଷ ଲାବଣ୍ୟ ଶବର, ଯୁଗ୍ମ ସଚିବ ଅଶୋକ କୁମାର ମହାନ୍ତି ଉପସ୍ଥିତ ଥିଲେ‌ l ଯୁବ ରେଡକ୍ରସ୍ ଅଧିକାରୀ ଡ଼. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ବାଇଁ, ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର , ସଂଯୁକ୍ତା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରେଡକ୍ରସ୍ ର ସମସ୍ତ କର୍ମଚାରୀ  ଓ ରାଜ ଭବନର କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ନେଇ ଅଭିନୟ ଢଙ୍ଗରେ ବିଶ୍ୱ ପରିବେଶ ଦିବସ   05-Jun-2026
  ଜିଲ୍ଲା  
ନିଶାକାରବାର ପେଣ୍ଠସ୍ଥଳୀ ଅଭିମୁଖେ ରାମପୁର ଅଂଚଳ, ସାଥ ଦେଉଛି ସଟ୍ଟା ଖେଳ   05-Jun-2026
  ଜିଲ୍ଲା  
ତରଭାରେ ପ୍ରୟାସ ପକ୍ଷ୍ ରୁ ବିଶ୍ଵ ପରିବେଶ ଦିବସ ପାଳିତ    05-Jun-2026
  ଜିଲ୍ଲା  
ବ୍ରାଉନ ସୁଗାର ବିକ୍ରି କରିବା ସମୟରେ ପୋଲିସ ମାଡିବସିଲା ।   05-Jun-2026
  ଜିଲ୍ଲା  
ଋଣ୍ଡିମହୁଲ,ଖୁଣ୍ଟିଗୋରା ଓ ଦପଲା ଧାନମଣ୍ଡି ଉଦଘାଟିତ   05-Jun-2026
  ଜିଲ୍ଲା  
ଅତାବିରାର ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ଜାତୀୟ କବି ସାରସ୍ୱତ ସମ୍ମାନ   05-Jun-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ   05-Jun-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ* -   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ   05-Jun-2026
  ଜିଲ୍ଲା  
ବିଶ୍ୱ ପରିବେଶ ଦିବସ ଅବସରରେ ଲକ୍ଷ୍ମୀକାନ୍ତ ଭୋଇ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ   05-Jun-2026
  ଜିଲ୍ଲା  
*ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳିତ*   05-Jun-2026
  ଜିଲ୍ଲା  
ଦେଓଗାଁ ୧୩ନମ୍ବର ଜିଲ୍ଲାପରିଷଦଜୋନର ୧୦ ପଞ୍ଚାୟତବାସୀ ଘେରିଲେ ଅରଡବ୍ଲୁଏସଏସ ଓ ବିଦ୍ୟୁତକାର୍ଯ୍ୟାଳୟ   05-Jun-2026

You Might Also Like