-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ମହାନଗର

ଚିକିତ୍ସା ପାଇଁ ଜାଗା ନାହିଁ; ବଢୁଛନ୍ତି ମାନସିକ ରୋଗୀ; ୩୦ ବେଡ୍ ନିଷ୍ପତ୍ତି କାର୍ଯ୍ୟକାରିତାକୁ ନେଇ ସନ୍ଦେହ

15-Jan-2021



କଟକ (ପ୍ରେରଣା ଖବର): କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍‌ପିଟାଲ ଗଲା ୪ ବର୍ଷ ହେବ ମାନସିକ ରୋଗ ବିଭାଗ ପାଇଁ ୧୦ଟି ଇନଡୋର ବେଡ୍‌ ଯୋଗାଇପାରୁ ନାହିଁ। ଏବେ ବଡ଼ ମେଡିକାଲ୍‌ରେ କାର୍ଯ୍ୟ କରୁଥିବା ନିଶା ନିବାରଣ କେନ୍ଦ୍ରକୁ ଜିଲ୍ଲା ମାନସିକ ରୋଗ ବିଭାଗ ସହିତ ମିଶ୍ରଣ ପାଇଁ ଜନସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି ପରେ ଅଡ଼ୁଆ ବଢ଼ିଯାଇଛି। ନିଶା ନିବାରଣ କେନ୍ଦ୍ର ମିଶ୍ରଣ ହେଲେ ଅଧିକ ୩୦ଟି ବେଡ ସିଟି ହସପିଟାଲରେ ଆବଶ୍ୟକତା ରହିଛି। ମୋଟ ଉପରେ କହିବାକୁ ଗଲେ ୪୦ଟି ବେଡ୍‌ ଉଭୟ ମାନସିକ ରୋଗ ବିଭାଗ ଏବ˚ ନିଶା ନିବାରଣ କେନ୍ଦ୍ର ପାଇଁ ଆବଶ୍ୟକତା ଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ହସପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଚିକିତ୍ସା ପାଇଁ ଜମି ମିଳୁନଥିବାରୁ ହସପିଟାଲର ଦୁର୍ବଳ ଭିତ୍ତିଭୂମି ଉପରେ କିଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ କାର୍ଯ୍ୟ କରିବ, ସେନେଇ ବର୍ତ୍ତମାନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ। ସୂଚନା ଅନୁଯାୟୀ, ୨୦୧୭ରୁ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନରେ କଟକ ସିଟି ହସପିଟାଲରେ ଖୋଲିଥିଲା ମାନସିକ ରୋଗ ବିଭାଗ। ଦୈନିକ ପ୍ରାୟ ୧୦ ଜଣ ମାନସିକ ରୋଗୀ ଚିକିତ୍ସିତ ହେଉଛନ୍ତି। ୨୦୧୮ରେ ୩୦୮ ମାନସିକ ରୋଗୀ, ୨୦୧୯ରେ ୭୫୦, ୨୦୨୦ରେ ୧୧ ଶହ ରୋଗୀ ଚିକିତ୍ସିତ ହେଇଛନ୍ତି। କେବଳ ୨୦୨୦ ମାର୍ଚ୍ଚରୁ ସେପ୍ଟେମ୍ବର ଭିତରେ ୮୦୦ ମାନସିକ ରୋଗୀ କରୋନା ପାଇଁ ସୃଷ୍ଟି ହୋଇଥିବା କୁହାଯାଉଛି। ଗୋଟିଏ ପଟେ ଜିଲ୍ଲାରେ ମାନସିକ ରୋଗୀ ଏଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବିଭାଗ ଖୋଲିବାର ୪ ବର୍ଷ ପରେ ବି ରୋଗୀ ଭର୍ତ୍ତି ହେବା ପାଇଁ ଇନ୍‌ଡୋର ବ୍ୟବସ୍ଥା କରାଯାଇପାରିଲା ନାହିଁ। ଦୁଇଟି କୋଠରୀରେ ଚାଲିଛି ଆଉଟ୍‌ଡୋର। ସିଟି ହସପିଟାଲରେ ମାନସିକ ରୋଗୀଙ୍କ ପାଇଁ ୧୦ଟି ବେଡ୍‌ର ଆବଶ୍ୟକତା ଥିବା ବେଳେ ମାନସିକ ରୋଗୀଙ୍କ ଅଧିକ ଚିକିତ୍ସା ପାଇଁ ବଡ଼ ମେଡିକାଲ ପଠାଯାଉଛି। କଟକ ସିଟି ହସ୍‌ପିଟାଲରେ ଏଭଳି ଢ˚ଗରେ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବଡ଼ ମେଡିକାଲ୍‌ରେ ୨୦୧୬ରୁ କାର୍ଯ୍ୟ କରିଆସୁଥିବା ନିଶା ନିବାରଣ କେନ୍ଦ୍ରକୁ ସିଟି ହସପିଟାଲର ମାନସିକ ରୋଗ ବିଭାଗ ସହିତ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଗଲା ୨୦୨୦ ଡିସେମ୍ବର ୭ ତାରିଖରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କଟକ ବଡ଼ ମେଡିକାଲ୍‌ ସମେତ ଏମକେସିଜି ବ୍ରହ୍ମପୁର, ଭିମସାର‌୍‌ ବୁର୍ଲାରେ ଥିବା ନିଶା ନିବାରଣ କେନ୍ଦ୍ରକୁ ନିଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାନସିକ ରୋଗ ବିଭାଗ ସହିତ ମିଶ୍ରଣ କରିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। କଟକ କଥା ଯଦି ଦେଖାଯିବ, ତେବେ ସିଟି ହସପିଟାଲରେ ଏହି ଦୁଇଟି କେନ୍ଦ୍ରର ନୋଡାଲ୍‌ ଅଫିସର ଭାବେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଚୟନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ ଛାତ ତଳେ ହିଁ ଦୁଇଟି କାର୍ଯ୍ୟକ୍ରମ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରିବ। ଏହି ନିର୍ଦ୍ଦେଶନାମାକୁ ଏକ ମାସ ପୂରି ସାରିଥିବା ବେଳେ କଟକ ବଡ଼ ମେଡିକାଲ୍‌ରେ କାର୍ଯ୍ୟ କରୁଥିବା ନିଶା ନିବାରଣ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ସିଟି ହସପିଟାଲକୁ ସ୍ଥାନାନ୍ତର ହୋଇପାରିଲା ନାହିଁ। ସିଟି ହସପିଟାଲରେ କୋଠାର ଅଭାବ ଥିବାରୁ ଏହା ସ୍ଥାନାନ୍ତର ହୋଇପାରୁ ନାହିଁ। ନିଶା ନିବାରଣ କେନ୍ଦ୍ର ପାଇଁ ୩୦ଟି ବେଡର‌୍‌ ଆବଶ୍ୟକତା ଥିବା ବେଳେ ସିଟି ହସପିଟାଲ କର୍ତ୍ତୃପକ୍ଷ ବେଡ୍‌ ଯୋଗାଇବାକୁ ଅକ୍ଷମତା ପ୍ରକାଶ କରିଛନ୍ତି। ଗୋଟିଏ ପଟେ ମାନସିକ ରୋଗୀଙ୍କ ପାଇଁ ୧୦ଟି ବେଡ୍‌ ବର୍ତ୍ତମାନ ସୁଦ୍ଧା ହସପିଟାଲ ଯୋଗାଇ ପାରୁନଥିବା ବେଳେ ପୁଣି ୩୦ ବେଡ ଖୋଲିବା ପ୍ରସ˚ଗ ଅଧିକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ, ଉଭୟ ମାନସିକ ରୋଗ ଏବ˚ ନିଶା ନିବାରଣ କେନ୍ଦ୍ର ଦୁଇଟି କାର୍ଯ୍ୟକ୍ରମ ପାଇଁ ୪୦ ବେଡ୍‌ର ଆବଶ୍ୟକତା ଥିବା ବେଳେ ଏବେ ବେଡ୍‌ ମିଳୁନଥିବାରୁ ଏଥିପାଇଁ ତର୍ଜମା ଚାଲିଛି। ଉଚ୍ଚସ୍ତରୀୟ ବୈଠକରେ ଏ ସ˚କ୍ରାନ୍ତ ନିଷ୍ପତ୍ତି ପାଇଁ ଯୋଜନା କରାଯାଉଛି। ଅନ୍ୟପଟେ ଗୋଟିଏ ନିଶା ନିବାରଣ କେନ୍ଦ୍ର ପିଛା ଷ୍ଟାଫ୍‌ ନର୍ସ ୧୦, ସାଇକ୍ରାଟିକ୍‌ ସ୍ପେଶାଲିଷ୍ଟ ୨, ଜେନାରାଲ ଡ୍ୟୁଟି ମେଡିକାଲ୍‌ ଅଫିସର ୨ଟି, କ୍ଲିନିକାଲ ସାଇକୋଲଜିଷ୍ଟ ୨, ସାଇକ୍ରାଟିକ୍‌ ସୋସିଆଲ୍‌ ଵାର୍କର ୨ ପଦବି ମଞ୍ଜୁର ଥିବା ବେଳେ କଟକ ନିଶା ନିବାରଣ କେନ୍ଦ୍ର କ୍ଷେତ୍ରରେ ବେଡ୍‌ ସହିତ ଯୋଡ଼ିହୋଇଛି ବରିଷ୍ଠ ଅଧିକାରୀ ପଦବି ଖାଲି ପ୍ରସ˚ଗ। ୨ ଜଣ ଜେନେରାଲ୍‌ ଡ୍ୟୁଟି ମେଡିକାଲ୍‌ ଅଫିସର ନାହାନ୍ତି। ଏଭଳି ସ୍ଥିତିରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ଆଶଙ୍କା ଦେଖା ଦେଇଛି। ସିଡିଏମଓ ଡାକ୍ତର ସତ୍ୟବ୍ରତ ଛୋଟ୍ଟରାୟ କହିଛନ୍ତି ଯେ ସିଟି ହସପିଟାଲ୍‌ରେ ନିଶା ନିବାରଣ କେନ୍ଦ୍ର ପାଇଁ ସ୍ଥାନର ଅଭାବ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like