-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||     

HOME   ଜିଲ୍ଲା

ସାହିତ୍ୟ ଏକାଡେମୀ ତରଫରୁ ଶିଳଭଦ୍ର ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ

15-Feb-2025



ଗୌହାଟି(ପ୍ରେରଣା ଖବର): ସାହିତ୍ୟ ଏକାଡେମୀ ଏବଂ ନର୍ଥ ଲଖିମପୁର ମହାବିଦ୍ୟାଳୟର ମିଳିତ ଉଦ୍ୟମରେ ବିଶିଷ୍ଟ ଅହମିୟା ସାହିତ୍ୟିକ ଶିଳଭଦ୍ର (ରେବତୀ ମୋହନ ଦତ୍ତ )ଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଲଖିମପୁର କଲେଜରେ  ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଅଧିବେଶନରେ କଲେଜର ଅଧ୍ୟକ୍ଷ ଡକ୍ଟର ବିମାନ ଚନ୍ଦ୍ର ଚେତିଆ ଅଧ୍ୟକ୍ଷତା କରିଥିଲେ ଏବଂ ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ ଦେଇଥିଲେ। ଶ୍ରୀ ନାଏ କ ତାଙ୍କ ବକ୍ତବ୍ୟରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାଙ୍କ ଅନନ୍ୟ ସାହିତ୍ୟିକ ପ୍ରତିଭା

ଉପରେ ଆଲୋକପାତ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ବିଶେଷକରି ଶିଳଭଦ୍ରଙ୍କ କାହାଣୀ କହିବାର ଶୈଳୀ ଓ ବିଷୟବସ୍ତୁ ସମ୍ପର୍କରେ ସେ ସୂଚନା ଦେଇଥିଲେ l ସାହିତ୍ୟ ଏକାଡେମୀର ଅହମିୟା ଉପଦେଷ୍ଟା ମଣ୍ଡଳୀର ଆବାହକ ଦିଗନ୍ତ ବିଶ୍ୱ ଶର୍ମା ପ୍ରାରମ୍ଭିକ ବକ୍ତୃତା ପ୍ରଦାନ କରିଥିଲେ। ସେ ଶିଳଭଦ୍ରଙ୍କ ସୃଜନଶୀଳ ପ୍ରତିଭାର ଗଭୀର ଆତ୍ମନିରୀକ୍ଷଣ ଦିଗ ଉପରେ ଆଲୋକପାତ କରିଥିଲେ। ଶ୍ରୀ ଶର୍ମା ଭାରତୀୟ ସାଂସ୍କୃତିକ ପରମ୍ପରାର ଚିନ୍ତନଶୀଳ ବାହକ ଭାବରେ ଶିଳଭଦ୍ରଙ୍କ କୃତିର ସରଳତା ଏବଂ ସେମାନଙ୍କ ମଧ୍ୟରେ ନିହିତ ମାନବତାର ଗଭୀର ପ୍ରକୃତିର ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ ଯେ ଶିଳଭଦ୍ରଙ୍କ କୃତି ମାଧ୍ୟମରେ ସେ ଋଷି ଅରବିନ୍ଦଙ୍କ ଦର୍ଶନ ଏବଂ ଚେତନାର ପ୍ରତିଧ୍ୱନି ଅନୁଭବ କରିଥିଲେ। ନର୍ଥ ଲଖିମପୁର କଲେଜର ଆଇକ୍ୟୁଏସି ସଂଯୋଜକ ଡକ୍ଟର ରାଘବ ପରାଜୁଲି ଉଦଘାଟନୀ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ l
ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ  ସମାଲୋଚକ ଏବଂ ସ୍ତମ୍ଭକାର ତଥା ଲଖିମପୁର କଲେଜର ଅହମିୟା ବିଭାଗର ମୁଖ୍ୟ ଡକ୍ଟର ଅରବିନ୍ଦ ରାଜଖୋୱା ପରିଚାଳନା କରିଥିଲେ। ଏହି ଅଧିବେଶନରେ, ଲଖିମପୁର ବାଣିଜ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲୋହିତ ହଜାରିକା, ସ୍ୱପ୍ନାଲି ବୋରଗୋହାଇନ୍ ଏବଂ  ଡକ୍ଟର ବି.ଡି. ନିଶା ପ୍ରବନ୍ଧ ଉପସ୍ଥାପନ କରିଥିଲେ। ତିନି ଆଲୋଚକ ଶିଳଭଦ୍ରଙ୍କ ବହୁବିଧ କୃତିର ମୂଲ୍ୟାଙ୍କନ କରିବା ପୂର୍ବକ ତାଙ୍କ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପର କଳାତ୍ମକ ସୌନ୍ଦର୍ଯ୍ୟ ବିଷୟରେ କହିଥିଲେ। ଡକ୍ଟର ରାଜଖୋୱା କହିଥିଲେ ଯେ ଶିଳଭଦ୍ରଙ୍କ କୃତି ଅବିଭକ୍ତ ଗୋଲପାରା ଜିଲ୍ଲାକୁ ଆସାମ ସହିତ ସଂଯୋଗ କରିବାରେ ଏବଂ ଆସାମର ଅସ୍ମିତା ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ଆଲୋଚଚକ୍ରର ଅନ୍ତିମ ଅଧିବେଶନରେ ସୁପରିଚିତ କବି ଏବଂ ଅର୍ଥନୀତିର ବିଭାଗର ସହକାରୀ ପ୍ରଫେସର ଡକ୍ଟର ରାତୁଲ କୁମାର ଲାହାନ ପରିଚାଳନା କରିଥିଲେ। ଏହି ଅଧିବେଶନରେ ଭାସ୍କର ଭୂୟାଁ, ନର୍ଥ ଲଖିମପୁର କଲେଜର ସହକାରୀ ପ୍ରଫେସର ଡକ୍ଟର ବର୍ଣ୍ଣାଲି ବୋରା, ଲଖିମପୁର ବାଳିକା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନିପୋନ ପାଙ୍ଗିଂ ଏବଂ ଡକ୍ଟର ରୁନଜୁନ

ବୋରା ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଅଧିବେଶନରେ ମୁଖ୍ୟତଃ ଶିଳଭଦ୍ରଙ୍କ କ୍ଷୁଦ୍ରଗଳ୍ପରେ ସୌନ୍ଦର୍ଯ୍ୟବୋଧ ଏବଂ ସାମାଜିକ ଚେତନା ଉପରେ ଆଲୋଚନା କରାଯାଇଥିଲା। ସହକାରୀ ପ୍ରଫେସର ଡକ୍ଟର ଧୀରଜ ପାଟର ସମାପନୀ ବକ୍ତୃତା ପ୍ରଦାନ କରିଥିଲେl ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସାହିତ୍ୟିକ, ଅଧ୍ୟାପକ, ଗବେଷକ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଶିଳଭଦ୍ରଙ୍କ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗଳ୍ପ ସଂକଳନ ମଧୁପୁର ବହୁଦୂର ଓଡ଼ିଆରେ ଅନୁଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026

You Might Also Like