-+91-9937148622 |

prerana_bgr@rediffmail.com |

  Thursday 12th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   (11-Mar-2026)       ||      ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ    (11-Mar-2026)       ||      ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   (11-Mar-2026)       ||      ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   (11-Mar-2026)       ||      ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   (11-Mar-2026)       ||      *ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||      ରକ୍ତଦାନ ଶିବିର ଅନୁଷ୍ଠିତ    (11-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||     

HOME   ଜିଲ୍ଲା

ବାସହୀନ ସାଇବାନିଙ୍କ ସରୁନି ଜୀବନ ଯନ୍ତ୍ରଣାର ଯାତ୍ରା

04-Feb-2025



ଅତାବିରା, (ଆକାଶ ମିଶ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଲାଦରପାଲି ବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟର ପାଚେରୀ କୁ ଲାଗି ରହିଥିବା ଏକ ସରକାରୀ ଜାଗାରେ ଏକ କୁଡ଼ିଆ ଘର  ରହନ୍ତି ୬୪ ବର୍ଷର ଆଦିବାସୀ ବୃଦ୍ଧା ସାଇବାନି ବରିହା । ଦୀର୍ଘ ୪୦ ରୁ ଉର୍ଦ୍ଧ୍ବ ବର୍ଷ ହେଲା ସେ ଏଠାରେ ରହି ଆସୁଛନ୍ତି ।ତାଙ୍କର ଚାରି ଝିଅ ଓ ଗୋଟିଏ ପୁଅ । କୁଲି  ମଜୁରୀ କାମ କରି ଚାରି ଝିଅ ଙ୍କୁ  କଷ୍ଟେ ମଷ୍ଟେ ବିବାହ ଦେବା ପରେ ସେ ସର୍ବ ସ୍ଵlନ୍ତ ହୋଇ ପଡିଲେ। ଝିଅ ମାନଂକ ବିବାହ ପାଇଁ କରିଥିବା ଧାର ଟଙ୍କା ଶୁଝିବା ପାଇଁ ସ୍ବାମୀ କୁମର ବରିହା (୮୦)  ଙ୍କ ସହ ଆଗ ଅପେକ୍ଷା ଅଧିକ  କୁଲି ମଜୁରୀ କରି  ପରିଶ୍ରମ କରିବାକୁ ପଡିଲା । ପରିଣତ ବୟସରେ ଅଧିକ ପରିଶ୍ରମ  କରିବା  ଫଳରେ   କୁମର ବରିହା ଙ୍କୁ ପକ୍ଷାଘାତ ରୋଗ ଆକ୍ରମଣ କଲା ।ଏବେ ସେ  ଆଉ କିଛି କରି ପାରୁ ନାହାନ୍ତି । ପୁଅ  ଯାଇଛି ତାମିଲନାଡୁ କୁ ଦାଦନ ଖଟିବାକୁ ପାଇଁ । ସାଇବାନି ଏବେ ଏକା । ନା  ସ୍ଥାୟୀ ଘର ଖଣ୍ଡିଏ ଅଛି , ନା ହାତରେ ପଇସା ।ସ୍ବାମୀ ଙ୍କୁ ଛାଡି ସେ ମଜୁରୀ ପାଇଁ ବି କୁଆଡେ ଯାଇପାରୁ ନାହାନ୍ତି । କେବଳ ୧୦୦୦ ଟଙ୍କା ଭତ୍ତା ପଇସା ଓ ୩୫ କେଜି ଚାଉଳ  ତାଙ୍କର ଏକମାତ୍ର ସାହାରା ।ସ୍ବାମୀ କୁମର ବରିହା ଙ୍କୁ ୮୦ ବର୍ଷ  ।ହେଲେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବି  ମିଳୁନି  ,କି ଚାଉଳ ବି  ମିଳୁନି ।  ଏତିକି ମାତ୍ର ସମ୍ବଳ ରେ ସାଇବlନି ସ୍ଵାମୀଙ୍କ  ଔଷଧ ,ଲୁଗାପଟା ସହ ପରିବାର  ପାଇଁ ତେଲ ଲୁଣ କରୁଛନ୍ତି । ବର୍ଷା ଦିନରେ ଘରେ ପାଣି ଗଲେ, ତାକୁ ଭଳ ଭାବରେ ଟିକେ ମରାମତି କରିବା ପାଇଁ ମଧ୍ୟ   ତାଙ୍କ ପାଖରେ ନା ଅର୍ଥ ଅଛି ନା  ସାମର୍ଥ୍ୟ ଅଛି ।
ଯେଉଁ ମାନେ ବହୁ ବର୍ଷ ଧରି ସରକାରୀ ଜାଗାରେ ଅସ୍ଥାୟୀ ଭାବରେ ରହୁଛନ୍ତି, ତାଙ୍କୁ ସରକାର  ଜାଗା ମିଶନ ରେ ସାମିଲ କରି  ଜମି ପଟ୍ଟା  ପ୍ରଦାନ କରୁଛନ୍ତି । ମୋ କୁଡିଆ ଯୋଜନା, ଇନ୍ଦିରା ଆବାସ ଆଦି ଅନେକ ଯୋଜନାରେ ଘର ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ହେଲେ ସାଇବାନି ଙ୍କ ପାଇଁ ତାହା ସପ୍ନ ହୋଇଛି ।ଏଥିପାଇଁ ସେ ରାଜସ୍ବ ଅଧିକାରୀ ଙ୍କୁ ଲିଖିତ ଭାବରେ ଜଣାଇ  ସାରିଛନ୍ତି । ଘର ଖଣ୍ଡିଏ ପାଇଁ , ଯେଉଁ ସରକାରୀ ବାବୁଙ୍କୁ ଦେଖିଲେ, ପ୍ରଶାସନିକ ଅଧିକାରୀଙ୍କୁ ଦେଖିଲେ  ସାଇବlନି  ନେହୁରା ହୋଇଥାନ୍ତି ,  ଏହାକୁ ଦେଖିଲେ  ଲାଗେ, ସରକାରୀ ଯୋଜନା ପ୍ରକୃତରେ  ବାଟ ବଣା । ସାଇବାନୀ ଙ୍କ ପରି  ଯିଏ ପ୍ରକୃତରେ ହିତାଧିକାରୀ, ସେମାନଙ୍କ ପାଖକୁ ପହଞ୍ଚି ପାରୁନି । କିନ୍ତୁ ସରକାରୀ ଯୋଜନାରେ ଅନେକ ଲୋକ  ମାଳାମାଲ୍ । ବାସ ଖଣ୍ଡିଏ ପାଇଁ ଆଜି ସାଇବାନି କେତେ ନେହୁରା  ହେଉଛନ୍ତି ,କାଉନସିଲର ଠାରୁ ଆରମ୍ଭ କରି ବିଧାୟକ ଙ୍କ ପର୍ଯ୍ୟନ୍ତ ।ହେଲେ ସବୁ କିଛି ବ୍ୟର୍ଥ । ଯୋଜନା କେଉଁଠି ବାଟବଣା,ଜଣା ପଡୁନି !  ରାଜସ୍ବ ଅଧିକାରୀ ଙ୍କୁ ମଧ୍ୟ ଜଣାଇବାର ୪/୫ ମାସ ବିତି ଗଲାଣି, ଶେଷରେ ସେ ନିରାଶ ହୋଇ ପଡିଛନ୍ତି ।ଏବେ ତାଙ୍କର ମଝିଆ ଝିଅ ଆସି ପାଖରେ ରହି କିଛି ସାହାଯ୍ୟ କରୁଛି,ହେଲେ ତାର ମଧ୍ୟ ପରିବାର ଅଛନ୍ତି, ସେ କଣ ସବୁ ଦିନ ବାପ ମାଆଙ୍କ ସେବା କରିପାରିବ  ବୋଲି ସାଇବlନି କହିଥାନ୍ତି । ଅତ୍ୟନ୍ତ ପକ୍ଷେ ଭଳ ଘର ଖଣ୍ଡିଏ ହେଲେ ବି ଶୀତ  ବର୍ଷାରୁ ରକ୍ଷା ପାଇଁ ପାରନ୍ତା । ତେବେ ଦେଖାଯାଉ  ସାଇବlନି ଙ୍କୁ ଆଉ କେତେ ଦିନ ସଂଘର୍ଷ କରିବାକୁ ପଡୁଛି,  ଆଗ ଆୟୁଷ ସରୁଛି ନା  ସଂଘର୍ଷ  ର ଅନ୍ତ ହେଉଛି ?


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   11-Mar-2026
  ଜିଲ୍ଲା  
ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ   11-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   11-Mar-2026
  ଜିଲ୍ଲା  
ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   11-Mar-2026
  ଜିଲ୍ଲା  
ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   11-Mar-2026
  ଜିଲ୍ଲା  
*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   11-Mar-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   11-Mar-2026
  ଜିଲ୍ଲା  
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   11-Mar-2026
  ଜିଲ୍ଲା  
ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   11-Mar-2026
  ଜିଲ୍ଲା  
ଶାସ୍ତ୍ରୀୟ ଭାଷା ଦିବସ ପାଳିତ   11-Mar-2026
  ଜିଲ୍ଲା  
ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   11-Mar-2026
  ଜିଲ୍ଲା  
ରକ୍ତଦାନ ଶିବିର ଅନୁଷ୍ଠିତ   11-Mar-2026

You Might Also Like