-+91-9937148622 |

prerana_bgr@rediffmail.com |

  Wednesday 25th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   (25-Nov-2026)       ||      ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   (25-Nov-2026)       ||      ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   (25-Nov-2026)       ||      ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି    (25-Nov-2026)       ||      ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   (25-Nov-2026)       ||      ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   (25-Nov-2026)       ||      ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   (25-Nov-2026)       ||      ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   (25-Nov-2026)       ||      ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   (25-Nov-2026)       ||      ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   (25-Nov-2026)       ||      *ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   (25-Nov-2026)       ||      ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ    (25-Nov-2026)       ||      ଦରଦାମ୍ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ଜନତା କଂଗ୍ରେସର ବିଧାନସଭା ଘେରାଉ ଇଂ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ବିକ୍ଷୋଭ; ଦରଦାମ୍ ନିୟନ୍ତ୍ରଣ ଦାବିରେ ସରକାରଙ୍କ ବିରୋଧରେ ଗର୍ଜିଲା ଓଜେସି   (25-Nov-2026)       ||      ଧାନ ସଂଗ୍ରହରୁ ଚାଉଳ ଯୋଗାଣ ପର୍ଯ୍ୟନ୍ତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମିଲର୍ସ♦️ ମିଲର୍ସଙ୍କ ୧୨ ଦଫା ଦାବି ପୂରଣ ପାଇଁ ଦାବି    (25-Nov-2026)       ||      ବଡଦେଓ ଦେବ ଲୋକ ନାଟକ ମ‌ହୋସବ- ୨୦୨୬ କାର୍ଯ୍ୟକ୍ରମ   (24-Nov-2026)       ||      ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬   (24-Nov-2026)       ||      ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଉଛନ୍ତି ମୋହନ ମାଝୀ ସରକାର: କଂଗ୍ରେସ   (24-Nov-2026)       ||      ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ   (24-Nov-2026)       ||      ପର୍ଲିମାଲ ବିରାଟ ବାଲିଯାତ୍ରା ପାଇଁ କଳସ ଯାତ୍ରା   (24-Nov-2026)       ||      କୋକସରା ବଡ଼ ପଡା ଠାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ପାଳିତ   (24-Nov-2026)       ||     

HOME   ଜିଲ୍ଲା

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକାକରଣ ର ପ୍ରସ୍ତୁତି ବୈଠକ

13-Jan-2021



ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା): ନୟାଗଡ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଗଣିଆ ବ୍ଳକ ଉନ୍ନୟନ ଅଧିକାରୀ ଶୁଭ୍ର ପଟେଲ ଙ୍କ ଅଧକ୍ଷତାରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭା ଗୃହରେ କୋଭିଡ ଟୀକାକରଣର ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି | ଏହି ସମୀକ୍ଷା ବୈଠକରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ମଧୁସୂଦନ ଦାଶ, ପିଏଚଇଓ କମଳା ମହାରଣା, ବିଏଏମ ମନୋରଞ୍ଜନ ସାହୁ, ବିପିଏମ ତୁଷାର ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ | ବିପିଏମ ଶ୍ରୀଯୁକ୍ତ ସାହୁ ସଭା ପରିଚାଳନା କରିଥିଲେ | ସମୀକ୍ଷା ରୁ ଜଣାପଡିଛି ଗଣିଆ ବ୍ଳକ ରେ ପ୍ରଥମ ପର୍ଯ୍ୟାୟ ରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଛାମୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୨୯0 ଜଣଙ୍କୁ ଟୀକା ଦିଆଯିବ | ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନବାଡି କର୍ମୀ ମାନଙ୍କୁ ଟୀକା ଦିଆଯିବ | ଏହି ଟୀକାକରଣ ପରିଚାଳନା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ୫ ଜଣିଆ ଟିମ ନିୟୋଜିତ ହେବେ | ଜଣେ ଡାକ୍ତର, ସୁପରଭାଇଜର, ପୋଲିସ କର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏହି ଦଳ ଗଠନ ହେବ | ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ସୂଚନା ମୁତାବକ ଆଜି ସୁଦ୍ଧା ୧୩୫୩୮ ଟି କୋଭିଡ ଟେଷ୍ଟ ରୁ ମାତ୍ର ତିନିଶହ ଚବିଶ ଜଣ କରୋନା ପଜେଟିଭ  ଚି଼ହ୍ନଟ ହୋଇଥିଲେ | ଆଜକୁ ପ୍ରାୟ ତିରିଶ ଦିନ ହେଲା କୌଣସି ପଜେଟିଭ ଚିହ୍ନଟ ହୋଇ ନଥିବାରୁ ଗଣିଆ ଅଞ୍ଚଳ କରୋନା ଯୁଦ୍ଧ ରେ ବିଜୟ ଲାଭ କରିଛି ବୋଲି  ଶ୍ରୀଯୁକ୍ତ ପଟେଲ  ଯୁକ୍ତି  ବାଢ଼ିଥିଲେ | ଏହି ବୈଠକରେ ଗଣିଆ ବ୍ଳକର ସମସ୍ତ ସରପଞ୍ଚ, ଅଙ୍ଗନବାଡି ସୁପରଭାଇଜର, ପିସିଆଇ ସୋସିଆଲ ମୋବିଲlଇଜେସନର କୋଡ଼ିନେଟର ବାଉରୀ ବନ୍ଧୁ ବେହେରା, ଶିଶୁ ରାଇଜର ସମ୍ପାଦକ ସରୋଜ କୁମାର ଦାଶ, ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା, ସମାଜସେବୀ ଅଜୟ କୁମାର ଲେଙ୍କା ଏବଂ ଗଣିଆ ବ୍ଳକର କାର୍ଯ୍ୟରତ ସାମ୍ବାଦିକ ଦେବୀ ପ୍ରସାଦ ଦାଶ, ବିଶ୍ୱରଂଜନ ସେଠୀ, ସୁରେଶ କୁମାର ସାହୁ, ସମୀର କୁମାର, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରପଞ୍ଚ ଙ୍କ ଦ୍ୱାରା ବରୀ ପଞ୍ଚାୟତ ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ   25-Nov-2026
  ଜିଲ୍ଲା  
ବରପାଲି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ ଓକିଲ ସଂଘ ର ବିରୋଧ   25-Nov-2026
  ଜିଲ୍ଲା  
ସିକିର୍ଡି ରେ ଅଷ୍ଟ ପ୍ରହରୀ ନାମଯଜ୍ଞ   25-Nov-2026
  ରାଜ୍ୟ  
ଦେଓଗାଁ ବ୍ଲକ ରେ ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି   25-Nov-2026
  ଜିଲ୍ଲା  
ଆଗଲପୁର ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ   25-Nov-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ରାଜ୍ କରୁଛି ନକଲି   25-Nov-2026
  ଜିଲ୍ଲା  
ଛାଡ଼ଖାଇକୁ ନେଇ ଆମିଷ ବଜାରରେ ଉତ୍ସବର ମାହୋଲ   25-Nov-2026
  ଜିଲ୍ଲା  
ଶୀତ ଋତୁରେ ଅସହାୟଙ୍କ ପାଇଁ ସହଯୋଗ ଫାଉଣ୍ଡେସନର ସହାୟତାର ହାତ   25-Nov-2026
  ଜିଲ୍ଲା  
ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ   25-Nov-2026
  ଜିଲ୍ଲା  
ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତି ପାଲିତ   25-Nov-2026
  ଜିଲ୍ଲା  
*ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ*   25-Nov-2026
  ଜିଲ୍ଲା  
ସିନାପାଲି ହାଇସ୍କୁଲପଡ଼ା ରେ ମା’ ମହାଲକ୍ଷ୍ମୀଙ୍କ ଭବ୍ୟ ପୂଜା ମହୋତ୍ସବ   25-Nov-2026

You Might Also Like