-+91-9937148622 |
prerana_bgr@rediffmail.com |
Wednesday 25th November 2026 |
R.N.I. Regd No. ODIODI/2010/46693
Breaking News
25-Jan-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଶିକ୍ଷା,ସାମାଜିକ ଶସକ୍ତି କରଣ ଏବଂ ନବ ସର୍ଜନା ମାଧ୍ୟମରେ ସଂମ୍ପ୍ରଦାୟକୁ ପରିବର୍ତନ କରିବା ପାଇଁ ସମର୍ପିତ ଦୃଷ୍ଟି ସଂମ୍ପର୍ଣ୍ଣ ବ୍ୟକ୍ତିତ୍ୱ ଡଃ. ଅଚ୍ୟୁତ ସାମନ୍ତଙ୍କ ନିଆରା ପ୍ରାୟାସ ମିନି ମାରାଥନ ।ଚଳିତ ବର୍ଷର ମିନି ମରାଥନର ଥିମ ରହିଛି ସମସ୍ତଙ୍କ ପାଇଁ ଶିକ୍ଷା । ଏହି ମହତ ଉଦ୍ଦେଶ୍ୟରେ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ପଡିଆରୁ ଦୁଇଶହରୁ ଉର୍ଦ୍ଧ ଛାତ୍ର/ଛାତ୍ରୀଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ମିନି ମାରାଥନରେ ଭାଗନେଇ ନଳିନୀ ଛକ,ଅମ୍ବେଦକର ଛକ ଏବଂ ବ୍ଲକ ଛକ ଦେଇ ରୋୟାଲ ପଡିଆରେ ପହଂଚି ଥିଲେ । ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ନାରାୟଣ ଲୁହା ସମାଜସେବୀ ଲକ୍ଷ୍ମୀନାରାୟଣ ପୁରୋହିତ,ଜ୍ୟୋତିକାନ୍ତ ନନ୍ଦ,ଶାରୀରିକ ଶିକ୍ଷା ଶିକ୍ଷକ,କୋଶଲ ଏକାଡେମିର ପ୍ରତିଷ୍ଠାତା ସଂଜୟ ସାହୁ,କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ଶେଷଦେବ ବାରିକ,କିସ ଜିଲ୍ଲା ସଂଯୋଜକ ପ୍ରଭଞନ କୁମାର ପୂଝାରୀ ପ୍ରମୁଖ ଯୋଗଦେଇଥିବା ବେଳେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ସବୁଜ ପତାକା ଦେଖାଇ ଏହାର ଶୂଭ ଉଦଘାଟନ କରିଥିଲେ । ପରେ ପରେ ଏକ ସଭାର ଆୟୋଜନ କୋଯାଇଥିଲା । ଏଥିରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଶିକ୍ଷା ହେଉଛି ମୈାଳିକ ଅଧିକାର । ଅଭାବ ଅନାଟନ ଭିତରେ ଥିବା ପିଲାଟିଏ କିଭଳି ଗୁଣାତ୍ମକ ଶିକ୍ଷା ପାଇପାରିବ ଏବଂ ଶିକ୍ଷାରୁ କେହି ବଂଚିତ ନ ହେବେ ଯାହା କିଟ,କିସ୍ ଏବଂ କିମସ୍ର ପ୍ରତିଷ୍ଠାତା ଡଃ.ଅଚ୍ୟୁତ ସାମନ୍ତଙ୍କ ନିଆର ପ୍ରାୟସ ବୋଲି ମତବ୍ୟକ୍ତ କରିଥିଲେ ।ଏଥିରେ ଯୋଗଦେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।