-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||     

HOME   ଜିଲ୍ଲା

ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦାଦନ ଶ୍ରମିକ ର ମୃତ

15-Jan-2025



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ବେଆଇନ ଦାଦନ ଶ୍ରମିକ ଚାଲାଣ ହୋଇଥିବା ଶୁଣିବାକୁ ମିଳୁଛି। ହେଲେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଚେଷ୍ଟା କଲେ ନାହିଁ କିଛି ପୋଲିସ ଅଧିକାରୀ। ସର୍ଦ୍ଦାର ପୀରତି ରେ ଭାସି ଭୁଲିଗଲେ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ। ଯାହାକି ଏବେ ନିରିହ ଦାଦନ ଶ୍ରମିକ ଉପରେ କୁପ୍ରଭାବ ପଡ଼ିଛି। ବଲାଙ୍ଗିର ଜିଲ୍ଲାର ଅନେକ ଗୁଡ଼ିଏ ଦାଦନ ଶ୍ରମିକ ଅମାନବୀୟ ନିର୍ଯାତନା ପାଇବା ସହ ମୃତ୍ୟୁବରଣ କରୁଥିବା ଖବର ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବେଆଇନ ଦାଦନ ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟାକ୍ସଫୋର୍ସ ଗଠନ କରାଯାଇଥିଲା ଓ‌ ତା'ର ଦାୟିତ୍ବ ନିଜେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମହୋଦୟ ନେଇଥିଲେ। କିନ୍ତୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସର୍ଦ୍ଦାର ବେଆଇନ ଦାଦନ ଶ୍ରମିକ ଚାଲାଣ କରିଥିବା କଥା ସବୁଆଡେ ଚର୍ଚ୍ଚା ହେଉଛି। ଚଳିତ ବର୍ଷ ପାଟଣାଗଡ଼ ପୋଲିସ ମାତ୍ର ଦୁଇ ଥର ଦାଦନ ଶ୍ରମିକ ଉଦ୍ଧାର କରିଛନ୍ତି ହେଲେ ଲରମ୍ଭା ପୋଲିସ ଦାଦନ ଶ୍ରମିକ ଉଦ୍ଧାର କୁ ଶୂନ୍ୟ କରିଦେଲେ। ହେଲେ ଅନେକ ଗୁଡ଼ିଏ ଲରମ୍ଭା ଅଞ୍ଚଳର ଦାଦନ ଶ୍ରମିକ ନିର୍ଯାତନା ପାଉଥିବା ବେଳେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି।ଗତକିଛି ଦିନ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗିଆବାହଲ ଗାଁ ର ଜଣେ ଦାଦନ ଶ୍ରମିକଙ୍କ ବାହାର ରାଜ୍ୟ ରେ ମୃତ୍ୟୁ ଘଟିଥିଲା। ସେହି ଦାଦନ ଶ୍ରମିକ କୁ ବେଲ ପଡ଼ା ଥାନା ବେହେରା ମୁଣ୍ଡା ଗ୍ରାମ ପଞ୍ଚାୟତ  ର‌ ଜୈନିକ ସର୍ଦ୍ଦାର ବେଆଇନ ଭାବେ ଚାଲାଣ କରିଥିଲା। ତାର ମୃତ ଶରୀରକୁ ଗାଁ କୁ ଆଣିଥିଲେ କିନ୍ତୁ ପରିବାର ବର୍ଗଙ୍କୁ ଲୋଭ ଦେଖାଇ ଘଟଣା କୁ ଚାପି ଦିଆଗଲା। ଏତେ ବଡ଼ ଘଟଣା ରେ ଲରମ୍ଭା ପୋଲିସ ର ନୀରବତା କୁ ଦେଖି ତାଜୁବ ଲାଗୁଛି। କେଉଁ ଉଦ୍ଦେଶ୍ୟରେ ଲରମ୍ଭା ପୋଲିସ ଖୋଳତାଡ଼ କଲାନାହିଁ କି ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଚେଷ୍ଟା କଲାନାହିଁ। ପୁଣି ଥରେ ସେହି ଅଞ୍ଚଳର ବେଆଇନ ଭାବେ ଚାଲାଣ ହୋଇଥିବା ଜଣେ ଦାଦନ ଶ୍ରମିକ ରେଲ ଲାଇନ୍ ରେ ମୃତ୍ୟୁବରଣ କରିଥିବା ବେଳେ ତାର ଶବ ଗାଁ କୁ ଫେରିଛି। ସୂଚନାଯୋଗ୍ୟ ଯେ ବେଲ ପଡ଼ା ଥାନା ମୁନାପାଲି ଗାଁ ର ଜୈନିକ ସର୍ଦ୍ଦାର କିଛି ଟଙ୍କା ଅଗ୍ରୀମ ଦେଇ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗାଁ ର ଦାଦନ ଶ୍ରମିକ ଭାଗବତ ବରିହା ଓରଫ୍ ଛୁଆ ବାବୁ (୪୦)  କୁ  ବାହାର ରାଜ୍ୟ କୁ ବେଆଇନ ଭାବେ ଚାଲାଣ କରିଥିଲା।ସେଠାରେ‌ କୌଣସି କାରଣବସତଃ ଟ୍ରେନ ଲାଇନ ରେ କଟି ଯାଇ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ମୃତ ଶରୀରକୁ ଗାଁ କୁ ଅଣାଯାଇଛି। ଗାଁ ରେ ଶ୍ରୀଘ୍ର ମୃତ ଦେହ କୁ ପୋଡାଇ ଦେବା ସହ ଥାନା ରେ ଅଭିଯୋଗ ନକରିବା ପାଇଁ ପରିବାର ବର୍ଗଙ୍କୁ କୁହାଯାଉଛି।ଘଟଣାକୁ ଦବାଇ ଦେବା ପାଇଁ ରାତାରାତି ଶବ ଟିକୁ ପୋଡ଼ି ଦେଇଥିବା ବେଳେ ସେଥିରେ ସରକାର ଙ୍କ ଅଣପଞ୍ଜିକୃତ ତଥା କଥାକଥିତ ସାମ୍ବାଦିକ ମାନେ ମଧ୍ୟ ସହଯୋଗ କରିଥିବା ଶୁଣିବାକୁ ମିଳୁଛି।ଏ ବିଷୟରେ ଆମେ ଲରମ୍ଭା ଥାନା ଅଧିକାରୀ ସୂର୍ଯ୍ୟଭାନୁ ଯାଦବ ଙ୍କୁ ପଚାରିବାରୁ ସେ କହିଲେ କି ଏମିତି କିଛି ଅଭିଯୋଗ ଆସିନାହିଁ ଯଦି ଆସେ ମୁଁ ଜଣାଇବି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026

You Might Also Like