-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
30-Nov-2024
ରୁପ୍ରାରୋଡ (ସଞ୍ଜିବ ଦାସ )
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରା ରୋଡ଼ ର ୨୮ତମ ବାର୍ଷିକ କ୍ରୀଡା ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଜୟ କୁମାର ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଅନିଲ କୁମାର ଅଗ୍ରୱାଲ ଯୋଗ ଦେଇ ଖେଳୁଆଡ ମନୋବୃତ୍ତି ନେଇ ଖେଳିବା ପାଇଁ ମାର୍ଗ ଦର୍ଶନ କରି ଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ହେମନ୍ତ କୁମାର ଭୋଇ ଅତିଥି ପରିଚୟ କରିଥିବା ବେଳେ ଶ୍ରୀ ନିକୁଞ୍ଜ ବିହାରୀ ନାଗ ମଞ୍ଚ ପରିଚାଳନା କରି ଥିଲେ l ବିଦ୍ୟାଳୟର କ୍ରୀଡା ପ୍ରମୁଖ ଶ୍ରୀ ଶିବରାମ ସାହୁ କ୍ରୀଡା ପରିଚାଳନା କରିଥିଲେ l ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ l