-+91-9937148622 |
prerana_bgr@rediffmail.com |
Thursday 21st May 2026 |
R.N.I. Regd No. ODIODI/2010/46693
Breaking News
29-Nov-2024
ଗଞ୍ଜାମ(କୈଳାସ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ଗୋରାପଲ୍ଲୀ ଟୋଲ୍ ଗେଟ୍ ଠାରେ ଖଲ୍ଲିକୋଟ ପୋଲିସ ବିଭିନ୍ନ ଗାଡ଼ି ଯାଞ୍ଚ୍ ବେଳେ ଏକ "ଡିଜାଇର୍" କାର୍ କୁ ସନ୍ଦେହରେ ଯାଞ୍ଚ କରିଥିଲେ। ତା ଭିତରୁ ବହୁ ପରିମାଣର ରୁପା ଇଟା ରହିଛି ଓ ଦୁଇ ଜଣ ବ୍ୟକ୍ତିଙ୍କୁ
ବାହାର କୁ ଆଣି ଯେରା କରିବା ବେଳେ ସେମାନେ ବ୍ରହ୍ମପୁରରୁ ରୂପା ନେଇ କଲିକତା ରେ ବ୍ୟବସାୟ କରୁଥିବା କହିଥିଲେ। ଯାହାକି ବିନା ଜି ଏସ୍ ଟି ରେ ଏହି ବ୍ୟବସାୟ କରୁଥିବା କହିଥିଲେ। ପୋଲିସ ଗାଡି ଭିତରୁ ନଗଦ ୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ସହ ୮୮ କେଜି ରୁପା ଜବତ କରି ଜି ଏସ୍ ଟି ବିଭାଗକୁ ଖବର ଦେଇଥିଲେ ଓ ଖବର ପାଇ ଜି ଏସ୍ ଟି ଅଧିକାରୀ ଖଲ୍ଲିକୋଟ ଥାନାରେ ପହଞ୍ଚି ଏହି ଠକେଇ ସଂକ୍ରାନ୍ତରେ ଯାଞ୍ଚ୍ ଚଳାଇଛନ୍ତି।