-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||     

HOME   ଜିଲ୍ଲା

ପ୍ରସିଦ୍ଧ ଶୈବପୀଠ ଚରଦାରେ କଲାସି ଯାତ୍ରା(ଶ୍ରଦ୍ଧାଳୁ ଭକ୍ତଙ୍କ ଓଁ ନମଃ ଶିବାୟ ଧ୍ବନିରେ ମନ୍ଦିର ପ୍ରକମ୍ବିତ)

11-Nov-2024



ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚରଦାରେ ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଅନୁଷ୍ଟିତ ହୋଇଥାଏ କଲାସୀ ଯାତ୍ରା।ଏହା ଅଞ୍ଚଳ ପାଇଁ ବେଶ ପ୍ରସିଦ୍ଧ ।ଜିଲ୍ଲା ସଦର ମହକୁମାଠାରୁ ବିନିକା ରାସ୍ତାରେ ଆସିଲେ ପଡ଼ିବ ଫୁଲମୁଠି ଛକ ପୁଣି ଟିକେ ଆଗକୁ ଗଲେ ଚୌକିଯୋର ଛକ ।ସେଠାରୁ ପଶ୍ଚିମ ପଟକୁ ୨କିମି ଗଲା ପରେ  ଐତିହାସିକ ଶୈବପୀଠ ଚରଦା ଗ୍ରାମ ।ବାବା କପିଳେଶ୍ୱର ଓ ମନ୍ଦିର ପରିସରରେ ଶୋଭା ପାଉଥିବା ମାଁ ଚରଦେଇଙ୍କ ଦର୍ଶନ ପାଇଁ ପ୍ରତିଦିନ

ଭକ୍ତଙ୍କ ଭିଡ଼ ଲାଗିଥାଏ।ବିଶେଷ କରି କାର୍ତ୍ତିକ ଦଶମୀ ତିଥିରେ ବାବା ଭୋଲାନାଥଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।କିମ୍ବଦନ୍ତୀ ଅନୁସାରେ ରାଜା ଅନଙ୍ଗ ଭୀମଦେବ ଏହି କପିଳେଶ୍ୱର ମନ୍ଦିର ନିର୍ମାଣ କରିଥିଲେ । ସୋନପୁରର ସୁବର୍ଣ୍ଣମେରୁ ମନ୍ଦିର ଶୈଲୀ ସହ ଚରଦାର କପିଳେଶ୍ୱର ମନ୍ଦିରର ବହୁ ସାମଞ୍ଜସ୍ୟ ରହିଛି।ସୁବର୍ଣ୍ଣ ମେରୁ ମନ୍ଦିରରୁ ମିଳିଥିବା ଗଣେଶ ମୂର୍ତ୍ତିର ପୂର୍ଣ୍ଣ ସାମଞ୍ଜସ୍ୟ ରହିଥିବାରୁ ମନ୍ଦିର ଦୁଇଟି ସମକାଳୀନ ବୋଲି ବିଶ୍ୱାସ କରାଯାଏ।କପିଳେଶ୍ୱର ପୀଠରେ ଅଛି ଲୋକତନ୍ତ୍ର ର ପ୍ରସିଦ୍ଧ ଦେବୀ ମାଁ ଚରଦେଇ ପୀଠ ।ପ୍ରଥମେ ଚରଦାର ନାମ କପିଳେଶ୍ୱରଙ୍କ ନାମ ଅନୁସାରେ କପିଳେଶ୍ୱର ପୁର ଥିବା ଶୁନାଯାଏ।ପରେ ପାର୍ବତୀଙ୍କ ଚରଦାଇ ନାମରେ ଆବିର୍ଭାବ ପରେ ତାଙ୍କ ନାମାନୁସାରେ ଚରାଦା ହୋଇଥିବା ବୟୋବୃଦ୍ଧ ମାନଙ୍କ ଠାରୁ ଶୁଣିବାକୁ ମିଳେ।ଏହି କପିଳେଶ୍ୱର ପୀଠ ବିଭିନ୍ନ କାରୁକାର୍ଯ୍ୟରେ ପୂର୍ଣ୍ଣ ।କପିଳେଶ୍ୱର ମନ୍ଦିର ଶୀର୍ଷରେ ଅନନ୍ତଶାୟୀ ଭଗବାନ ବିଷ୍ଣୁ ଦ୍ଵାରପାଳ ଓ ଜୀବନ୍ତ ମନେ ହେଉଥିବା ବୃଷଭ ମୁହଁରେ ଦର୍ଶକଙ୍କ ଆଖି ଲାଖିରହେ ।ମନ୍ଦିର କାନ୍ଥରେ ବିଘ୍ନରାଜ ଗଣେଶ,ନଟରାଜ,ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଖୁବ ରମଣୀୟ ।ଏହି ମନ୍ଦିର ଅଳ୍ପ ଦୂରରେ ଲତାଗୁଞ୍ଜ ମଧ୍ୟରେ ସାତଟି ବହୁ ଚର୍ଚ୍ଚିତ ଗାତ ଦେଖାଯାଏ।ଯାହାକି ଲୋକଙ୍କ ମୁଖରୁ ତାହା ଋଷିକୁଣ୍ଡ ନାମରେ ପରିଚିତ ।ଏହି ଗର୍ତର ବିଶେଶ୍ୱତ ଏହି ଯେ ସପ୍ତାହର ନିର୍ଦ୍ଧିଷ୍ଟ ତିଥିରେ ଏକ ନିର୍ଦ୍ଧିଷ୍ଟ ଗର୍ତ୍ତରେ ଜଳ ଦେଖା ଦେଲା ବେଳେ ଅନ୍ୟ ଗର୍ତ୍ତ ଗୁଡ଼ିକ ଶୁଷ୍କ ଥାଏ।ପୁଣି ମନ୍ଦିରରେ ନବଗ୍ରହଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ତାନ୍ତ୍ରିକ ମନ୍ତ୍ର ଖୋଦିତ ହୋଇଥିବା । ଏ ଠାରେ ପ୍ରତିବର୍ଷ ଅନୁଷ୍ଟିତ ହୋଇ ଆସୁଥିବା କଳାସି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ମାଁ ଚରଦେଇ ବରୁଆ(ବେଜି) ।ଏହି ଯାତ୍ରାର ପରମ୍ପରା ଅନୁଯାୟୀ ଆଖପାଖ ବିଭିନ୍ନ ଶକ୍ତିପୀଠର ଦେବା ଦେବୀ ମାନେ ଏଠାରେ ମିଳିତ ହୋଇଥାନ୍ତି । ଯାତ୍ରା ନିୟମ ଅନୁସାରେ କେତେକ ଭକ୍ତ ନିଜ ଶରୀରରେ ତନ୍ତ୍ର ଓ ମନ୍ତ୍ର ଉଚ୍ଚାରଣ କରି ବିଭିନ୍ନ ଦେବାଦେବୀଙ୍କୁ ଆବାହନ କରି ନିଜର ଦେହରେ ପ୍ରବେଶ କରାନ୍ତି । ଢୋଲ,ନିଶାଣର ତାଳେ ତାଲେ ବିଭିନ୍ନ ପ୍ରକାରର ଭଙ୍ଗିରେ ନୃତ୍ୟ କରି ଏକ ବିରାଟ ଶୋଭାଯାତ୍ରାରେ ଯାଇ କପିଳେଶ୍ୱର ମନ୍ଦିର ପଛପଟରେ ଥିବା ବାମ୍ପି(ପୋଖରୀ) ରୁ ପାଣି ଆଣି କୈଲାସି ମନ୍ଦିର(କୁଠୀ) କୁ ଯାଇ ଯଥାରିତ ପୂଜାର୍ଚ୍ଚନା କରାଯାଏ ।ପୁଣି ବରୁଆ ମାନଙ୍କୁ କାଳିସି ଲାଗେ ।

କଳାସୀ କୁଠୀ ସମ୍ଭୁଖରେ ଥିବା ଧର୍ମଖମ୍ବ ଉପରେ ମୁଖ୍ୟ ବରୁଆ ବିକଟାଳ ଶବ୍ଦ କରି ନାଚି ଉଠନ୍ତି । କଳାସି ଯାତ୍ରା କେବେଠୁ ଆରମ୍ଭ ହେଲା ତାର ନିର୍ଦ୍ଧିଷ୍ଟ ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ।କିନ୍ତୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ଏହା ପ୍ରାୟ ୫ଶହ ବର୍ଷ  ପୂର୍ବେ ଆରମ୍ଭ ହୋଇଥିବା ପ୍ରକାଶ କରନ୍ତି ।ଏହି ଯାତ୍ରାରେ ଥନାପତି ସମ୍ପ୍ରଦାୟର ମୁଖ୍ୟ ପୁରୋଧା ସାଜି କେଉଁ ଆବାହନ  କାଳରୁ ୪/୫ଜଣ ବ୍ୟକ୍ତି ବରୁଆ ବେଶରେ ସଜ୍ଜିତ ହୋଇ ନାଚିଥାନ୍ତି। ଦେବୀ ମାନେ ଏହି ଦିନ ମହାଦେବଙ୍କୁ ବରଣ କରିବାକୁ କୈଳାସ ଯାଇଥିବାରୁ ଯାତ୍ରାର ନାମ କଲାସି ହୋଇଛି ।ଏହି କପିଳେଶ୍ୱର ଶୈବପୀଠ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ ।ବିନିକା ସନ୍ନିକଟ ତାରାପୁର ଗଡରୁ ତାରାଦେଵୀଙ୍କୁ ଅଣାଯାଇ ଚରଦେଇ ନାମରେ ସ୍ଥାପନ କରାଗଲା । ସେହିଦିନ ଠାରୁ ଶିବ ଓ ଶକ୍ତିଙ୍କୁ ଉପାସନା କରାଯାଉଥିବା ଦେଖିବାକୁ ମିଳୁଛି ।ସମ୍ଭବତଃ ଏହାପରେ ଜଲାସି ଯାତ୍ରାର ଉପତ୍ତି ବୋଲି କେତେକ ଐତିହାସିକ ମତ ଦିଅନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026

You Might Also Like