-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||     

HOME   ଜିଲ୍ଲା

ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି - ଅବସରପ୍ରାପ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବିଚାରଧୀନ ଅଡିଟ ସରଚାର୍ଜ କେସ, ଭିଜିଲାନ୍ସ କେସ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଇତ୍ୟାଦି ପାଇଁ ଅଟକାଯାଇପାରିବ ନାହିଁ

03-Nov-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଗ୍ରାଚ୍ୟୁଇଟି ଆଇନ ଅପିଲ କର୍ତ୍ତୁପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୁପକ୍ଷ କଟକ ସେଣ୍ଟ୍ରାଲ୍ କୋଅପରେଟିଭ୍ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ପରିଚାଳକ-ନଳିନୀକାନ୍ତ ଷଢଙ୍ଗୀଙ୍କ ଗ୍ରାଚ୍ୟୁଇଟି ସମ୍ବନ୍ଧୀୟ ସମସ୍ତ ପ୍ରାପ୍ୟ ୧୦% ସୁଧ ସହ ପ୍ରଦାନ କରିବାକୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ବ୍ୟାଙ୍କ କର୍ତ୍ତୁପକ୍ଷ ଦାୟର କରିଥିବା ରିଟ୍ ସଂଖ୍ୟା ୯୪୯୬/୨୦୨୨ ମାନ୍ୟବର ଓଡିଶା ହାଇକୋର୍ଟ ଗତ ୯-୧୦-୨୦୨୪ ତାରିଖରେ ଖାରଜ କରିବା ସହ ଅପିଲ କର୍ତ୍ତୁପକ୍ଷ ଏବଂ ନିୟନ୍ତ୍ରଣ କର୍ତ୍ତୁପକ୍ଷଙ୍କ ଆଦେଶ କୁ କାୟମ ରଖିଛନ୍ତି। ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରୀ ସର୍ତ୍ତାବଳୀ ୨୦୧୧ ରେ କୌଣସି ଉଲ୍ଲେଖ ନଥିବାରୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଅଡିଟ ସରଚାର୍ଜ କେସ୍ କିମ୍ବା ଭିଜିଲାନ୍ସ କେସ୍ ଇତ୍ୟାଦିର ଆଳରେ କୌଣସି ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କିମ୍ବା ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ଅଟକାଇ ପାରିବେନାହିଁ ବୋଲି ମାନ୍ୟବର ବିଚାରପତି ସଂଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ମକଦ୍ଦମାର ବିବରଣୀରୁ ପ୍ରକାଶ ଯେ ଶ୍ରୀ ନଳିନୀକାନ୍ତ ଷଢଙ୍ଗୀ ଚାକିରୀରେ ଯୋଗଦେବାଠାରୁ ବିଭିନ୍ନ ଆର୍ଥୀକ ଅନିୟମିତତାରେ ସଂପୃକ୍ତ ରହିଥିବା ଅଭିଯୋଗରେ ତାଙ୍କ ସେବା କାଳରେ ଅନେକ ଥର ଚାର୍ଜସିଟ୍ ହୋଇଥିଲେ।  ଅବସର ଗ୍ରହଣ କରିବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୧୩ (୧) (ଘ) ସହିତ ଭାରତୀୟ ପିଙ୍ଗଳ କୋଡର ଧାରା ୪୬୮, ୪୨୦ ଓ ୧୨୦-ଖ ଅନୁଯାୟୀ ଦୂର୍ନୀତି ନିବାରଣ ବିଭାଗ ତରଫରୁ ଭିଜିଲାନ୍ସ କେସ୍ ନଂ ୪୩/୨୦୧୧ ଆରମ୍ଭ କରାଯାଇଥିଲା ଯାହା ବିଚାରଧୀନ ରହିଛି। ଏଥିସହ ଶ୍ରୀ ଷଢଙ୍ଗୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ବରୀ ଶାଖାରେ କାର୍ଯ୍ୟ କରୁଥିବା ସମୟରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଦୁଇଟି ଅଡିଟ୍ ସରଚାର୍ଜ କେସ ମଧ୍ୟ ଜାରି ରହିଛି। ଏହାକୁ ଭିତ୍ତିକରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ ଷଢଙ୍ଗୀଙ୍କ ଗ୍ରାଚ୍ୟୁଇଟି ଦେୟ ପ୍ରଦାନ ନକରିବାରୁ ଶ୍ରୀ ଷଡଙ୍ଗୀ ୬,୧୭,୫୧୩ ଟଙ୍କା ର ଗ୍ରାଚ୍ୟୁଇଟି ଏବଂ ସୁଧ ଦାବି କରି ନିୟନ୍ତ୍ରଣ କର୍ତ୍ତୁପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ନିୟନ୍ତ୍ରଣ କର୍ତ୍ତୃପକ୍ଷ ତା ୧୩-୦୧-୨୦୨୦ ରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ୩୦ ଦିନ ମଧ୍ୟରେ ଶ୍ରୀ ଷଢଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ବ୍ୟାଙ୍କ ଦ୍ଵାରା କରାଯାଇଥିବା ଅପିଲକୁ କେସ୍ ନଂ ୦୯/୨୦୨୧କୁ ଅପିଲ କର୍ତ୍ତୁପକ୍ଷ ଖାରଜ କରି ନିୟନ୍ତ୍ରଣ କର୍ତ୍ତୁପକ୍ଷଙ୍କ ଆଦେଶକୁ କାୟମ ରଖିବାସହ ଶ୍ରୀ ଷଢଙ୍ଗୀଙ୍କୁ ୯,୭୯,୦୫୪/- ଟଙ୍କା ସୁଧ ସହ ଗ୍ରାଚ୍ୟୁଇଟି ବାବଦରେ ପ୍ରଦାନ କରିବାକୁ ତା ୨୮-୦୩-୨୦୨୨ ରେ ଆଦେଶ ପାରିତ କରିଥିଲେ। ଉପରୋକ୍ତ ଆଦେଶକୁ ବିରୋଧ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ ମାନ୍ୟବର ହାଇକୋର୍ଟରେ ରିଟ ଜାଚିକା ଦାୟର କରିଥିଲେ। ମାନ୍ୟବର ହାଇକୋର୍ଟ କହିଛନ୍ତି ଯେ ଶୃଙ୍ଖଳାଗତ ବିଭାଗୀୟ ପ୍ରକ୍ରିୟା ଆରମ୍ଭ କିମ୍ବା ଜାରି ରଖିବା କିମ୍ବା ଗ୍ରାଚ୍ୟୁଇଟି ପ୍ରାପ୍ୟ ଅଟକ ରଖିବା କିମ୍ବା ବଞ୍ଚିତ କରିବା ସମ୍ବନ୍ଧରେ ସେପରି କୌଣସି ନିୟମ କେନ୍ଦ୍ର ସମବାୟ ବ୍ୟାଙ୍କ ର ସେବା ନିୟମାବଳୀରେ ନାହିଁ ଏବଂ ଏହା ପରିବର୍ତ୍ତେ, କେନ୍ଦ୍ର ସମବାୟ ବ୍ୟାଙ୍କର କର୍ମଚାରୀ ଚାକିରୀ ସର୍ତ୍ତାବଳୀ ୨୦୧୧ ଅନୁଯାୟୀ ଗ୍ରାଚ୍ୟୁଇଟି ଆଇନ (ଅଧିନିୟମ) ୧୯୭୨ ଅନୁସାରେ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ନିୟମ ରହିଛି। 1972 ଆଇନ (ଅଧିନିୟମ) ର ଧାରା ୭ ର ଉପ-ଧାରା (୩କ) ଅନୁଯାୟୀ ନିଯୁକ୍ତିଦାତା ଜଣେ କର୍ମଚାରୀଙ୍କ ଗ୍ରାଚ୍ୟୁଇଟିକୁ ଅଟକାଇବା ପାଇଁ, ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଅନୁମତି ପାଇବାରେ ବିଫଳ ହେଲେ ନିଯୁକ୍ତିଦାତା ଗ୍ରାଚ୍ୟୁଇଟି ଆଇନ ଅନୁଯାୟୀ ସୁଧ ଦେବାକୁ ଦାୟୀ ରହିବେ। ସେହିପରି ଗ୍ରାଚ୍ୟୁଇଟି ଆଇନ ଧାରା ୪ ର ଉପ-ଧାରା (୬) (ଖ) ଅନୁଯାୟୀ ଯଦି ଜଣେ କର୍ମଚାରୀ ଦଙ୍ଗା କିମ୍ବା ବିଶୃଙ୍ଖଳିତ ଆଚରଣ କିମ୍ବା ଅନ୍ୟ କୌଣସି ହିଂସା ଜନିତ କାର୍ଯ୍ୟ ପାଇଁ; କିମ୍ବା ଚାକିରୀ ସମୟରେ ନୈତିକ ଅଧମତା ଜନିତ ଅପରାଧ ପାଇଁ ତାଙ୍କ ଚାକିରିର ସେବା ସମାପ୍ତି (terminate)  ହୋଇଥିବା ସମ୍ପୃକ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ସମ୍ପୁର୍ଣ୍ଣ କିମ୍ବା ଆଂଶିକ ଭାବରେ ବ୍ୟାଜାପ୍ତି କରାଯାଇ ପାରିବ। ଉପରୋକ୍ତ କାରଣରୁ ଶ୍ରୀ ଷଢଙ୍ଗୀ ଚାକିରୀରୁ ଅବସର ନେବା ପରେ ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ବ୍ୟାଙ୍କ କର୍ତ୍ତୁପକ୍ଷ ଅଟକାଇ ରଖି ପାରିବେନାହିଁ ବୋଲି ମାନ୍ୟବର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026

You Might Also Like