-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||     

HOME   ଜିଲ୍ଲା

ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସଭା ପାଳନ

19-Aug-2024



ବରଗଡ଼/ବିଜେପୁର:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ସହର ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମେ ସକାଳ ଆଠଟାରେ ରେଡିଏନ୍ସ ଅନୁଷ୍ଠାନ ଓ ଆମ ଓଡ଼ିଶା ସମ୍ବାଦ ବିଜେପୁର ର ମିଳିତ ଆନୁକୁଲ୍ୟରେ ରାକ୍ଷୀବାନ୍ଧି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେର ଓ ସମ୍ବାଦ ପ୍ରତିନିଧି ସୁନିଲ ମିଶ୍ର ଙ୍କ ତତ୍ଵାବଧାନରେ ଏହି ପଦଯାତ୍ରା ରେଡିଏନ୍ସଠାରୁ ପଡ଼ା ଛକ ପର୍ଯ୍ୟନ୍ତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମାନଙ୍କ ଦ୍ୱାରା ପଡ଼ାଛକ ଠାରେ ନିଆରା ରକ୍ଷାବନ୍ଧନ ଓ ନିଶା ନିବାରଣକୁ ନେଇ ଏକ ଛୋଟ ନାଟକ ପରିବେଷଣ କରିଥିଲେ। ଏହି ପଦଯାତ୍ରାରେ ରେଡିଏନ୍ସ ପରିବାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ମେହେର, ଅନୁଷ୍ଠାନର  ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ,ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର,ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ତଥା ଅନୁଷ୍ଠାନର ସମସ୍ତ କର୍ମଚାରି ଓ ଜନ ସାଧାରଣ ଉପସ୍ଥିତ ଥିଲେ।ପରବର୍ତ୍ତୀ ସମୟରେ  ପ୍ରଥମ ପର୍ଯ୍ୟାୟରେ ରେଡିଏନ୍ସ ଅନୁଷ୍ଠାନରେ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।  ଉକ୍ତ ସଭାରେ ଚେୟାରମେନ ଶ୍ରୀ ମେହେର, ସମ୍ମାନୀତ ଅତିଥି ସୁଶାନ୍ତ କୁମାର ମିଶ୍ର, ଖଗେଶ୍ୱର ସାହିତ୍ୟ ସଂସଦର ସଦସ୍ୟ ଶ୍ରୀଯୁକ୍ତ ମୋହନ ସିଂ କଣ୍ଢେଇ, ଅଶୋକ କୁମାର ପୂଜାରୀ,ଡାଇରେକ୍ଟର ଗୋବିନ୍ଦ ମେହେର, ମୁଖ୍ୟ ବକ୍ତା ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରହଲ୍ଲାଦ ମେହେର, ମୁଖ୍ୟ ଅତିଥି ତହସିଲଦାର କର୍ଣ୍ଣ ସୁନା ମଞ୍ଚାଶୀନ ଥିଲେ। ଓଡିଆ ଅଧ୍ୟାପକ ପ୍ରଫୁଲ୍ଲ ପଧାନ ସଂଯୋଜକ ଥିବାବେଳେ ଉପାଧ୍ୟକ୍ଷ ଶ୍ରୀ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଚେୟାରମେନ ଶ୍ରୀ ମେହେର ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଓଡ଼ିଆ ଅସ୍ମିତାର ଗୁରୁତ୍ଵକୁ କହିଥିବା ବେଳେ ମୁଖ୍ୟବକ୍ତା ଗଙ୍ଗଧରୀୟ କାବ୍ୟରେ ଥିବା ନୈତିକତାକୁ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ମେହେର ଗଙ୍ଗାଧରଙ୍କ କାବ୍ୟ ପ୍ରକୃତି ଓ ବାସ୍ତବତାକୁ ନେଇ ଆଲୋଚନା କରିଥଲେ ଓ ମୁଖ୍ୟ ଅତିଥି ସୁନା ନିଶା ନିବାରଣ ଉପରେ ମତ ରଖିଥିଲେ।ଦ୍ବିତୀୟ ପର୍ଯ୍ୟାୟରେ ରେଡିଏନ୍ସ ଅନୁଷ୍ଠାନରେ ସମ୍ବର୍ଦ୍ଧନା ସଭା ଚେୟାରମେନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଥିବା ବେଳେ ଅଧ୍ୟକ୍ଷ ମେହେର,ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର,ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର ମଞ୍ଚାଶୀନ ଥିବା ବେଳେ ସୁଶାନ୍ତ କୁମାର ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ରେଡିଏନ୍ସ ଅନୁଷ୍ଠାନ ପ୍ରକୃତି ବିହାର ଓ ଚେୟାରମେନ ମେହେରଙ୍କ ଅଭିଭାଷଣକୁ ପ୍ରଶଂସା କରିଥଲେ। ଜୀବନରେ କିଛି ଅସମ୍ଭବ ନୁହେଁ ବୋଲି ପ୍ରଧାମନ୍ତ୍ରୀ ମୋଦିଙ୍କ ଉଦାହରଣ ଦେଇଥିଲେ ତତ୍ ସଙ୍ଗେ ଗନ୍ଧମାର୍ଦ୍ଧନ ଆନ୍ଦୋଳନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ପ୍ରେରଣା ଦେଇଥିଲେ ଏବଂ ପ୍ରକୃତିବନ୍ଧୁ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଠାକୁର ଚରଣ ମେହେରଙ୍କୁ ମନେ ପକାଇ ରାକ୍ଷୀ ବାନ୍ଧି ନିଶା ନିବାରଣ କ୍ଷୁଦ୍ର ନାଟକକୁ ଭୂୟସୀ ପ୍ରଶଂସା କରିଥିଲେ।  ଶେଷରେ ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର ଧନ୍ୟବାଦ୍ ଦେଇଥିଲେ। ତୃତୀୟ ପର୍ଯ୍ୟାୟରେ ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଆୟୋଜନ କରିଥିଲେ। ଏହି ସଭାରେ ଅଧ୍ୟକ୍ଷଙ୍କ ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମଞ୍ଚାଶୀନ ଥିଲେ ଓ ଛାତ୍ର ଯୁଧିଷ୍ଠିର ବୁଡେକ୍ ମଞ୍ଚ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ଛାତ୍ର ଅର୍ମାନ ଭୋଇ ଧନ୍ୟବାଦ୍ ଦେଇଥିଲେ। ଏହି ନିଆରା ରକ୍ଷାବନ୍ଧନ ପରମ୍ପରାକୁ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହକୁ ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର ଧନ୍ୟବାଦ୍ ଦେଇଥିଲେ। ଉପାଧ୍ୟକ୍ଷ ଶ୍ରୀ ବାରିକ ଛାତ୍ରଛାତ୍ରୀ ମାନଙ୍କ ଏହି ଅଭିନବ ପ୍ରୟାସ ଆଗକୁ ବଳବତ୍ତର ରହିବ ବୋଲି ମତ ରଖିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026

You Might Also Like