-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ରାଜ୍ୟ

ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଜୟଶ୍ରୀ ଧଳଙ୍କର ଆଲବମ ଉନ୍ମୋଚିତ

14-Aug-2024




ନୂଆଦିଲ୍ଲୀ(ବିଶ୍ୱରଞ୍ଜନ ବିଶ୍ଵାଳ): ବିଶିଷ୍ଟ ଗାୟିକା ଡ଼ଃ ଜୟଶ୍ରୀ ଧଳଙ୍କର ନୂତନ ସଂଗୀତ ଆଲବମ “ଜାଗରେ,ସବୁଜ ଓଡ଼ିଶା ପାଇଁ ଲାଗରେ" ର ଶୁଭ ଉନ୍ମୋଚନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର "ମାଆ ପାଇଁ ଗଛଟିଏ" ରୋପଣ କରିବାକୁ ଆହ୍ୱାନ ଦ୍ୱାରା ଅନୁପ୍ରାଣୀତ ହୋଇ ଜୟଶ୍ରୀ ଏହି ଗୀତଟିକୁ ଗାନ କରିଥିବା ଜଣାଯାଇଛି।ଏହାର ସଂଗୀତ ରଚନା ଗଛ ମଣିଷ ଭାବେ ଖ୍ୟାତି ପ୍ରାପ୍ତ ଦିଲ୍ଲୀପ ଶ୍ରୀ ଚନ୍ଦନ କରିଥିବା ବେଳେ ସ୍ୱର ସଂଯୋଜନା ସୁନାମଧନ୍ୟ ସଙ୍ଗୀତଜ୍ଞ ଶାନ୍ତନୁ ନାୟକ କରିଛନ୍ତି।ପରିବେଶ ସୁରକ୍ଷା ଏବଂ ବୃକ୍ଷ ରୋପଣ ସମ୍ପର୍କରେ ସାରା ଭାରତରେ ସଂଗୀତ ଜରିଆରେ ସଚେତନତା ସୃଷ୍ଟି କରିବା ପାଇଁ ଡ଼ଃ ଧଳ ଙ୍କର ଉକ୍ତ ଅନନ୍ୟ ଓ ଅସାମାନ୍ୟ ଅଭିଯାନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ପୌରହିତ୍ୟିରେ କଥିତ ଉନ୍ମୋଚନ ମାଧ୍ୟମରେ ଜାତୀୟ ରାଜଧାନୀ  ନୂଆଦିଲ୍ଲୀଠାରୁ ପ୍ରାରମ୍ଭ ହୋଇଥିବା
ର ସୂଚନା ମିଳିଛି।ଏହି ଅବସରରେ ଅଭିଯାନର ଅନ୍ୟତମ ସାରଥୀ ସିଲଭର ଗାନ୍ଧୀ ଭାବେ ପ୍ରସିଦ୍ଧ ମୋହନ ମହାପାତ୍ର ଉପସ୍ଥିତ ଥିଲେ।ଶ୍ରୀ ପ୍ରଧାନ ଉଭୟ ଡ଼ଃ ଧଳ ଓ ସିଲଭର ଗାନ୍ଧୀଙ୍କୁ ସେମାନଙ୍କର ମହତ ପ୍ରୟାସର ସଫଳତା ପାଇଁ ଶୁଭ କାମନା ଜଣାଇବା ସାଙ୍ଗକୁ ଉଭୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। 
ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର କୁଷକ ରୋଡ଼ ସ୍ଥିତ  ବାସ ଭବନଠାରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଯାଜପୁରର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା,ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ସମାଜସେବୀ ସୁଚିସ୍ମିତା ପୃଷ୍ଟି ଏବଂ ଯୁବ ଶିଳ୍ପଦ୍ୟୋଗୀ ଶୁଭେନ୍ଦୁ ଦାସ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। 

ଉନ୍ମୋଚିତ ସଂଗୀତ ଏବଂ ଏହାର ଅନ୍ତର୍ନିହିତ ବାର୍ତ୍ତାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଡ଼ଃ ଧଳ ଓ ସିଲଭର ଗାନ୍ଧୀ ସେମାନଙ୍କର ସାଥୀ କାର୍ଯ୍ୟକର୍ତ୍ତା ଏବଂ ପ୍ରଶସଂକମାନଙ୍କ ସହିତ ଦିଲ୍ଲୀ ମହା ନଗରୀର କୋଣ ଅନୁକୋଣରେ ପଦଯାତ୍ରା କରି ପହଂଚୁଥିବାର  ଦେଖା ଯାଇଥିଲା।ଦକ୍ଷିଣ ଦିଲ୍ଲୀର ହାଉଜଖାସ ଏବଂ ଅନ୍ୟାନ୍ୟ ସ୍ଥାନରେ ପଦଯାତ୍ରୀ ଦଳକୁ ଶତାଧିକ ଜନସାଧାରଣ ଭବ୍ୟ ସ୍ୱାଗତ ଜଣାଇବା ସହିତ ସେମାନଙ୍କର ସାଧୁ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରୁଥିବା ଲକ୍ଷ୍ୟ ଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡ଼ଃ ଜୟଶ୍ରୀ ଧଳ ତାଙ୍କର ସଫଳ ସଂଗୀତ ସାଧନା ଓ ଉପଲବ୍ଧ ସିଦ୍ଧି ସାଙ୍ଗକୁ ଉଚ୍ଚକୋଟୀର ସମାଜସେବା ଏବଂ ଉତ୍ସର୍ଗୀକୃତ ଜନହିତକାରୀ କାର୍ଯ୍ୟ ପାଇଁ ସାଧାରଣରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି। ବିଶେଷକରି ମହାନଗରରେ ଭ୍ରାମ୍ୟମାଣ ଅଳିଆ ଉଠା ଗାଡି ରେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ନିଜର ସଂଗୀତ ପରିବେଷଣ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରି ଡ଼ଃ ଧଳ ଖୁବ ଚର୍ଚ୍ଚିତ ହୋଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like