-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
14-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ ତଥା ସବୁ ବର୍ଗ ର ଜନସାଧାରଣ ଙ୍କୁ ଏହି ମହତ୍ ପର୍ବ ଜାତୀୟ ପର୍ବ ରେ ସାମିଲ ପୂର୍ବକ ଯାତୀୟତାବୋଧ ରେ ଉଦବୁଦ୍ଧ କରିବା ଲକ୍ଷ୍ୟ ନେଇ ଆଜ
ଡାବୁଗାଁ ବ୍ଲକ ପ୍ରଶାସନ ତରଫରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଙ୍କ ସମେତ ସରକାରୀ ପଞ୍ଚାୟତ ହାଇସ୍କୁଲ ଡାବୁଗାଁ ର ଶିକ୍ଷକ ଶିକ୍ଷୟିତ୍ରି, ଛାତ୍ର ଛାତ୍ରୀ ଏଵଂ ଡାବୁଗାଁ ପଞ୍ଚାୟତ ମିଶନ ଶକ୍ତି ର କାର୍ଯ୍ୟକର୍ତ୍ତା ମାନେ ହାଇସ୍କୁଲ ଠାରୁ ବ୍ଲକ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।
ପରେ ସ୍ଥାନୀୟ ଅଞ୍ଚଳରେ ଦୋକାନ ଏଵଂ ଘର ଘର ବୁଲି ତ୍ରିରଙ୍ଗା ପତାକା ବାଣ୍ଟିଲେ ମିଶନ ଶକ୍ତିର ମହିଳା ମାନେ।