-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
14-Aug-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
- ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ ତଥା ସବୁ ବର୍ଗ ର ଜନସାଧାରଣ ଙ୍କୁ ଏହି ମହତ୍ ପର୍ବ ଜାତୀୟ ପର୍ବ ରେ ସାମିଲ ପୂର୍ବକ ଯାତୀୟତାବୋଧ ରେ ଉଦବୁଦ୍ଧ କରିବା ଲକ୍ଷ୍ୟ ନେଇ ଆଜି ସୋନପୁର ଡ଼ିଗ୍ରୀ ମହିଳା କଲେଜ ଛାତ୍ରୀ ମାନଙ୍କ ପକ୍ଷ ରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ଏଡିଏମ୍ ରାଜସ୍ବ, ଏ ଡି ଏମ୍ ଜେନେରାଲ ଅଞ୍ଜଳୀନl ପଧାନ, ଏଵଂ ସି ଡି ଇ ଓ ଜିଲ୍ଲା ପରିଷଦ ଅଶ୍ଵିନୀ ମେହେର ଙ୍କ ଉପସ୍ଥିତି ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଏହି ଶୋଭାଯାତ୍ରାକୁ ଶୁଭ ଉଦ୍ଘାଟନ କରିଥିଲେ l ଅଧ୍ୟାପକ ମଦନ ସୁନ୍ଦର ଖେତ୍ତି କାର୍ଯ୍ଯକ୍ରମ କୁ ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ଥିଲେ l