-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ଜିଲ୍ଲା

କମସରା ପେକ୍ସରେ ଫେକ୍ ଭେଣ୍ଡରର ଧାନଖର୍ଦ୍ଦି ମାମଲା ! କଙ୍ଗାରୁ କୋର୍ଟରେ ସମାଧାନ ! ଅଭିଯୁକ୍ତ ଡିଇଓଙ୍କ ହାତଲେଖା ସ୍ବୀକାରୋକ୍ତି : ଜମିବିକି ୧୫ ଲକ୍ଷ ଭରଣା, ଛତିଶଗଡକୁ ଧାନ ଚୋରା ଚାଲାଣ

08-Aug-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): କିଛିଦିନତଳେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ୍ ଅନ୍ତର୍ଗତ କମସରା ପେକ୍ସରେ ଖରିଫ୍ ଧାନକିଣାରେ ଟାର୍ଗେଟ୍ ବାହାରେ ଲକ୍ଷାଧିକ ଟଙ୍କାର ଧାନକିଣି ଭେଣ୍ଡର୍ ରସିଦ୍ ଦେଇ ପାଉଣା ବାକି ଫେରାର୍ ହୋଇଯାଇଥିବା ଚାଷୀଙ୍କ ଅଭିଯୋଗର ସମାଧାନ ହୋଇ ଯାଇଥିବା ପ୍ରକାଶ । 

ଗ୍ରାମରେ ଏକ କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଦୋଷସ୍ବୀକାର କରି ଏକ ହାତଲେଖା ସ୍ବୀକାରୋକ୍ତି ଲେଖିବା ସହ ଅଭିଯୋଗକାରୀ ତଥାକଥିତ ଚାଷୀଙ୍କୁ ଜମି ବିକି ୧୫ ଲକ୍ଷଟଙ୍କା ଭରଣା କରିବାରୁ ଜିଲ୍ଲା ପ୍ରଶାସନ , ଯୋଗାଣ ବିଭାଗ , ସମବାୟ ବିଭାଗ ଓ ତରଭାଥାନା ପୁଲିସ୍ ରୁ ଅଭିଯୋଗ ଫେରସ୍ତ ହୋଇଯାଇଛି  ! ଏହା ସହ ସମ୍ପୃକ୍ତ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କୁ ଚିଠିଲେଖି ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୁଦ୍ଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାକୁ ଅନୁରୋଧ କରିଛନ୍ତି । ଫଳରେ ବାହାର କରିଦିଆଯାଇଥିବା ଅଭିଯୁକ୍ତ ଡିଇଓଙ୍କୁ ପୁନଃଅବସ୍ଥାପିତ କରାଯାଇଥିବା ପ୍ରକାଶ । ସୋନପୁର ଜିଲ୍ଲାର ଏହି ବିଚିତ୍ର ସମାଧାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ମୋହନ ସରକାରଙ୍କୁ ଏକ ନୂତନ ଦିଗ୍ ଦର୍ଶନ ମିଳିଲା ବୋଲି ଲୋକେ କଟାକ୍ଷ କରିଛନ୍ତି ।ଉଲ୍ଲେଖନୀୟ ଯେ , କମସରା ପେକ୍ସରେ ଗତ ଜାନୁଆରୀ ମାସଶେଷ ସୁଦ୍ଧା ଖରିଫ୍ ଋତୁର ଧାନକିଣା ବନ୍ଦ ହେବାପରେ ସେହିଗ୍ରାମ ନିବାସୀ ଡିଇଓ ମନୋରଞ୍ଜନ ମିଶ୍ର ଗତ ଫେବୃୟାରୀ ୫ ତାରିଖ ମଧ୍ୟରେ କୁମ୍ଭାରମୁଣ୍ଡାର ଚାଷୀ ଶକ୍ତି ସାହୁଙ୍କ ସମେତ ଆଖପାଖ ଗ୍ରାମ ବଡଯୋର , ଲେମ୍ବୁପାଲି , ମହୁଲପାଲି ,ଜାମପାଲି ଓ କମସରାର ଆଉ ୧୯ ଜଣ ଚାଷୀଙ୍କର ଧାନକିଣି ଭେଣ୍ଡର ସ୍ଲିପ୍ ଦେଇଥିଲେ । ସେମାନଙ୍କୁ

ଆଜି / କାଲି କରି ପ୍ରାପ୍ୟ ନ ଦେଇ ଲୁଚି ବୁଲିବାରୁ ଉକ୍ତ ଚାଷୀମାନେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ , ଡିଆରସିଏସ୍ ଓ ଏଆରସିଏସ୍ ଙ୍କ ଉପସ୍ଥିତିରେ ତରଭା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।  ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ତନାଘନା ହେବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ତଦନ୍ତକମିଟି ଗଠନ କରାଯାଇ ତଦନ୍ତ ହୋଇଥିଲା । ଏହା ସହିତ ଉକ୍ତ ଅଭିଯୁକ୍ତ ଡିଇଓଙ୍କୁ ବାହାର କରି ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ , ଏହି ଧାନକୁ ଡିଇଓ ଅସାଧୁ ମିଲର୍ସ ଓ ଚୋରାବେପାରୀଙ୍କ ଜରିଆରେ ବାହାରକୁ ଚୋରାରେ ବିକିଦେଇଥିବା ମଧ୍ୟ ଅଭିଯୋଗ ପ୍ରକାଶ ପାଇଥିଲା । ଏଥିରେ ସିଆଲଯୋରୀର ଲଳିତା ବନାମ ଶୀତଲମିଲ୍ ର ନାଁ ଉଠିଥିଲା । ତେବେ ସମ୍ପୃକ୍ତ ମିଲ୍ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି । ଏଥିରେ ପେକ୍ସର ଆଉ କେହି ବା ସମ୍ପାଦକ ଛନ୍ଦା ଚରଣ ପଣ୍ଡା ସମ୍ପୃକ୍ତ ନଥିବା ସଫେଇ ଦିଆଯାଇଥିଲା ।ତେବେ ଇତିମଧ୍ୟରେ ଫେରାର୍ କୁହାଯାଇଥିବା ଉକ୍ତ ଅଭିଯୁକ୍ତ ଗାଁ'କୁ ଫେରି ପେକ୍ସ ସଭାପତି ଓ  ଭଦ୍ରଲୋକଙ୍କ ସହ ଏଆରସିଏସ୍ ଙ୍କ ଉପସ୍ଥିତିରେ ଏକ ବୈଠକରେ ଏହାର ସମାଧାନ କରିଦେଇଥିବା ଓ ଏକ ହାତଲେଖା ସ୍ବୀକାରୋକ୍ତି

ଦେଇ ଦୋଷ ସ୍ବୀକାର କରିଥିବା ଏବଂ କୁମ୍ଭାରମୁଣ୍ଡାର ପ୍ରମୁଖ ଚାଷୀ ଓ ବେପାରୀ ଶକ୍ତି ସାହୁଙ୍କୁ ନିଜର ୩ ଏକର ଜମି ତରଭା ରେଜିଷ୍ଟ୍ରି ଅଫିସ୍ ରେ ୧୫ ଲକ୍ଷ ଟଙ୍କାରେ ବିକ୍ରିକରିଦେଇଥିବା ଓ ବର୍ଷେ ମଧ୍ୟରେ ଟଙ୍କା ନ ଫେରାଇଲେ ଜମିର ମାଲିକାନା କ୍ରେତାଙ୍କ ହାତକୁ ଚାଲିଯିବ ବୋଲି ସର୍ତ୍ତ ରଖିଥିବା ପ୍ରକାଶ । ଏହାପରେ ଅଭିଯୋଗକାରୀ ତଥାକଥିତ ଚାଷୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାକୁ ଅନୁରୋଧ କରାଯାଇଛି 

ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ , ସମବାୟ ବିଭାଗ , ପ୍ରଶାସନ ଓ ପୁଲିସ୍ ରେ କରାଯାଇଥିବା ଅଭିଯୋଗକୁ ଫେରସ୍ତ ନିଆଗଲା ବୋଲି ପ୍ରକାଶ । 

ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଏହି ଧାନ ଏକ ନିର୍ଦ୍ଦିଷ୍ଟ ମିଲ୍ ର ସ୍ଥାନୀୟ ତରଭାର ଜଣେ ମାରୁଆଡି ମ୍ୟାନେଜର ଓ ବେପାରୀଙ୍କ ଜରିଆରେ ଛତିଶଗଡର ସରକାରୀ ଧାନଦର ଅଧିକ ଥିବାରୁ ପାର୍ କରି ଦିଆଯାଇଛି । 

ତେବେ  କମସରା ଗ୍ରାମରେ ଅନୁଷ୍ଠିତ କୁହାଯାଇଥିବା ଉକ୍ତ କଙ୍ଗାରୁକୋର୍ଟରେ ଅଭିଯୁକ୍ତ ଡିଇଓଙ୍କ ଉକ୍ତ ହାତଲେଖା ସ୍ବୀକାରୋକ୍ତିରେ ସେ ଉକ୍ତ ମିଥ୍ୟାଖର୍ଦ୍ଦି କାରବାରରେ ସିଏସଓ ଅଫିସ୍ ର ଜଣେ କମ୍ପ୍ୟୁଟର ଅପରେଟର ରଞ୍ଜିତ ଦୀପ ଓ ଭୁବନେଶ୍ବର ମୁଖ୍ୟ ଯୋଗାଣ କାର୍ଯ୍ୟାଳୟର ଜଣେ କର୍ମଚାରୀ ତାଙ୍କୁ ସହଯୋଗ କରିଥିବା 
ଉଲ୍ଲେଖ କରିଥିଲେ ହେଁ , ତଦନ୍ତକାରୀ କମିଟି , ଯୋଗାଣ ବିଭାଗ , ଡିଆରସିଏସ୍ , ତରଭା ଥାନା ପୁଲିସ୍ ବା ଖୋଦ୍ ଜିଲ୍ଲାପାଳ ଏଥିପ୍ରତି ଉଦାସୀନ ରହିବା ଆଶ୍ଚର୍ଯ୍ୟଜନକ !  ଏଦିସହ ପୁଣି ଉକ୍ତ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୁନଃଅବସ୍ଥାପିତ କରିବାକୁ ପରାମର୍ଶ ପଛରେ ଏହି ଅଞ୍ଚଳରେ ଏଭଳି ଅନିୟମିତତାକୁ ପ୍ରୋତ୍ସାହିତ କରାଯିବାକୁ ସୁଯୋଗ ଦିଆଯିବା ନୁହେଁ କି  ? ଅର୍ଥାତ୍ ଆଉ ଏକବର୍ଷରେ ସେ ୧୫ ଲକ୍ଷର ଭରଣା କରିଦେଇପାରିବେ  ? ଏଣୁ ଏହି ଘଟଣାରୁ ସୁବର୍ଣ୍ଣପୁର ଜିଲ୍ଲା , ସୋନପୁର ଡିଆରସିଏସ୍ ,  ଯୋଗାଣ ବିଭାଗ ଓ ଥାନାପୁଲିସ୍ ର କାର୍ଯ୍ୟପଦ୍ଧତି ଅନୁମେୟ । କମସରା ପେକ୍ସର ଚେର ଯେ କେତେଦୂର ଲମ୍ବିଛି ଓ ଏଇସବୁ ଡାଟାଏଣ୍ଟ୍ରି ଅପରେଟରମାନେ କେଡେ ଖିଲାଡି ଏହି ଘଟଣାରୁ ସ୍ପଷ୍ଟ ଅନୁମିତ । ସରକାର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସକାଶେ ଦୃଷ୍ଟି ଦେବେ କି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like