-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||     

HOME   ଜିଲ୍ଲା

ରାଜ୍ୟସଭାରେ  ନକଲି ଏସସି /ଏସଟି  ଏବଂ ଜାଲଜାତି ପ୍ରମାଣପତ୍ରଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗର୍ଜିଲେ  ରାଜ୍ୟସଭା ସାଂସଦ 

06-Aug-2024



ବଲାଙ୍ଗିର《ପ୍ରେରଣା ଖବର 》ନକଲି ଅନୁସୂଚିତ ଜାତି ଏବଂ ନକଲି ଅନୁସୂଚିତ ଜନଜାତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ l ବିଶେଷକରି ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟ ପାଇଁ ଭାରତର ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କର ସାମାଜିକ ଅର୍ଥନୈତିକ  ବିକାଶ ପାଇଁ ସଂରକ୍ଷଣ ସୁବିଧା ରହିଛି l
ସାଂସଦ ଶ୍ରୀ ବିଶି  ଉଦବେଗ ପ୍ରକାଶ କରିଥିଲେ ଯେ ନକଲି ଅନୁସୂଚିତ ଜାତି ଏବଂ ନକଲି ଅନୁସୂଚିତ ଜନଜାତିର ଲୋକ ଜାଲ ଜାତି ପ୍ରମାଣପତ୍ର ମାଧ୍ୟମରେ ଉକ୍ତ ସମ୍ପ୍ରଦାୟର ପ୍ରାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ  ସାମ୍ବିଧାନିକ ସୁବିଧାସୁଯୋଗ ଅକ୍ତିଆର କରୁଛନ୍ତି l ଫଳରେ ପ୍ରକୃତ ଏସସି ଏସଟି ପ୍ରାର୍ଥୀ  ଉଚ୍ଚଶିକ୍ଷା, ନିଯୁକ୍ତି, ପଦୋନ୍ନତି ଏବଂ ଲୋକ ପ୍ରତିନିଧି ପଦବୀରେ ଥିବା ସଂରକ୍ଷଣ ସୁଯୋଗରୁ ବଞ୍ଚିତ ହେଉଛନ୍ତି l ନକଲି ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରାର୍ଥୀ ମାନେ ଜାଲ ଜାତିପ୍ରମାଣପତ୍ର ଦ୍ୱାରା ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ସୁବିଧାଗୁଡ଼ିକୁ ଉପଭୋଗ କରୁଛନ୍ତି l ନକଲି ଅନୁସୂଚିତ ଜାତି ଓ ନକଲି ଅନୁସୂଚିତ ଜନଜାତି କେବଳ ଦେଶର ଏସସି ଏବଂ ଏସଟି ସମ୍ପ୍ରଦାୟ ପାଇଁ କରାଯାଇଥିବା ସଂରକ୍ଷଣ ସୁବିଧା ଛଡ଼ାଇ ନେଉ ନାହାଁନ୍ତି ବରଂ ଏହାଦ୍ୱାରା ସାମାଜିକ ଅନ୍ୟାୟ ଏବଂ ଅସମାନତାକୁ ବୃଦ୍ଧି କରୁଛନ୍ତି ବୋଲି ସାଂସଦ ଶ୍ରୀ ବିଶି ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲେ l ଜାଲ ଜାତି ପ୍ରମାଣ ପତ୍ର ଦ୍ୱାରା ପ୍ରକୃତ ଏସସି/ଏସଟି ପ୍ରାର୍ଥୀମାନେ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଏବଂ ଦେଶର ମୂଖ୍ୟସ୍ରୋତରେ ସାମିଲ ହୋଇପାରୁ ନାହାନ୍ତି l 
ଏହା ବ୍ୟତୀତ, ସାଂସଦ ଶ୍ରୀ ବିଶି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଭାରତର ସମ୍ବିଧାନର ଜନକ ବାବାସାହେବ ଭୀମ ରାଓ ଆମ୍ବେଦକର, ଏସସି/ଏସଟି ସମ୍ପ୍ରଦାୟ ପାଇଁ ଶିକ୍ଷା, ନିଯୁକ୍ତି, ପଦୋନ୍ନତି ଏବଂ ରାଜନୈତିକ ପଦବୀରେ ପ୍ରତିନିଧିତ୍ୱ ସକାଶେ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ଯାହା ଉକ୍ତ ସମ୍ପ୍ରଦାୟ ର ଲୋକ ଦେଶର ମୁଖ୍ୟ ସ୍ରୋତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଥିଲା। କିନ୍ତୁ ଜାଲ ଜାତି ପ୍ରମାଣପତ୍ର ଦ୍ୱାରା ମୂଳ ଏସଟି ଏସସି ସମସ୍ତ ସଂରକ୍ଷଣ ସୁବିଧା ସୁଯୋଗରୁ ବହୁ ଦୂରରେ ରହି ଯାଉଛନ୍ତି, ଏବଂ ସମ୍ବିଧାନର ଲକ୍ଷ ଏବଂ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ l ତେଣୁ ଜାଲ ଜାତିସାର୍ଟିଫିକେଟ୍ ମାମଲାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ବିଶି ସରକାର ଙ୍କୁ ଦାବୀ କରିଥିଲେ । ଜାଲ ଜାତି ପ୍ରମାଣପତ୍ର ଗୁଡିକୁ ରଦ୍ଧ କରିବା ସହିତ  ନକଲି ଅନୁସୂଚିତ ଜାତି ଓ ନକଲି ଅନୁସୂଚିତ ଜନଜାତି ତଥା ଜlଲଜାତି ପ୍ରମାଣପତ୍ରଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ସାଂସଦ ଶ୍ରୀ ବିଶି ଦାବି କରିଛନ୍ତି। ଏହାଦ୍ୱାରା  ପ୍ରକୃତ ଏସସି ଏବଂ ଏସଟି ମାନଙ୍କୁ ସେମାନଙ୍କର ସାମ୍ବିଧାନିକ ମୌଳିକ ଅଧିକାର ମିଳିବ ଏବଂ ଦେଶର ମୂଖ୍ୟସ୍ରୋତରେ ଏସସି ଏସଟି ସମ୍ପ୍ରଦାୟର ଲୋକ ସାମିଲ ହୋଇପାରିବେ ବୋଲି ଶ୍ରୀ ବିଶି ଦାବୀ ଉପସ୍ଥାପନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026

You Might Also Like