-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
06-Aug-2024
ବଲାଙ୍ଗୀର《ମହେନ୍ଦ୍ର ଦର୍ଜି》ବିଶିଷ୍ଟ କୋଶଲି ଗବେଷକ ତଥା ଲେଖକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ସଂଗୀତ ମହାବିଦ୍ୟାଳୟ ପଞ୍ଚମ ଠରେ ଏକ ଶୋକସଭା ଆୟୋଜନ ହୋଇ ଯାଇଛି । ପଞ୍ଚମର ସଭାପତି ମୁରଲୀଧାରୀ ପତି ଙ୍କ ସଭାପତିତ୍ୱରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ଅନୁଷ୍ଠାନର ସହ ସମ୍ପାଦକ ଗୌର କିଶୋର ମହାପାତ୍ର, ଚୈତନ୍ୟ ମଟାରି, ମନୋରଞ୍ଜନ ବେହେରା, ଅଭିନେତା ଓ ଗୀତିକାର କପିଳେଶ୍ୱର ଖମାରୀ, ପରାୟଣ ଗାୟକ ପ୍ରକାଶ ଷଡ଼ଙ୍ଗୀ, ସମାଜସେବୀ ଅଜୟ ନାଗ, ଚିତ୍ରକାର ସତ୍ୟ ନାରାୟଣ ସିଂଦେଓ, ନାଟ୍ୟ ନିର୍ଦେଶକ ପ୍ରକାଶ ଥନାପତି, କଳାକାର ଶୁଭେନ୍ଦୁ ଜାଲ, ସଂସ୍କାର ସ୍ୱରୂପ ମିଶ୍ର ପ୍ରଭୃତି ତାଙ୍କର ସ୍ମୁତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତବଲା ଓ ନୃତ୍ୟ ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ।