-+91-9937148622 |
prerana_bgr@rediffmail.com |
Sunday 9th February 2025 |
R.N.I. Regd No. ODIODI/2010/46693
Breaking News
03-Aug-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ସ୍ଥିତ ସରକାରୀ ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଅଛି।ମୂଖ୍ୟ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାର, ବ୍ଲକ ଉପାଧ୍ୟକ୍ଷ ସଙ୍ଗୀତ ମାଝୀ, ପୂର୍ବତନ ପ୍ରଧାନଶିକ୍ଷକ ରାଜେନ୍ଦ୍ର ସିଂ ନିନା, ଖଇରା ସରପଞ୍ଚ କୈଳାଶ ଚନ୍ଦ୍ରଦଳ , ସୁନାପୂର ସରପଞ୍ଚ ଶ୍ରୀମତୀ ମୁକ୍ତା ରାଉତ, କର୍ଲକୋଟ ସରପଞ୍ଚ ମଙ୍ଗଳ ଦଳ ପ୍ରମୁଖ ମଞ୍ଚ ହୋଇଥିଲେ। ଖଇରା ଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ଅଞ୍ଚଳ ଆଦିବାସୀ, ପଛୁଆ ଏବଂ ପାଞ୍ଚ ଗୋଟି ପଞ୍ଚାୟତର ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ନେଇ ଅନେକ ସହାୟକ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମଝିଆ ମାଝୀ, ମାଳଖମ୍ ନାଗ , ଭୁବନେଶ୍ୱର ରାଉତ ଯୋଗ ଦେଇଥିଲେ। ନୂତନ ଛାତ୍ରଛାତ୍ରୀ, ଅଧ୍ୟାପକ ସମସ୍ତେ ଉପସ୍ଥିତ ଥିଲେ। ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ସ୍ବାଗତ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଅନନ୍ତ ରାମ ମେହେର ସଭା ପରିଚାଳନା କରିଥିଲେ। ସୌଜନ୍ୟ - ମହେନ୍ଦ୍ର