-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
15-Jul-2024
ନବରଙ୍ଗପୁର( ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ଅଭିଯୋଗ ପ୍ରକୋଷ୍ଠରେ ଆଜି ଦିନ 12 ଘଣ୍ଟା ସମୟରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଶୁଣିବା ପରେ ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ବର୍ଷା ଯୋଗୁଁ ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ବର୍ଷା ଯୋଗୁଁ ଅଧିକାଂଶ ଲୋକ ଆସିପାରିଲେ ନାହିଁ ଏହା ସହ ବ୍ଲକର ବିଭିନ୍ନ ଗ୍ରାମରେ ବାହୁଡ଼ାଯାତ୍ରା ଥୁବାରୁ ମଧ୍ୟ ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମ ଜନସୁନ୍ୟ ହଇଯାଇଥିଲା। ଅଭିଯୋଗ ଶୁଣିବାକୁ ସାରକାରୀ ଅଧିକାରୀ ତ ଥିଲେ କିନ୍ତୁ ଅଭିଯୋଗ କରିବାକୁ ଜନତା ନଥିଲେ କହିଲେ କିଛି ଖରାପ ହେବ ନାହିଁ।ଆଜିର ଏହି ଯୁଗ୍ନ ଅବିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ କୋମଲ ଲଚନ ମିଶ୍ରଙ୍କ ସହ ଆରକ୍ଷୀ ଅଧିକାରୀ, ଡାବୁଗାଁ ବିଡ଼ିଓ ସହ ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ