-+91-9937148622 |
prerana_bgr@rediffmail.com |
Wednesday 13th November 2024 |
R.N.I. Regd No. ODIODI/2010/46693
Breaking News
01-Jul-2024
ବାଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା କପସିପାଲି ଗାଁରେ ଜମିଜମାକୁ ନେଇ ଗଣ୍ଡଗୋଳ ହୋଇଥିବା ଓ ପୋଲିସ ଲଗାଇ କପାଚାଷ ଜମିକୁ ଜବରଦସ୍ତ ଛାଡିବାକୁ ବାଧ୍ୟ କରାଯାଉଥିବା ନେଇ ବଲାଙ୍ଗୀର ଏସପିଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଛି । କପସିପାଲି ଗାଁର ଯୁଗେଶ୍ୱର ପୁଞ୍ଜି,କୁବେର ପୁଞ୍ଜି ଏନେଇ ଅଭିଯୋଗ ଉଠାଇଛନ୍ତି । ମିଳିଥିବା ଅଭିଯୋଗରୁ ଜଣାଯାଇଛି ଯେ, କପସିପାଲି ଗାଁର ଖାତା ନମ୍ବର-୩୪ର ଜମି ଯୁଗେଶ୍ୱର ପୁଞ୍ଜିଙ୍କ ବାପା ଘନଶ୍ୟାମ ପୁଞ୍ଜି ଓ ବଡବାପା ଗଣ୍ଡାରାମ ପୁଞ୍ଜିଙ୍କ ନାମରେ ରହିଛି । ଗଣ୍ଡାରାମ ପୁଞ୍ଜିଙ୍କ ଭାଗଜମିକୁ ତାଙ୍କ ନାତୁଣୀ ଝାଲ ଛତର ଯୁଗେଶ୍ୱର ପୁଞ୍ଜି,ହେମସାଗର ନନ୍ଦ ଓ କୁବେର ପୁଞ୍ଜିଙ୍କୁ ୩ଲକ୍ଷ ୭୦ହଜାର ଟଙ୍କାରେ ବିକ୍ରୀ କରିଦେଇ ଥିଲେ । ସେଥିରୁଝାଲ ୩ଲକ୍ଷ ଟଙ୍କା ନେଇସାରିଥିବା ବେଳେ ଆଉ ୭୦ ହଜାର ଟଙ୍କା ବାକି ରହିଥିଲା । କିନ୍ତୁ ଉକ୍ତ ଜମିକୁ ପୁଣିଥରେ ଝାଲ ଛତର ଅନ୍ୟଜଣେ ବ୍ୟକ୍ତି ଉପେନ୍ଦ୍ର ଭୋଇକୁ ବିକ୍ରୀ କରୁଥିବା ମସୁଧା କରୁଛନ୍ତି । ଏପରିକି ଏବେ ବର୍ଷାଋତୁ ଆସି ଉକ୍ତଜମିରେ ଯୁଗେଶ୍ୱର ଓ ଅନ୍ୟମାନେ କପାଚାଷ କରିସାତରିଥିବା ବେଳେ ଝାଲଠାରୁ ଜମିକିଣିଥିବା କହି ଉପେନ୍ଦ୍ର ଭୋଇ ଆସି ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହେବାପରେ ସେଠାରେ ଥିବା ଜଣେ ଏଏସଆଇ ଉଭୟ ପକ୍ଷଙ୍କୁ ଡକାଇ ଆଲୋଚନା କରିଥିଲେ ଓ ଏକତରଫା ବିଚାର କରି ଜମିକୁ ଜବରଦସ୍ତ ଛାଡିବାକୁ ଯୁଗେଶ୍ୱର ଓ ଅନ୍ୟମାନଙ୍କୁ କହିଥିଲେ । ଏପରିକି ନଛାଡିଲେ ଜମିରେ ୧୪୪ ଧାରା ଲଗାଇବାକୁ ପୋଲିସ ଧମକ ଦେଇଥିବା ଯୁଗେଶ୍ୱର ଅଭିଯୋଗ କରିଛନ୍ତି । ତେଣୂ ଥାନାରେ ନ୍ୟାୟ ନପାଇ ଆଜି ଯୁଗେଶ୍ୱର, କୁବେର ଓ ହେମସାଗର ପୁଞ୍ଜି ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି । ସେମାନେ ହକ୍ ଟଙ୍କାଦେଇ ଜମି କିଣି କପାଚାଷ କରିଥିବା ବେଳେ ଏବେ ଜମିଛାଡିବାକୁ ବାଧ୍ୟକରାଯାଉଛି ବୋଲି ଅଭିଯୋଗ କରି ଏସପିଙ୍କଠାରୁ ନ୍ୟାୟ ଭିକ୍ଷା କରିଛନ୍ତି ।