-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||     

HOME   ଜିଲ୍ଲା

ମାଁ ଅଭୟା କାଳୀ ଙ୍କ ପୂଜା ଆରମ୍ଭ

17-Jun-2024



ବଲାଙ୍ଗୀର: ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ବଲାଙ୍ଗୀର ସହର ଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ।କେଉଁ ଆବହମାନ କାଳରୁ ଏହି ଗ୍ରାମରେ ପୂଜା ପାଇ ଆସୁଛନ୍ତି ମାଁ ଅଭୟା କାଳୀ। ମାଁ ଅଭୟା ୧୯୩୬ ମସିହାରୁ ଆବିର୍ଭାବ ହୋଇ ଗାଁ ମଝିରେ ଥିବା ଅଭୟା ଦେବୀ ପୀଠରେ ପୂଜା ପାଇ ଆସୁଛନ୍ତି।ଜୈଷ୍ଠମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଦିନ ଠାରୁ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମାଁ ଙ୍କ ପୂଜା ରୀତି ନୀତିରେ ମହାଆଡମ୍ବରରେ ପାଳନ କରାଯାଏ। ସେହିଭଳି ଚଳିତ ବର୍ଷ ୧୭.୦୬.୨୦୨୪ ରୁ ୨୨.୦୬.୨୦୨୪ ପର୍ଯ୍ୟନ୍ତ ମହାଆଡମ୍ବରରେ ପାଳିତ ହେବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି। ପ୍ରଥମରୁ ଷଷ୍ଠ ଦିନ ପର୍ଯ୍ୟନ୍ତ ମାଁ ଙ୍କୁ ଦେଶୀ ମଦ,ଘିଅ ସଲିତା,ଗୋରସ ଏବଂ ଧୂପ କାଠିରେ ପୂଜା କରାଯାଇଥାଏ।ଗାଁ ଝାଙ୍କର ଏଠି ପୂଜକ। ତାଙ୍କ ସହ ଘଣ୍ଟଧାରି ଓ ଛତ୍ରଧାରୀ

ମଧ୍ୟ ଥାଆନ୍ତି।ଏଠି ମାଁ ଙ୍କ ପୂଜା ବିଧି ଅନୁସାରେ ପାଳନ କରାଯାଏ।ସନ୍ଧ୍ୟା ସମୟରେ ଗାଁ ର ଚତୁର୍ଦ୍ଦିଗରେ ଶୁଖିଲା କାଠ କୁ ଦୀପ ରଖିବା ପାଇଁ ଷ୍ଟାଣ୍ଡ କରାଯାଇ, ତା ଉପରେ କଞ୍ଚା ମାଟିର ଦୀପରେ ଫୁଲି କରି ଦେଶୀ ମଦରେ ୭ ଦିନ ବ୍ୟାପୀ ଅଖଣ୍ଡ ଜଳିଥାଏ। ସପ୍ତମ ଦିନ ମାଁ ଙ୍କ ମୁଖ୍ୟାପୂଜା ହୁଏ। ଜୈଷ୍ଟ ମାସ ଚତୁର୍ଦ୍ଦଶୀ ଦିନ ଗ୍ରାମର ପ୍ରତ୍ୟେକ ପରିବାରରୁ ମାଁ ଙ୍କ ପୀଠକୁ ନଡ଼ିଆ, ଧୂପକାଠି, ଘିଅ, ସିନ୍ଦୂର, ଫୁଲ ଆସେ। ନୈଷ୍ଠିକ ବ୍ରାହ୍ମଣ ଦ୍ଵାରା ମାଁ ଅଭାୟାଙ୍କ ଠାରେ ଭାଗବତର ସପ୍ତମ ସ୍କନ୍ଧ ପାରାୟାଣ କରାଯାଏ। ଏଠି ମାଁ ଙ୍କ ମୁଖ୍ୟ ଭୋଗ ନଡ଼ିଆ। ଅନ୍ୟ ଭୋଗ ମଧ୍ୟରେ ମୁଗରେ ତିଆରି ଖିରି ଓ ଖଇ(ଲିଆ)।ଏହି ଭୋଗ କେବଳ ବୟସ୍କା ବିଧବା ମହିଳା ମାନେ ପ୍ରସ୍ତୁତ କରିଥାନ୍ତି।ଏଠାରେ ମାଁ ଙ୍କ ଠାରେ ଭୋଗ ଲଗା ଯାଇଥିବା ନଡ଼ିଆ ଯେତେ ଖାଇଲେ ମଧ୍ୟ ତାହା ଶରୀର କୁ କ୍ଷତି କରିନାହିଁ ବରଂ ଯେତେ ଖାଇଲେ ସେତେ ଖାଇବାର ଜିଜ୍ଞାସା ବଢେ ବୋଲି ଲୋକଙ୍କ ବିଶ୍ୱାସ।ମାଁ ଙ୍କ ପୂଜା ଆଠ ଦିନ ଧରି ପାଳନ କରାଯାଏ।ଏହି ଆଠଦିନ ପର୍ଯ୍ୟନ୍ତ ଗାଁ ରେ ମାଛ ମାଂସ ଭକ୍ଷଣ ନିଷେଧ।ଏହି ଆଠଦିନ ମଦ ପିଇବା ମନା।ମଦୁଆ ମାନଙ୍କ ପାଇଁ ମଦ ସ୍ବପ୍ନ ହୋଇଯାଏ।ଶେଷରେ ଜୈଷ୍ଠ ପୂର୍ଣ୍ଣିମା ଦିନ ସକାଳେ ଗ୍ରାମର ପ୍ରତ୍ୟେକ ପରିବାରରୁ ଜଣେ ଜଣେ ପ୍ରସ୍ତୁତ ହୋଇଥିବା ଖଇ ଲିଆ, ଅରୁଆ ଚାଉଳ,ଘିଅ ବଳିତା ଓ ପାଳ ବିଡାରେ ତିଆରି(ନିଆଁ ବେଣ୍ଟିଆ) ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ୱତ୍ଥ ବୃକ୍ଷ ମୂଳକୁ ଯାଇ ମାଁ ଙ୍କୁ ମେଲାଣି ଦେଇଥାନ୍ତି।ମାଁ ଅଭୟା କାଳୀ ଦେବୀ ପୀଠ କୁ ପଶ୍ଚିମ ଓଡ଼ିଶାର ମାଁ ତାରିଣୀ ପୀଠ କହିଲେ ଅତ୍ୟୁକ୍ତି ହେବନାହିଁ। ମାଁ ଅଭୟା ଙ୍କ ପୂଜା ଅବସରରେ ବିଶେଷ ଆକର୍ଷଣ ରାବଣ ଦରବାର, କୀର୍ତ୍ତନ ଏବଂ ଦୈନନ୍ଦିନ ମାଁ ଙ୍କ ନାମରେ ଯଜ୍ଞ ଅନୁଷ୍ଠାନ ଅନୁଷ୍ଠିତ ହୁଏ।ମାଁ ଙ୍କ ପୀଠକୁ ଅନେକ ମାନସିକଧାରୀ ମନୋକାମନା ପୂର୍ଣ୍ଣ ହେତୁ ନଡ଼ିଆ ଧରି ଆସନ୍ତି।ମାଁ ଙ୍କ ଠାରେ ହଜାର ହଜାର ନଡ଼ିଆ ଅର୍ପଣ କରାଯାଇଥାଏ। ମନ୍ଦିର ବାହାର ଭିତର

ନଡ଼ିଆରେ ପରିପୂର୍ଣ୍ଣ ହୋଇଯାଏ।ନଡ଼ିଆ ମାଁ ଙ୍କ ପୀଠରେ ପାହାଡ ସଦୃଶ ପଡ଼ିରହେ।ମାଁ ଅଭୟା କାଳୀଙ୍କ ପରମ କରୁଣାରୁ ଗ୍ରାମବାସୀ ଏହି ପୂଜାକୁ ପ୍ରତି ବର୍ଷ ଧୁମ୍ ଧାମରେ ପାଳନ କରି ଆସୁଛନ୍ତି।ଗାଁ ର ଗୌନ୍ତିଆ ରାଜିନ ପାତ୍ରଙ୍କ ପୌରାହିତ୍ୟରେ ଗାଁ ର ଝାଙ୍କର୍, ଦେହେରି ଶ୍ରିହରୀ ଭୁଏ, ପିତାମ୍ବର ନାଗ,ଗରୁଡ଼ ସା, ବାଳି ବାଗ,ଲେକ୍ରୁ ସାହୁ,ଜଗବନ୍ଧୁ ସାହୁ ପୂଜାର ମୁଖ୍ୟ ଦାୟିତ୍ଵ ନିର୍ବାହ କରନ୍ତି।ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଏବଂ ଶତ୍ରୁଘ୍ନ ପୁରୋହିତ ପୂଜା କାର୍ଯ୍ୟ ତୁଲାଇଥାନ୍ତି।ଏହି ପୂଜା ପରିଚାଳନା ପାଇଁ ସଭାପତି ଭାବେ ଗୋବର୍ଦ୍ଧନ ସାହୁ,ସମ୍ପାଦକ ଭାବେ ପ୍ରଦୀପ ପାତ୍ର ଦାୟିତ୍ୱରେ ଥିବା ବେଳେ ଗ୍ରାମବାସୀ ବୃନ୍ଦଙ୍କ ସହଯୋଗରେ ପୂଜା ସମାପନ ହୁଏ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026

You Might Also Like