-+91-9937148622 |
prerana_bgr@rediffmail.com |
Sunday 19th May 2024 |
R.N.I. Regd No. ODIODI/2010/46693
Breaking News
05-May-2024
ସିନ୍ଧେକେଲା(ଦୀନେଶ ଜୈନ): ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନରେ ବିଜେଡିର ନିର୍ବାଚନୀ ପ୍ରଚାର ଶୁଭାରମ୍ଭ ହୋଇ ଯାଇଛି। ଗାଁ ମୁଣ୍ଡରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ଦାସ ପହଞ୍ଚି ନଡିଆ ଫୋଡିବା ସହ ପୂଜାର୍ଚ୍ଚନା କରିଥିଲେ l ପରେ ନିର୍ବାଚନ ପ୍ରଚାର ଆରମ୍ବ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟର ସମୀକ୍ଷା କରିବା ସହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ସ୍ଲୋଗାନ ଦେଇଥିଲେ । ପରେ ଉକ୍ତ ଜୋନ ର ବିଭିନ୍ନ ଗ୍ରାମକୁ ଯାଇ ନିର୍ବାଚନୀ ପ୍ରଚାର କରିଥିଲେ । ଏହି ଅବସରରେ ବିଜେଡି ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁ, ଚାନ୍ଦୋତରା ଅଞ୍ଚଳର ବରିଷ୍ଠ ବିଜେଡି ନେତା ରୂପେଶ ବେହେରା, କାର୍ତ୍ତିକ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ବୁଲୁ ସିଂଦେଓ , ବିରଞ୍ଚି ଜାଳ, ସିନ୍ଧେକେଲା ପୂର୍ବତନ ସମିତି ସଭ୍ୟ ବିସମ୍ବର ସାହୁ, ଦିନ ତ୍ରିପାଠୀ, ଦେବରାଜ ଦଣ୍ଡସେନାଙ୍କ ସମେତ ଅଞ୍ଚଳର ବହୁ ବିଜେଡି କର୍ମୀ ଓ ନେତା ଉପସ୍ଥିତ ଥିଲେ ।