-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ପଶ୍ଚିମାଚଂଳ ବିଜୁଳି ଶ୍ରମିକ ସଂଘ ତରଫରୁ ଆର୍ନ୍ତଜାତୀୟ ମଇ ଦିବସ

02-May-2024



ବଲାଙ୍ଗିର  - ସ୍ଥାନୀୟ ମୀନା ଟେଣ୍ଟ ହାଉସ ଠାରେ ପଶ୍ଚିମାଚଂଳ ବିଜୁଳି ଶ୍ରମିକ ସଂଘ ତରଫରୁ ଶତାଧିକ କର୍ମଚାରୀଙ୍କ ଉପସ୍ଥିତିରେ କୋଶ ସମନ୍ୱୟ ସମିତିର ଅଧ୍ୟକ୍ଷ ତଥା ବିଶିଷ୍ଟ ଶ୍ରମିକ ନେତା ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମଇ ଦିବସ ଜିଲ୍ଲାର ବିଭିନ୍ନ ଭାତୃ ପ୍ରତିମ ଶ୍ରମିକ ସଂଗଠନଙ୍କ ଗହଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା । 
    ସଭା ପ୍ରାରମ୍ଭରେ ଐତିହାସିକ ଶ୍ରମିକର ରକ୍ତରେ ରଞ୍ଜିତ ଲାଲ ପତାକାକୁ ଶ୍ରୀ ମିଶ୍ର ଉତ୍ତୋଳନ କରି ଲାଲ୍ ସଲାମ୍ ଗୁଞ୍ଜରିତ ହୋଇ ସଭାକୁ ସମ୍ବୋଧନ କରିଥିଲେ । ମଂଚାସିନ ଶ୍ରମି କ ନେତାମାନଙ୍କ ମଧ୍ୟରେ ବିଶିଷ୍ଟ ଶ୍ରମିକ ନେତା ରବି ଶଙ୍କର ମିଶ୍ର ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ବଲାଙ୍ଗିର ଜିଲ୍ଲାର ବିଗତ ୩୪ ବର୍ଷର ଶ୍ରମିକ ସଂଘମାନଙ୍କର ଗୌରବମୟ ଇତିହାସ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଜୁଳି ଶ୍ରମିକ ସଂଘର ସାଧାରଣ ସଂପାଦକ ବିଭୁତି ବିନ୍ଧାଣୀ ମଂଚାସିନ ଭାତୃ ପ୍ରତିମ ଶ୍ରମିକ ଅନୁଷ୍ଠାନର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉପ-ସାଧାରଣ ସଂପାଦକ ଜ୍ୟୋତି ମହାନ୍ତି ଶ୍ରମିକମାନଙ୍କୁ ଏକଜୁଟ ହୋଇ ମିଳିତ ଭାବରେ ଶ୍ରମିକମାନଙ୍କର ସ୍ୱାର୍ଥ ହାସଲ ପାଇଁ ପରିଚାଳନା କତ୍ତୃପକ୍ଷଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ଆହ୍ୱାନ କରିଥିଲେ । ବିଶିଷ୍ଟ ଶ୍ରମିକ ନେତା ନରେନ୍ଦ୍ର ମିଶ୍ର ଶ୍ରମିକମାନଙ୍କୁ ଉପଦେଶ ଦେଇ ଶ୍ରମିକମାନଙ୍କର ମନୋବଳକୁ ଦୃଢ କରିବାକୁ ମତବ୍ୟକ୍ତ କରିଥିଲେ । ମିଳିତ ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ନେତା ମନୋରଂଜନ ସାହୁ ଓ କୋଶଲବାଦୀ ନେତା ଶରତ ହୋତା ଉପସ୍ଥିତ ଥିଲେ । ଏ.ଆଇ.ଟି.ୟୁ.ସି ର ଜିଲ୍ଲା ଆବାହକ ବିଭୁ ମିଶ୍ର ଆଗାମି ଦିନରେ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ନିନ୍ଦା କରିବା ସହିତ ଏହା ବିରୁଦ୍ଧ ରେ ଶ୍ରମିକମାନଙ୍କୁ ଏକଜୁଟ ହୋଇ ଟାଟା ପାୱାର ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଥିଲେ । ୱାର୍କ୍ସ ଓ ଇତିଗେସନର ୱାର୍କସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର କୁମାର ବନଛୋର କଂଟ୍ରାକ୍ଟଚୁଏଲ ଶ୍ରମିକମାନଙ୍କର ଚାକିରିର ସ୍ଥାୟୀକରଣ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଟାଟା ପାୱାର ସହିତ ଏକ ଆଲୋଚନା ମାଧ୍ୟମରେ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ବାଢିଥିଲେ । ପାଇପ୍ ଜଳ ସଂଘର ରାଜ୍ୟ ସ୍ତରୀୟ ଶ୍ରମିକ ନେତା ସୀମାଚଂଳ ପଣ୍ଡା ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରମିକମାନଙ୍କର ଚାକିରି ର ସ୍ଥାୟୀକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ସରକାରଙ୍କ ଠାରେ ଦୃଢଦାବୀ କରିଥିଲେ । ବଲାଙ୍ଗିରର କୋଶଲବାଦୀ ନେତା ତଥା ସମାଜସେବୀ ରଣରାଜ ସିଂଦେଓ ଉପସ୍ଥିତ କର୍ମଚାରୀବୃନ୍ଦ ଓ ମଂଚାସିନ ନେତୃ ମଣ୍ଡଳିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପଶ୍ଚିମାଚଂଳ ବିଜୁଳି ଶ୍ରମିକ ସଂଘର ଅନ୍ୟାନ୍ୟ ସାଥୀମାନଙ୍କର ମଧ୍ୟରେ ଶ୍ରମିକ ସାଥୀ ସର୍ଜନ ବାରିକ, ଶେଖ୍ ଅଲ୍ଲିମୁଦ୍ଦିନ, ସରୋଜ ମହଲା, ସଚିଦାନନ୍ଦ ନନ୍ଦ, ମନୋଜ ନନ୍ଦ, ପ୍ରଦୀପ ଡାକୁଆ, କୃଷ୍ଣ ବେରିହା ଆଦି ଅନ୍ୟାନ୍ୟ ସଂଗ୍ରାମୀ ସାଥୀଙ୍କ ବଳିଷ୍ଠ ନେତୃତ୍ୱରେ ଉକ୍ତ ଶ୍ରମିକ ଦିବସକୁ ସଫଳ କରିବାରେ ଯଥାସାଧ୍ୟ ପ୍ରଯତ୍ନ କରିଥିଲେ ।ାମି ଦିନରେ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ନିନ୍ଦା କରିବା ସହିତ ଏହା ବିରୁଦ୍ଧ ରେ ଶ୍ରମିକମାନଙ୍କୁ ଏକଜୁଟ ହୋଇ ଟାଟା ପାୱାର ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଥିଲେ । ୱାର୍କ୍ସ ଓ ଇତିଗେସନର ୱାର୍କସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର କୁମାର ବନଛୋର କଂଟ୍ରାକ୍ଟଚୁଏଲ ଶ୍ରମିକମାନଙ୍କର ଚାକିରିର ସ୍ଥାୟୀକରଣ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଟାଟା ପାୱାର ସହିତ ଏକ ଆଲୋଚନା ମାଧ୍ୟମରେ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ବାଢିଥିଲେ । ପାଇପ୍ ଜଳ ସଂଘର ରାଜ୍ୟ ସ୍ତରୀୟ ଶ୍ରମିକ ନେତା ସୀମାଚଂଳ ପଣ୍ଡା ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରମିକମାନଙ୍କର ଚାକିରି ର ସ୍ଥାୟୀକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ସରକାରଙ୍କ ଠାରେ ଦୃଢଦାବୀ କରିଥିଲେ । ବଲାଙ୍ଗିରର କୋଶଲବାଦୀ ନେତା ତଥା ସମାଜସେବୀ ରଣରାଜ ସିଂଦେଓ ଉପସ୍ଥିତ କର୍ମଚାରୀବୃନ୍ଦ ଓ ମଂଚାସିନ ନେତୃ ମଣ୍ଡଳିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like