-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ଜିଲ୍ଲା

ଉତ୍ତମ ଶିକ୍ଷା ସମାଜକୁ ଆର୍ଥିକ ସମୃଦ୍ଧି କରିବ - ସମରେନ୍ଦ୍ର/ ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ- ସମରେନ୍ଦ୍ର

30-Apr-2024



ବଲାଙ୍ଗିର(ପ୍ରେରଣା ଖବର ): ଆସନ୍ତା ମଇ ୨୦ ତାରିଖ ଗଣତନ୍ତ୍ର ମହାପର୍ବରେ ଆମେ ସମସ୍ତେ ନିଜ ନିଜ ମତଦାନ ସାବ୍ୟସ୍ତ କରିବାକୁ ଯାଉଛେ । ମୋର ଅନୁରୋଧ ମୋର ସାମନାରେ ବସିଥିବା ମାଁ ଭଉଣୀ, ଜ୍ଞାନି, ଗୁଣି ଆଗାମୀ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନିଜ ଅତିତ କୁ ନିଶ୍ଚିତ ଭାବେ ଦେଖନ୍ତୁ । ଅତିତରେ କଂଗ୍ରେସ ସରକାର ଅମଳରେ ଶିକ୍ଷା ବ୍ୟବସ୍ଥାରେ ଗରିବ ଧନୀ ସମସ୍ତେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ସେ ଶିକ୍ଷା ବ୍ୟବସ୍ଥାକୁ

ରାଜ୍ୟରେ ବିଜେଡି ସରକାର ଆସିଲା ପରେ ଷଡଯନ୍ତ୍ର କରି ଦୁଇ ଭାଗ କରି ଦେଇଛି । ଗରିବଙ୍କ ପାଇଁ ଅଲଗା ସ୍କୁଲ, ଧନୀକଙ୍କ ପାଇଁ ଅଲଗା ସ୍କୁଲ । ଗରିବ ପଢୁଥିବା ସ୍କୁଲରେ ଶିକ୍ଷକ ନାହାନ୍ତି, କର୍ମଚାରୀ ନାହାନ୍ତି ଫଳରେ ଆମ ଗରିବ ଶ୍ରେଣୀର ପିଲା ବିନା ଶିକ୍ଷକରେ ପାଠ ପଢି ନିଜ ଭବିଷ୍ୟତ ଅନ୍ଧକାର କୁ ଠେଲି ଦେଉଛି । ଅପରପକ୍ଷେ କେନ୍ଦ୍ରରେ ଥିବା ବିଜେପି ସରକାର କାଗଜ, କଲମ, ଛୁଆଙ୍କ ପଢାବହିରେ ଦିନକୁ ଦିନ ଟେକ୍ସ ବଢାଇ ଗରିବ ଛୁଆ ର ଭିବଷ୍ୟତରେ ଲାତ ମାରିବାରେ ଲାଗିଛି । ରାଜ୍ୟ ସରକାର ସ୍କୁଲ ରୁପାନ୍ତରିତ ନାଁ ରେ ସ୍କୁଲ କୋଠାରେ ରଙ୍ଗ ବୋଲି ଶିକ୍ଷା ଉନ୍ନତି କଲୁଁ କହି ମିଛ ଭୁଆଁ ବୁଲାଇବାରେ ଲାଗିଛନ୍ତି । ଏଣୁ କ୍ରମାଗତ ଭାବେ ଉଭୟ ସରକାରଙ୍କ ଷଡଯନ୍ତ୍ର ଯୋଗୁଁ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ଯେଉଁଥି ପାଇଁ ଆମ ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହେଉଛି ବୋଲି ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୧୮,୧୯,୨୦ ମହିଳା ସମ୍ବିଳନୀ ଓ ୱାର୍ଡ ନଂ.୧୦ ର ଗେଡ ସରୋବରପଡାବାସୀଙ୍କ ଦ୍ୱାରା ଅନୁଷ୍ଠିତ କଂଗ୍ରେସ ର ନିର୍ବାଚନୀ ସଭାରେ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ୱାର୍ଡ ନଂ.୧୦ ର ଗେଟସରୋବରପଡାବାସୀ ଆଜି ସନ୍ଧ୍ୟାରେ ବିଧାୟକ ନରସିଂହ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କୁ ତାଙ୍କ ବାସଭବନରୁ ସଭା ସ୍ଥଳକୁ ବାଜା ରୋଶଣୀ ସହିତ ପାଛୋଟି ନେଇ ସେଠାରେ ଏକ ସୁସଜ୍ଜିତ ସଭାର ଆୟୋଜନ କରିଥିଲେ । ଏହି ସମ୍ମିଳନୀରେ ଯୁବନେତା ସମରେନ୍ଦ୍ର ଅହୁରି ମଧ୍ୟ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଲା କେବଳ ଏ ଅଂଚଳର ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ।  ୨୦୧୪ ରୁ ୨୦୨୪  ୧୦ ବର୍ଷ ଭିତରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ରେ ପିଇବା ପାଣି ସମସ୍ୟା, ଶିକ୍ଷା ଭିତ୍ତିଭୂମି, ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା, କ୍ରୀଡା ଭିତ୍ତିଭୂମି, ଗମନାଗମନ ପାଇଁ  ସୁନ୍ଦର ରୋଡ ରାସ୍ତା, ଜଳସେଚନ ପାଇଁ ଲୋୟର ସୁକତେଲ ସହ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ଭଳି ଅନେକ ଯୋଜନା ଆଣିବାରେ ସଫଳ ହୋଇଛନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଛି ଆମ ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ଓ ରୋଜଗାର ସୃଷ୍ଟି କରିବା ଏଥି ପାଇଁ ଆମକୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ପଡିବ । ପିଲାଙ୍କ ରୋଜଗାର ପାଇଁ ବଲାଙ୍ଗିର ରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଖୋଳିବାକୁ ପଡିବ କିନ୍ତୁ ଏଥିରେ ସଫଳତା ପାଇବା ପାଇଁ ହେଲେ ଆମକୁ ଆଗାମୀ ଦିନରେ ରାଜରାସ୍ତା ହେଉ କି ବିଧାନସଭା ରେ ହେଉ ଆମକୁ ଜୋରଦାର ଲଢେଇ କରିବାକୁ ପଡିବ । ଯାହା ପାଇଁ ଆମକୁ ଏକ ଦୃଢ, ଲଢୁଆ ତଥା ଦୂରଦୃଷ୍ଟି ସମ୍ପନ୍ନ ଦକ୍ଷତା ଥିବା ଏକ ପ୍ରତିନିଧି ବିଧାନସଭା ପଠାଇବାକୁ ହେବ । ଆମକୁ କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେଇ ଗତ ୧୦ ବର୍ଷ ବିକାଶଧାରାକୁ ଆଗେଇ ନେବାକୁ ପଡିବ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର କହିଥିଲେ । ସଭାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଗାମୀ ନିର୍ବାଚନରେ  ଆପଣ କଂଗ୍ରେସ ଦଳର ବିଧାୟକ ଏବଂ ସାଂସଦଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ଦେଖିବେ ବଲାଙ୍ଗିର ର ଛାତ୍ର ଓ ଯୁବକଙ୍କୁ ନିଶ୍ଚିତ ଭାବେ ଉତ୍ତମ ଶିକ୍ଷା ଓ ରୋଜଗାର ପାଇଁ ଏଠାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ଆମେ ନିଶ୍ଚିତ ସଫଳ ହେବା । ସଭାରେ

ଶ୍ରୀ ମିଶ୍ର ରାଜ୍ୟରେ କଂଗ୍ରେସ ସରକାର ଆସିଲେ ଏସ୍‌ଏଚ୍‌ଜି ଗୃପ ଋଣ ମାଫ, ବାର୍ଦ୍ଧକ୍ୟ ବିକଳାଙ୍ଗ, ବିଧବା ଭତ୍ତାକୁ ଦୁଇ ଗୁଣିତ କରାଯିବ, ଧାନର ସର୍ବନିମ୍ନ ମୁଲ୍ୟ ୩ହଜାର ଟଙ୍କା ବୃଦ୍ଧି କରାଯିବ, ବେକାରୀ ଯୁବକ ଯୁବତିଙ୍କୁ ବେକାରୀ ଭତ୍ତା ୩ ହଜାର ଟଙ୍କା ଓ ମହିଳାମାନଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କଂଗ୍ରେସ ର ଲୋଇସିଂହା ବିଧାନ ସଭା ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାର, କଂଗ୍ରେସ ନେତା ଶିବ ସାହୁ, ସୁରେନ୍ଦ୍ର ଅଶ୍ୱପାଲ, ବୁଲୁ ଖାନ ପ୍ରମୁଖ ମଞ୍ଚାସୀନ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like