-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

*ଶକ୍ତି ପ୍ରଦର୍ଶନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ*- ବିଶାଳ ଶୋଭାଯାତ୍ରା ଓ ସହର ପରିକ୍ରମା ରେ କଲେ ଭୋଟ ଭିକ୍ଷା

30-Apr-2024



ସୋନପୁର -( ମନୋରଞ୍ଜନ ତ୍ରିପାଠୀ )
  ସୋନପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବ ରୁ ଆଜି ସୁବର୍ଣ୍ଣପୁର ଠାରେ ଦଳୀୟ ନେତା ଓ କର୍ମୀ ଙ୍କୁ ନେଇ ଏକ ବିଶାଳ  ସମାବେଶ ଦେଖିବାକୁ ମିଳିଛି l ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ଲାଭ କରି ଶ୍ରୀ ପୁଝାରୀ ଓ ସାଂସଦ ପ୍ରାର୍ଥୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ଏକ ବିଶାଳ ଶୋଭାଯାତ୍ରରେ ସୋନପୁର ସହର ପରିକ୍ରମା କରି ଆଗାମୀ ନିର୍ବାଚନ ରେ ବିଜୁ ଜନତା ଦଳ ର ବିଧାୟକ ଓ ସାଂସଦ ଉଭୟ ପ୍ରାର୍ଥୀ ଙ୍କୁ ବିପୁଳ ଭୋଟ ରେ ବିଜୟ କରାଇ ଓଡ଼ିଶାରେ ନବୀନ ପଟ୍ଟନାୟକ ଙ୍କୁ ପୁଣି ଥରେ କ୍ଷମତା ଦେବାକୁ ଲୋକ ଙ୍କୁ  ନିବେଦନ କରିଥିଲେ l ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚି ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ  ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରୀ ପୁଝାରୀ ଆଶୀର୍ବାଦ ନେଇଥିଲେ l ଏହି ସମାବେଶ ରେ  ଜିଲ୍ଲା ପରିଷଦ ଅଧ୍ୟକ୍ଷl ସୂପାର ଠେଲା, ବିଜେଡି ର ଜିଲ୍ଲା ସଭାପତି  ସରୋଜ କମ୍ପ, କାର୍ଯକାରୀ ସଭାପତି ଅଭିମନ୍ୟୁ କୁଶଳ, ଉପ ସଭାପତି ରମେଶ ପୂଜାରୀ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତl ନାୟକ,  ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରକାଶ ସାହୁ, ତରଭା ଓ ଡୁଙ୍ଗୁରିପାଲି ବ୍ଲକ୍ ଅଧ୍ୟକ୍ଷ, ତରଭା ଓ ବିନିକା ଏନ୍ ଏ ସି ଅଧ୍ୟକ୍ଷ,  ମନ୍ତ୍ରୀ ଙ୍କ ପ୍ରତିନିଧି ଗୋପାଳ ବରାଇ, ଟାଉନ୍ ସଭାପତି ଜନ୍ମଞ୍ଜୟ ପାତ୍ର, ମାନଭଞ୍ଜନ ମିଶ୍ର, ସୁଭାଷ ସେଠି, ସତ୍ୟ ନାରାୟଣ ତ୍ରୀପାଠୀ, ମାନ ଭଞ୍ଜନ ବେଦବାକ, ଆନନ୍ଦ ପାତ୍ର, ଶାଶ୍ଵତ ମିଶ୍ର, ଶାନ୍ତନୁ ବାଗ, ଗୋପାଳ ମେହେର, ସମସ୍ତ  ସରପଞ୍ଚ, ଜିଲ୍ଲା ପରିଷଦ, ଓ ସମିତି ସଭ୍ୟ ଯୋଗ ଦେଇ ଥିଲେ l ଶ୍ରୀ ପୂଜାରୀ ବିନିକା ନିର୍ବାଚନ ମଣ୍ଡଳୀ ରେ ଦୁଇ ଥର ଓ ସୋନପୁର ଆସନ ରେ ତିନି ଥର ବିଜୟୀ ହୋଇ ନବୀନ ସରକାର ଙ୍କ ମନ୍ତ୍ରୀ ମଣ୍ଡଳ ରେ ଗୁରୁତ୍ଵ ପୂର୍ଣ୍ଣ ବିଭାଗ ଦାୟିତ୍ଵ ନିର୍ବାହ କରି ସେ ଜଣେ ଦକ୍ଷ ଓ ସଫଳ ରାଜନୀତିଜ୍ଞ ଭାବରେ ପ୍ରମାଣ ଦେଇ ସାରିଛନ୍ତି l ଏଵଂ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବିଗତ ବର୍ଷ ମାନଙ୍କରେ ବିଜେପୁର, ଝାରସୁଗୁଡ଼ା ଓ ରାଜ୍ଯ ର ବିଭିନ୍ନ ଉପ ନିର୍ବାଚନ ସମୟ ରେ ଓ ଦଳ ସଙ୍କଟ ବେଳେ ସଂକଟ ମୋଚନ ପରି ଛିଡ଼ା ହୋଇ ସବୁ ସମସ୍ୟା ର ସମାଧାନ କରିଥିବା ମଧ୍ୟ ଦକ୍ଷତା ଅର୍ଜନ କରିଛନ୍ତି l ଓ ରାଜ୍ଯ ମନ୍ତ୍ରୀ ମଣ୍ଡଳ ର ଜଣେ ଆଗ ଧାଡି ର ନେତା ଭାବେ ପରିଚିତ ଅଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like