-+91-9937148622 |
prerana_bgr@rediffmail.com |
Friday 30th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ପରଧିଆପଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଇଦିପାଲି କ୍ଲଷ୍ଟର ବଲାଙ୍ଗୀର ଠାରେ ପ୍ରଧାନ ଶିକ୍ଷକ ବିରେନ୍ଦ୍ର ପାଣିଗ୍ରାହୀଙ୍କ ଅନୁରୋଧ କ୍ରମେ। ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ତରଫରୁ ବିଦ୍ୟାଳୟ ଠାରେ, ପତଞ୍ଜଳୀ ଯୋଗ ପ୍ରାଣାୟାମ ସହ ଅନେଗୁଡ଼ିଏ ଆସନ, ବ୍ୟାୟାମ ରୋଗ ଅନୁଯାୟୀ ଯୋଗ ଉପରେ ବିରଞ୍ଚି ନାରାୟଣ ଗହୀର ମତ ପ୍ରକାଶ କରି ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ଥିଲେ। ନିୟମିତ ଯୋଗ କରିବା ଦ୍ୱାରା ମଣିଷ ନିରୋଗ ରହେ ମାନସିକ ଶାନ୍ତି ମୈତ୍ରୀ ଓ ବୁଦ୍ଧିର ବିକାଶ ହୁଏ ବୋଲି ମତ ପ୍ରକାଶ କରି ଥିଲେ। ତାଙ୍କ ଦଳ ର ଲକ୍ଷ୍ମଣ ମିଶ୍ର, କାମେଶ୍ୱର ମହାଳିକ ଓ ସହଦେଵ ଧରୁଆ ସହଯୋଗ କରିଥିଲେ।। ବିଦ୍ୟାଳୟ ର ସହକାରୀ ଶିକ୍ଷକ କୈଳାଶ ଚନ୍ଦ୍ର ଥପା ଓ ଖାଁ ସାର୍ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।