-+91-9937148622 |
prerana_bgr@rediffmail.com |
Friday 30th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ଆଜି ହେଉଛି କୋଶଲ ରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଦୀର୍ଘ ବର୍ଷ ହେବ ସାରା ଓଡିଶାରେ ଏହି ଦିନକୁ କୋଶଲି ସ୍ୱାଭିମାନ ଦିନ୍ ଭାବରେ ପାଳନ କରାଯାଉଛି। ଏହି କ୍ରମରେ ପଶ୍ଚିମ ଓଡିଶାରେ କୋଶଲୀ ଭାଷା ସାହିତ୍ୟକୁ ଆଗକୁ ନେଉଥିବା ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ କୁଟୁମ ତରଫରୁ ବଲାଙ୍ଗିର ଠାରେ କୋଶଲୀ ସ୍ୱାଭିମାନ ଦିନ୍ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଯୋଶୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ରାଜୀବ ପ୍ରସାଦ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୃତି ସଭାରେ କବି ଦିଲୀପ କୁମାର ମିଶ୍ର ବକ୍ତା ଭାବରେ ଯୋଗଦେଇ ଓଡିଆ ଏବଂ କୋଶଲୀ ଭାଷାର ସମୃଦ୍ଧ ପାଇଁ ପଣ୍ଡିତ ଯୋଷୀ ଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିବାବେଳେ ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା ଆମେ ଯଦି ଆଜି କୋଶଲୀ ଭାଷା ବୋଲି ଏକ ସ୍ଵତନ୍ତ୍ର ପରିଚୟ ପାଇଛେ ସେଇଟା କେବଳ ପଣ୍ଡିତ ଯୋଶୀଙ୍କର ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ କବି ଅର୍ଜୁନ କୁମାର ସାହୁ ପରିଚାଳନା କରିଥିବା ବେଳେ କବିତା ଆସର କୁ ପ୍ରଭାସିନି ଭୋଇ ସଂଯୋଜନା କରିଥିଲେ। ସୁଦେଷ୍ନା ମିଶ୍ର, ସାଲିନି ସା, ମିଲନ ପଣ୍ଡା, ପୁଷ୍ପାଞ୍ଜଳି ମେହେର, ଗୋପାଲ ଚନ୍ଦ୍ର ମେହେର ପ୍ରମୁଖ ସହଯୋଗ କରିଥିବାବେଳେ। ନାଟ୍ୟକାର ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।