-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||     

HOME   ରାଜ୍ୟ

ଆଉ ତିନି ମାସ ପରେ ପିପିଲି ଉପ ନିର୍ବାଚନ: ପଢ଼ନ୍ତୁ କଣ ରହିଛି ୩ ମୁଖ୍ୟ ରାଜନୈତିକ ଦଳର ସ୍ଥିତି,ଟିକେଟକୁ ନେଇ ଶାସକ ବିଜେଡ଼ି ସମେତ ବିରୋଧୀ କଂଗ୍ରେସ ଓ ବିଜେପିରେ ମଧ୍ୟ ରହିଛନ୍ତି ଏକାଧିକ ଆଶାୟୀ ପ୍ରାର୍ଥୀ

20-Dec-2020



ଭୁବନେଶ୍ୱର,ଏବେ କମ୍ପିବ ପିପିଲି । ପିପିଲି ଦେଖିବ ପ୍ରଥମ ଉପନିର୍ବାଚନ । ରାଜନୀତିର ପଶାପାଲିରେ କିଏ ମାରିବ ବାଜି, କିଏ ଚାଖିବ ପରାଜୟର ସ୍ୱାଦ ।  ବିଧାୟକ ପ୍ରଦୀପ ମହାରଥୀଙ୍କ ପରେ କାହା ହାତରେ ପିପିଲି ଶାସନର କ୍ଷମତା ଡୋରି ଧରାଇବେ ଭୋଟର ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ୨୦୧୯ ନିର୍ବାଚନରେ ବିଜୟୀ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ୬ ମାସ ଭିତରେ ସାମ୍ନା ହେବ ଆଉ ଏକ ନିର୍ବାଚନର । କ୍ଷମତା ଓ ପ୍ରତିପତିର ଲଢ଼େଇରେ କିଏ ମାରିବ ବାଜି ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଛକ ଛକରେ ଏବେ ରାଜନୀତିର ପାଟିଗଣିତ କଷା ଚାଲିଛି । 

ପ୍ରଦୀପ ମହାରଥୀ, ବିଜୁ ଜନତା ଦଳର ପ୍ରାର୍ଥୀ । ୮୮୪୩୪ ଭୋଟ ସହ ୮୪ଟି ପୋଷ୍ଟାଲ୍ ଭୋଟ ଯାଇଥିଲା ମହାରଥୀଙ୍କ ଖାତାକୁ । ମୋଟ ୮୮୫୧୮ ଭୋଟ ପାଇଥିଲେ ମହାରଥୀ । ଆଶ୍ରିତ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ । ୭୨୫୭୯ ଭୋଟ ସହ ୧୫୨ ପୋଷ୍ଟାଲ୍ ଭୋଟ ପାଇଥିଲେ ଆଶ୍ରିତ୍ । ମୋଟ ୭୨୭୩୧ ଭୋଟ ମିଳିଥିଲା ଆଶ୍ରିତଙ୍କୁ । ଅଜିତ୍ ମଙ୍ଗରାଜ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ । ୯୮୦୯ ଭୋଟ ସହ ୨୧ଟି ପୋଷ୍ଟାଲ୍ ଭୋଟ ମିଳିଥିଲା । ମୋଟ ୯୮୩୦ ଭୋଟ ଯାଇଥିଲା ମଙ୍ଗରାଜଙ୍କ ନାଁରେ । ଏହା ବାଦ୍ ସିପିଆଇଏମ୍ଏଲ୍, ଏସ୍ୟୁସିଆଇ ଓ ବିଏସ୍ପି ପ୍ରାର୍ଥୀଙ୍କ ଖାତାକୁ ଯାଇଥିଲା ୨୭୮୯ଟି ଭୋଟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୯ ନିର୍ବାଚନରେ ୮୬୭ ଜଣ ନୋଟାରେ ଭୋଟ ଦେଇ ସବୁଦଳର ପ୍ରାର୍ଥୀଙ୍କୁ ନାପସନ୍ଦ କରିଥିଲେ । 
୨୦୧୯ରେ ମୋଟ ୨ଲକ୍ଷ ୨୮ ହଜାର ୮୦୫ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୭୪ ହଜାର ୭୩୫ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଆଦି ଅନେକ ସମସ୍ୟା ବିରୋଧୀ ସେତେବେଳେ ପ୍ରସଙ୍ଗ କରିଥିଲେ ବି ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଉପରେ କିଛି ଫରକ ପଡ଼ିନଥିଲା ।  ତେବେ ଶେଷ ମୁହୂର୍ତରେ ଅଜିତ୍ ମଙ୍ଗରାଜଙ୍କୁ କଂଗ୍ରେସ ଟିକେଟ ମିଳିବା ଯୋଗୁ କଂଗ୍ରେସ ଖାତାରେ ୧୦ହଜାର ଭୋଟ ବି ମିଳିପାରିନଥିଲା । ଠିକ୍ ସେମିତି କଂଗ୍ରେସ୍ ନେତା ଯୁଦ୍ଧିଷ୍ଟିର ସାମନ୍ତରାୟଙ୍କ ନିରବତା ପାଇଁ ସର୍ବାଧିକ କଂଗ୍ରେସ୍ ଭୋଟ ଯାଇଥିଲା ଭାରତୀୟ  ଜନତା ପାର୍ଟି ଖାତାକୁ । ୨୦୧୪ ମସିହାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଆଶ୍ରିତ୍ ପଟ୍ଟନାୟକ ୧୭ହଜାର ୯୭୯ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୭ ପଚାଂୟତ ନିର୍ବାଚନ ପରେ ସେ ପଦ୍ମ ଧରି ୨୦୧୯ରେ ବିଜେପିରୁ ପାର୍ଥୀ ହୋଇଥିଲେ । ଯେଉଁଥିପାଇଁ ୨୦୧୪ରେ ବିଜେପି ପିପିଲିର ମାତ୍ର ୭ହଜାର ୬୪୮ ଭୋଟ ପାଇଥିବା ବେଳେ ୨୦୧୯ରେ ଆଶ୍ରିତ୍ ପାଇଁ ୭୨ହଜାର ୭୩୧ ଭୋଟ ପାଇଥିଲା ପଦ୍ମ ଦଳ ।

ପ୍ରଦୀପ ମହାରଥୀ ୩୫ ବର୍ଷ ବିଧାୟକ ଥିବା ବେଳେ ତାଙ୍କ ପରେ ବିଜେଡି ଗଡର ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ତାଙ୍କ ସହଯୋଗୀମାନେ । କିନ୍ତୁ ମା-ପୁଅ ଉଭୟଙ୍କ ପାଇଁ ଦୁଇଟି ଗୋଷ୍ଠୀ ଦାବୀଦାର ଥିବାରୁ ବିବାଦର ଅବସାନ ହେଉନି । ଗତ ନିର୍ବାଚନରେ ଯୁବଗୋଷ୍ଠୀଙ୍କୁ ଅଣଦେଖା କରି ମହାରଥୀଙ୍କର ଭୋଟ କମିଥିଲା । ତେଣୁ ଏଥର ଯୁବନେତୃତ୍ୱ ନେବା ପାଇଁ ପୁଅ ରୁଦ୍ର ପ୍ରତାପଙ୍କୁ ମଇଦାନକୁ ଆଣିବାକୁ ଚାହୁଁଛନ୍ତି ଯୁବଗୋଷ୍ଠୀ । କିନ୍ତୁ ଅନୁକମ୍ପା ଭୋଟ କମିିଯିବା ଭୟରେ ରୁଦ୍ରଙ୍କ ବଦଳରେ ପ୍ରତିଭାଙ୍କ ନାଁ ସୁପାରିଶ କରୁଛନ୍ତି ବରିଷ୍ଠ ନେତା ।ଏପରିକି ରୁଦ୍ରଙ୍କ ପ୍ରତି କିଛି ଛାମୁଆ ନେତାଙ୍କ ନୀରବ ସମର୍ଥକ ପରିସ୍ଥିତିକୁ ଗୋଳିଆ କରିଛି ।

କଂଗ୍ରେସରେ ମାଳ ମାଳ ପ୍ରାର୍ଥୀ । ଟିକେଟ୍ ରେସରେ ୪ ଚେହେରା । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରେ ବଢ଼ୁଛି ଆଶାୟୀଙ୍କ ତାଲିକା । ନିକଟରେ ଏନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲେ ବି ନେତୃତ୍ୱ ଚୟନ ହୋଇପାରିନି । ଯାହାକୁ ନେଇ ଦ୍ୱନ୍ଦରେ ଦଳ, ଆଶଙ୍କାରେ କର୍ମୀ । ରେସର ସବୁଠୁ ଆଗରେ ରହିଛନ୍ତି ପିସିସି ମୁଖପାତ୍ର ତଥା ଯୁବନେତା ନିଶୀକାନ୍ତ ମିଶ୍ର । ଲୋକଙ୍କ ସମସ୍ୟା ସହ ଜଡିତ ହୋଇ ସରକାରଙ୍କୁ ଟାର୍ଗେଟ କରୁଥିବା ନିଶୀକାନ୍ତ ଏଥର କଂଗ୍ରେସ ଟିକେଟ ପାଇବେ ବୋଲି ଜୋର ଚର୍ଚ୍ଚା ହେଉଛି । ସେପଟେ ମହିଳା କାର୍ଡ ଖେଳି ନିଜକୁ ପ୍ରମୁଖ ଟିକେଟ ଦାବିଦାର ବୋଲି ଗଣମାଧ୍ୟମକୁ କହିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା ନିରୁପମା ପାତ୍ର । ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଲୋକଙ୍କ ସମସ୍ୟାରେ ନିଜକୁ ସାମିଲ କରି ଟିକେଟ ରେସର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନିରୁପମା । ବିଜେଡି ମହିଳା ପ୍ରାର୍ଥୀ ଦେଲେ ନିରୁପମାଙ୍କ ଟିକେଟ ପକା ବୋଲି କୁହାଯାଉଛି । ତେବେ ଆଶାୟୀ ତାଲିକାରେ ନୈରାଶ୍ୟଜନକ ସ୍ଥାନରେ ଅଛନ୍ତି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ । ଗତ ୧୯ ନିର୍ବାଚନରେ ଦଳ ପାଇଁ ୧୦ ହଜାର ଭୋଟ ଯୋଗାଡ କରି ପାରିନଥିବା ଅଜିତଙ୍କୁ ଟିକେଟ ନଦେବା ପାଇଁ ଜାଣିଶୁଣି ଜିଲ୍ଲା ସଭାପତି ଦାୟିତ୍ୱ ମିଳିଥିବା ଚର୍ଚ୍ଚା ହେଉଛି । ତେବେ ସେ ବି ଟିକେଟ ଦୌଡରେ ଥିବା ବେଳେ ଏବେ ବିଭିନ୍ନ କାର‌୍ୟ୍ୟକ୍ରମରେ ନିଜକୁ ସାମିଲ କରୁଥିବା ଦେଖିବାକୁ ମିଳୁଛି । 

ଅନ୍ୟପଟେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବି ଅଛନ୍ତି ଟିକେଟ ରେସରେ । କୁହାଯାଉଛି ଦଳ ପ୍ରତି ତାଙ୍କର ଆନୁଗତ୍ୟ ଏବଂ ୧୯୯୫ରେ କଂଗ୍ରେସ ବିଜୟ ପଛରେ ତାଙ୍କର ଅବଦାନ ପାଇଁ ଦଳ ଏଥର ଉପନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିପାରେ ।

ବିଜେପି ପାଇଁ ମଧ୍ୟ ଗୋଷ୍ଠୀବିବାଦ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ନିଜ ପାଇଁ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି କିନ୍ତୁ ଦଳ ଭିତରେ ଅନ୍ୟ ଜଣେ ନେତା ନିଜକୁ ପ୍ରାର୍ଥୀ ଭାବେ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି । ତେବେ ଆଶ୍ରିତଙ୍କ ପଛରେ ସମ୍ବିତ ପାତ୍ର ଏବଂ ଶୀର୍ଷ ନେତୃତ୍ୱଙ୍କ ସମର୍ଥନ ଥିବାରୁ ଆଶ୍ରିତ ଟିକେଟ୍ ପାଇ ପାରନ୍ତି । କିନ୍ତୁ ବିଜେଡିର ଟିକେଟ ଘୋଷଣା ପରେ ହିଁ ବିଜେପି ଟିକେଟ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି । 

ଅନ୍ୟପଟେ ପିପିଲି ଉପନିର୍ବାଚନ ନେଇ ବୁଥ ପ୍ରସ୍ତୁତ କରୁଛି ପ୍ରଶାସନ । କରୋନାକୁ ଲକ୍ଷ୍ୟ ରଖି ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି । ୨୦୧୯ ନିର୍ବାଚନରେ ୨୭୦ଟି ବୁଥରେ ମତଦାନ ହୋଇଥିବା ବେଳେ ଉପନିର୍ବାଚନ ପାଇଁ ୭୭ଟି ଅଧିକ ବୁଥ୍ କରାଯାଇ ମୋଟ ୩୫୦ ବୁଥରେ ମତଦାନ ହେବ । ପିପିଲିରେ ୧୬ଟି ଓ ଡେଲାଙ୍ଗରେ ୩୧ଟି ବୁଥ ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି । ପ୍ରତି ବୁଥରେ ୧ହଜାର ଭୋଟର ଭୋଟ ଦେବାର ବ୍ୟବସ୍ଥା ରହିବ । ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ପ୍ରଶାସନ ତରଫରୁ କୁହାଯାଇଛି ।

ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି । ବଦଳିଛି ପିପିଲିର ଚିତ୍ର । ମାତ୍ର ଦେଢ଼ବର୍ଷ ବିଧାୟକ ଭାବେ କ୍ଷମତାରେ ରହି ପରଲୋକରେ ବିଜେଡି ନେତା ପ୍ରଦୀପ ମହାରଥୀ । ବିଗତ ଉପନିର୍ବାଚନର ଟ୍ରେଣ୍ଡ ଦେଖିଲେ ଜଣାଯାଏ ପରଲୋକ ଗତ ନେତାଙ୍କ ପରିବାର ସଦସ୍ୟଙ୍କୁ ମିଳେ ଦଳୀୟ ଟିକେଟ । ଅନୁକମ୍ପାର ଭୋଟ ହାତେଇ ବିଜୟୀ ହୁଅନ୍ତି ପ୍ରାର୍ଥୀ । କିନ୍ତୁ ପିପିଲି ପଲିଟିକ୍ସ ସବୁବେଳେ ନିଆରା । କାରଣ ଏ ମାଟି ହରାଇଛି ପୁରୁଣା ନେତା, ଖୋଜୁଛି ନୂଆ ଚେହେରା । ତେବେ ସମ୍ମାନ ବନାମ ସ୍ୱାଭିମାନ ଲଢ଼େଇରେ କିଏ ବାଜି ମାରୁଛି ଓ କିଏ ଦେଉଛି ଚିତପଟାଙ୍ଗ ତାହା କେବଳ ସମୟ କହିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026

You Might Also Like