ଯାଦବ ଭବନ ବଲାଙ୍ଗିରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
12-Feb-2024
ବଲାଙ୍ଗୀର(ପ୍ରେରଣା) : ବଲାଙ୍ଗିର ଯାଦବ ଭବନ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳ ଯାଦବ ମହାସଭା ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରକୁ ପୌରାଞ୍ଚଳ ସଭାପତି ଶ୍ରୀ ସନ୍ଦୀପ ବାଗ ଉଦଘାଟନ କରିଥିଲେ, ଏହି ଶିବିରରେ ୮୦ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୩୫ଜଣ ରୋଗୀଙ୍କୁ ଅସ୍ତ୍ରପ୍ରଚାର ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ନିଆଯାଇଛି l ନେତ୍ର ଚିକିତ୍ସାଳୟର ସୁଜିତ ଥପା, ଲୋପମୁଦ୍ରା ଭୋଇ,ବିଜୟଲକ୍ଷ୍ମୀ ପଣ୍ଡା ପୌରାଞ୍ଚଳ ଉପଦେଷ୍ଟା ପଙ୍କଜ ସେଲମା, ଦିଗାମ୍ବର ମାଝୀ, ସମ୍ପାଦକ ବସନ୍ତ ଷଣ୍ଡ,କୋଷାଧକ୍ଷ ବାସୁଦେବ ନାଗ,ଦୟାସାଗର ବଗର୍ତ୍ତୀ, ଖରତମଳ ରାଉତ,ସନ୍ତୋଷ ବଗର୍ତ୍ତୀ , ବିଜୟ ବାଗ, ଈଶ୍ୱର ବାଗ, ଦିଲୀପ ବଗର୍ତ୍ତୀ କୃଷ୍ଣ ଚନ୍ଦନ,ରମାକାନ୍ତ ବଗର୍ତ୍ତୀ ,ଜୟଦେବ ଜାଲ, ଆର୍ତତ୍ରାଣ ବାଗ, ରଞ୍ଜନ ବଗର୍ତ୍ତୀ , ଦେବରାଜ ନାଗ, ଖୁସିରାମ ଦୀପ ଓ ମାଲୁ ଷଣ୍ଡ ସହଯୋଗ କରିଥିଲେ l