-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
12-Feb-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ଟିଟିଲାଗଡ଼ ପ୍ରଖଣ୍ଡ ବଜରଙ୍ଗ ଦଳ ର ବନ୍ଧୁ ମିଳନ ବା ବଣଭୋଜି ପାଟଣାଗଡ଼ ଉପଖଣ୍ଡ ଶେଷ ସୀମା ଧୂମାଭଟା ଓ ଟିଟିଲାଗଡ଼ ଶେଷ ସୀମା ଟିକ୍ରାପଡ଼ା ରାସ୍ତା ପାର୍ଶ୍ବ ରେ ଥିବା ସପ୍ତର୍ଶି ମଠ ବା ଖପ୍ରା ଡୁଙ୍ଗୁରି ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଆମର ବଲାଙ୍ଗିର ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦର ସଭାପତି ଶ୍ରୀଯୁକ୍ତ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ। ଏଥିରେ ଟିଟିଲାଗଡ଼ ପ୍ରଖଣ୍ଡ ବଜରଙ୍ଗ ଦଳର ସଂଯୋଜକ ରାଜେଶ ପଟ୍ଟନାୟକ ସହ ସଂଯୋଜକ ମାନସ ଖଣ୍ଡଗିରି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ବନ୍ଧୁମିଳନ ଉତ୍ସବ ରେ ବଲାଙ୍ଗିର ଜିଲ୍ଲା ବେଲପଡା , ମୁରିବହାଲ, ସଇଁତଳା, ତୁରେକେଲା, ଟିଟିଲାଗଡ଼ ର ବଜରଙ୍ଗ ଦଲ ପ୍ରଖଣ୍ଡ ର କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ। ଅତିଥି ମାନେ ହିନ୍ଦୁମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିବା ଏବଂ ହିନ୍ଦୁ ଧର୍ମର ସମସ୍ତ ଦେବଦେବୀ ଙ୍କୁ ସୁରକ୍ଷା ଦେବା ପାଇଁ ସଦସ୍ୟ ମାନଙ୍କୁ ଉପଦେଶ ଦେଇଛନ୍ତି। ହିନ୍ଦୁ ଧର୍ମର ମାଁ କୁହାଯାଉଥିବା ଗାଈ ଗୋରୁ ଆଦି ଙ୍କୁ ସୁରକ୍ଷା ଦେବା ସହ ହିନ୍ଦୁମାନଙ୍କର ଧର୍ମପୀଠ କୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି।