-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||     

HOME   ରାଜ୍ୟ

ଜାତୀୟ କବାଡି ଖେଳାଳି ନମିତା ଓ ସୁନୀତାଙ୍କୁ  ମିଳିଲା ପ୍ରଶିକ୍ଷିକା ଚାକିରି, ଛାତ୍ରଛାତ୍ରୀଙ୍କୁ କବାଡିଖେଳ ତାଲିମ ଦେବେ,ପାଇବେ ୨୫ହଜାର ଲେଖାଏଁ ଦରମା

11-Feb-2024



ବଲାଙ୍ଗୀର(ଦେବାଶିଷ ବହିଦାର): ବଲାଙ୍ଗୀର ଜିଲ୍ଲାର ଦୁଇଜଣ ଜାତୀୟ କବାଡି ଖେଳାଳୀ ନମିତା ଭୋଇ ଓ ସୁନୀତା ମାଝୀଙ୍କୁ ସରକାର କୌଣସି ସହଯୋଗ କରୁନଥିବା ବିଷୟରେ  ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ଓ ପ୍ରଶାରିତ ହୋଇଥିଲା । ଏମାନଙ୍କୁ ପ୍ରୋତ୍ସlହିତ କଲେ ଜୀବନରେ ଆଗକୁ ଉନ୍ନତି କରିପାରନ୍ତେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିଲା । ଏବେ ଶେଷରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନମିତା ଓ ସୁନୀତାଙ୍କୁ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଠାରେ ଥିବା ଏକ ସ୍କୁଲରେ କବାଡି ପ୍ରଶିକ୍ଷିକା ଚାକିରିରେ ନିଯୁକ୍ତି ଦେଇଛି । ଯାହାକି ଖୁସିର ବିଷୟ ବୋଲି ସ୍ୱାଗତ କରାଯାଉଛି । ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଉପସଭାପତି ସଂଜୟ କୁମାର ଜେଠୀ ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ସହିତ ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇଛନ୍ତି । ଶ୍ରୀ ଜେଠୀ କହିଛନ୍ତି ଯେ, ଭୁବନେଶ୍ୱରର ପିପୁଲ୍ସ ଫୋରମ ନାମକ ତାଙ୍କର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ହଳଦିଆଠାରେ ଆର୍ଯ୍ୟଭଟ୍ଟ ଏନସିଏଣ୍ଟ ଏକାଡେମୀ ନାମରେ ନର୍ସରୀରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ଥିବା ଏକ ସ୍କୁଲ ପରିଚାଳିତ ହେଉଛି । ଗତ କିଛିମାସ ତଳେ ସେମାନେ ଗଣମାଧ୍ୟମରୁ ଜାତୀୟ କବାଡି ଖେଳାଳି ନମିତା ଭୋଇ ଓ ସୁନୀତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ସେମାନେ ବଲାଙ୍ଗୀର ଜିଲ୍ଲାପ୍ରଶାସନ ଜରିଆରେ ଉଭୟଙ୍କୁ ଯୋଗାଯୋଗ କରିଥିଲେ । ସେମାନଙ୍କ ଦକ୍ଷତା ଦେଖି ତାଙ୍କୁ ସ୍କୁଲରେ କବାଡି ପ୍ରଶିକ୍ଷିକା ଭାବରେ ନିଯୁକ୍ତି ଦେବାକୁ ପ୍ରସ୍ତାବ କରାଯାଇଥିଲା । ଏବେ ସେମାନଙ୍କୁ ନେଇ ନିଯୁକ୍ତି ଦିଆଯାଉଛି ବୋଲି ସଂଜୟ ଜେଠୀ କହିଛନ୍ତି । ସେପଟେ ଏହି ଦୁଇ ଜାତୀୟ ଖେଳାଳୀଙ୍କୁ କୌଣସି ପ୍ରକାରେ ସ୍ୱାବଲମ୍ବୀ କରିବାକୁ ପ୍ରଶାସନ ଚେଷ୍ଟିତ ଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏମାନଙ୍କୁ ସେହି ସ୍କୁଲରେ ପ୍ରଶିକ୍ଷିକା ହେବାକୁ ସୁଯୋଗ ମିଳିଛି ବୋଲି ବଲାଙ୍ଗୀର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା କହିଛନ୍ତି । ସେମାନଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏଁ ଦରମା ଦିଆଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ପ୍ରକାଶ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଗମ୍ଭାରୀଗୁଡା ଗାଁର ନମିତା ଭୋଇ ଓ ନୂଆପଡା ପଞ୍ଚାୟତର ତାଣ୍ଡିଗାଁର ସୁନୀତା ମାଝୀ ସଇଁତଳା ଆଶ୍ରମ ସ୍କୁଲରେ ପାଠ ପଢୁଥିବା ବେଳେ ଜାତୀୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗନେଇଥିଲେ । ୨୦୧୪-୧୫ ମସିହାରେ ସ୍କୁଲସ୍ତରୀୟ ଜାତୀୟ କବାଡିଟିମରେ ନମିତା କ୍ୟାପଟେନ ଥିବା ବେଳେ ସୁନୀତା ଜଣ ସହଯୋଗୀ ଖେଳାଳୀ ଭାବରେ ସାମିଲ ଥିଲେ । ସେତେବେଳେ ଏମାନେ ତାଙ୍କ ଟିମକୁ ବିଜୟୀ କରାଇ ଓଡିଶାର ଗୌରବ ବଢାଇଥିଲେ । ଏହି ଦୁଇଜଣ ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଓ ପରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଖୁବ ନାଁ କରିଥିଲେ ।  ନମିତା ମାଟ୍ରୀକ ପରେ ସୋନପୁର ଜିଲ୍ଲା ଚାରଭଟା ସେକେଣ୍ଡାରୀ ସ୍କୁଲରେ ଯୁକ୍ତଦୁଇ ପାଠ ପଢିଥିଲେ । ସୁନୀତା ମଧ୍ୟ ତେତେଲଖୁଣ୍ଟି କଲେଜରେ ଯୁକ୍ତଦୁଇ ପାଠ ପଢିଥିଲେ । କିନ୍ତୁ ଅର୍ଥାଭାବରୁ ଆଗକୁ ଆଉ ପାଠ ପଢିପାରିନଥିଲେ । ସରକାରୀ ପ୍ରୋତ୍ସାହନ ଅଭାବରୁ ଦୁଇଟି ପ୍ରତିଭା ମଉଳି ଯିବାକୁ ବସିଥିବା ବେଳେ ଏବେ ପିପୁଲ୍ସ ଫୋରମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏମାନଙ୍କୁ ନିଯୁକ୍ତିଦେଇ ପ୍ରୋତ୍ସାହିତ କରିଛି । ଆଗକୁ ଏମାନଙ୍କ ଭବିଷ୍ୟତ ଉଜ୍ଜଳ ହେବ ବୋଲି ଆଶା କରାଯାଉଛି । ପ୍ରକାଶ୍ୟ ଯେ, ନମିତାକୁ ଚଳିତବର୍ଷ ପ୍ରଗତିବାଦୀ ଖବରକାଗଜ ପକ୍ଷରୁ ବାର୍ଷିକୋତ୍ସବ ସମୟରେ ପ୍ରଦ୍ୟୁମ୍ନବଳ ଯୁବ ପ୍ରତିଭା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026

You Might Also Like