-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||     

HOME   ଜିଲ୍ଲା

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱୟ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

11-Dec-2023



ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ ): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ  ଠାରେ ଥିବା ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରସିଦ୍ଧ ହରିଶଙ୍କର ପୀଠରୁ ପୂଜାର୍ଚ୍ଚନା କରି ଏକ ମଶାଳ ଶୋଭାଯାତ୍ରା କରାଯାଇଥିବା ବେଳେ ଏଥିରେ ଅତିଥି, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ। ଖପ୍ରାଖୋଲ ଠାରେ ରାସ୍ତା ର ଦୁଇ ପାର୍ଶ୍ୱରେ ଛାତ୍ରଛାତ୍ରୀ ଛିଡ଼ା ହୋଇ ମଶାଳକୁ ସ୍ବାଗତ ଜଣାଇଥିଲେ। ଖପ୍ରାଖୋଲ ର ଇଷ୍ଟଦେବୀ ମାଁ ଡୁମେରତଳେନ ଠାରେ

ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିଥିଲେ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ବିଧାୟକ ତଥା ଓଡ଼ିଶାର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। କଲେଜ ର ଅଧ୍ୟକ୍ଷ ବଲଭଦ୍ର ଦାଶ ସଭାପତିତ୍ବ କରି ସ୍ବାଗତ ଭାଷଣ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ନିରୁପମା ପଟେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୀନକେତନ ବରହା ଯୋଗ ଦେଇଥିବାବେଳେ ପାଟଣାଗଡ଼ ଜବାହରଲାଲ କଲେଜର ଅବସରପ୍ରାପ୍ତ ପ୍ରଫେସର ଅରୁଣ ପଟ୍ଟନାୟକ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ବହୁ ପ୍ରଶଂସା କରିବା ସହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ରେ ଭାଗ ନେବାପାଇଁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ବିଧାୟକ ଖପ୍ରାଖୋଲ ଠାରେ ମଡେଲ ଡିଗ୍ରୀ କଲେଜ୍ ଖୋଳିବା ସହିତ ବିଦ୍ୟାଳୟ ର ଉନ୍ନୟନ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅର୍ଥନୀତି ବିଭାଗ ଅଧ୍ୟାପିକା ମଧୁସ୍ମିତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ରାଜେଶ ବେହେରା ଏବଂ ଛାତ୍ରୀ ଜ୍ୟୋତିର୍ମୟୀ ସେଲମା ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆବହନୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟ ପ୍ରତିଷ୍ଠା ରେ ଅବଦାନ ରହିଥିବା ତଥା କମିଟି ର ପୂର୍ବତନ କର୍ମକର୍ତ୍ତା ତଥା ସଦସ୍ୟ ସର୍ବଶ୍ରୀ ନବୀନ କୁମାର ବେହେରା, ନିରାକାର ବାରିକ, ଗୋବିନ୍ଦ ଚନ୍ଦ୍ର ବାରିକ, ବୃନ୍ଦାବନ ବାରିକ,ଟିକେମଣୀ ବାରିକ, ପ୍ରମୋଦ କୁମାର ବାରିକ, ବଲରାମ ବାରିକ,ପ୍ରତିମା ବାରିକ, ସୁଷମା ବାରିକ ଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଓପଢୌକନ ଦିଆଯାଇଥିଲା।ପରେ

ମୁଖ୍ୟ ଅତିଥି କ୍ରୀଡା ପତାକା ଉତ୍ତୋଳନ କରିବା ସହିତ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ସୁନନ୍ଦା ଭୋଇ,ମୀନା ସାହୁ, ଜନାର୍ଦ୍ଦନ ସୁନା, ନନ୍ଦ କିଶୋର ବାଗ,ନିରୋଜ ବାରିକ,ଗୁଣମଣୀ ସାହୁ, ବାଳକୃଷ୍ଣ ପୁଞ୍ଜି, ଅର୍ଜୁନ ହାତୀ, ଗୌରୀ ହଂସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ନୋଡାଲ ଅଫିସର୍ ପ୍ରଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026

You Might Also Like