-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
10-Dec-2023
କର୍ଲାମୁଣ୍ଡା-( ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ସ୍ଥିତ ଚିନା ବାଡ଼ି ପଡିଆ ଠାରେ ରବିବାର କର୍ଲାମୁଣ୍ଡା ଫୁଟବଲ ଟିମ ପକ୍ଷରୁ ଚତୁର୍ଥ କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ରାଜେଶ ପ୍ରସାଦ ହିଆଁଲ,ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ପଂଚାୟତ ନାଏବ ସରପଞ୍ଚ ରାଧେଶ୍ୟାମ ବାଗ,ଆୟୋଜକ କମିଟି ର ସଭାପତି ଡୁଲାମଣି ଭୋଇ, ସମ୍ପାଦକ ଦୁର୍ଲ୍ଲଭ ମେହେର, ସାମ୍ବାଦିକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ, ତେବେ ଉଦଘାଟନୀ ମ୍ୟାଚ ଟି ଚିଚର୍ଲା ଓ ଜରାସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ନିର୍ଦ୍ଧାରିତ ସମୟ ରେ ଚିଚର୍ଲା ଦଳ ୧/ ୦ ରେ ବିଜୟୀ ହୋଇଥିଲା।ଖେଳ ପରିଚାଳନା ରେ ରେଫରି ଭାବେ ଚଞ୍ଚଳ ମାଝୀ, ରାଜେଶ କୁମାର, ବିଶେଶ୍ୱର ପଧାନ ଖେଳ ପରିଚାଳନା କରିଥିଲେ। ଫୁଟବଲ ଟିମ ସଦସ୍ୟ ନୀଳମାଧବ ଭୋଇ, ବିରେନସାହୁ,ଅନିଲସାହୁ, ମୁକେଶ କୁମାର ସାହୁ, ସଲଟିବଗର୍ତ୍ତି, ସୀତୁସାହୁ, ବିରୁସାହୁ, ବବଲୁସାହୁ, ଜିତସାହୁ, ବିପିନସାହୁ, ମଣିମେହେର,ନମିତ ସୁନା , ରାଜା ସାହୁ,ତପନ ଛତ୍ରୀଆ ,ଅଭିଷେକ ସାହୁ,ଟୁନା ସାହୁ ପ୍ରମୁଖ ସହଯୋଗ କରିଥିଲେ। ସୋମବାର ହେବାକୁ ଥିବା ମ୍ୟାଚ ଟି ସୋନପୁର ଓ ବୌଦ୍ଧ ମଧ୍ୟରେ ହେବାକୁ ଥିବା ଆୟୋଜକ କମିଟି ମ୍ୟାନେଜର ମୁକେଶ କୁମାର ସାହୁ ସୂଚନା ଦେଇଛନ୍ତି