-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
05-Dec-2023
ନବରଙ୍ଗପୁର(ମିହିର ଶଙ୍କର ପାତ୍ର),ଡାବୁଗାଁ ଆୟପ୍ପା ଗୁରୁ ସ୍ଵାମୀ ପ୍ରକାଶଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ଆୟପ୍ପା ସ୍ଵାମୀ ମାନଙ୍କ ଦ୍ଵାରା ଆମ୍ବଲମ ପୂଜା ଓ ଦୀପଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଠାକୁରଙ୍କ ସାଜ୍ଜସଜ୍ଜା ମଣ୍ଡପ ବେଶ୍ ଚିତାକର୍ଷକ ହୋଇ ଥିବା ବେଳେ ଆଲୋକ ମାଳାରେ ବହୁତ ସୁନ୍ଦର ହୋଇ ଉଠିଥିଲା l
ଏହି ଅବସରରେ ଉମରକୋଟ ରୁ ଆୟପ୍ପା ସ୍ଵାମୀମାନେ ଷାଠିଏ ଜଣ, ଡାବୁଗାଁର ଆୟପ୍ପା ସ୍ଵାମୀ ୧୭ ଜଣ, ପାପଡାହାଣ୍ଡିର ଆୟପ୍ପା ସ୍ଵାମୀ ୧୦ ଜଣ ଏପରି ମୋଟ ୮୭ ଜଣ ଆୟପ୍ପା ସ୍ଵାମୀ ମାନେ ଭଜନର ତାଳେ ତାଳେ ଖାଲି ପାଦରେ ଆୟପ୍ପା ସ୍ଵାମୀଙ୍କ ସ୍ଲୋଗାନ ଦେଇ ମା ଠାକୁରାଣୀ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରାଇ ଦୀପ ଜଳାଇ, ବାଣ ଫୁଟାଇ ନିଜ ନିଜ ହାତରେ ଦୀପ ଧରି ମଣ୍ଡପ ନିକଟକୁ ଆସିଥିଲେ, ମଣ୍ଡପର ଫାଟକ ପାଖରେ ସ୍ଵାମୀ ମାନଙ୍କ ପଦ ଧୌତ କରି ଗାମୁଛାରେ ପୋଛି ମଣ୍ଡପ ପାଖକୁ ଛାଡିଥିଲେ l
ମଣ୍ଡପରେ ପୂଜାର୍ଚ୍ଚନା ସହ ଭଜନ ସମାରୋହ ରେ ସମସ୍ତ ଆୟପ୍ପା ସ୍ଵାମୀ ମାନେ ମନ ଆନନ୍ଦରେ ନାଚି ଉଠିଥିଲେ l ଉକ୍ତ ସ୍ଥାନ ଭକ୍ତିମୟ ପରିବେଶ ସୃଷ୍ଟି କରି ଉପସ୍ଥିତ ପୁରୁଷ ଓ ମହିଳା ମାନଙ୍କୁ ଭକ୍ତି ରେ ମଜ୍ଜାଇ ଦେଇଥିଲେ l ବିଶେଷ ଆକର୍ଷଣ ଥିଲା ଉମରକୋଟ ଆୟାପା ସ୍ଵାମୀ ମାନଙ୍କ ଉକ୍ତ ଆମ୍ବଲମ ପୂଜା ଓ ଦୀପ ଯାତ୍ରାରେ ସ୍ଵାମୀ ଗୌତମ ସେଠୀଙ୍କ ଦଶ ବର୍ଷର ଝିଅ ପାୟଲ ଆୟାପ୍ପା ସଙ୍ଗୀତରେ ବେଶ୍ ସୁନ୍ଦର ନାଚ ନାଚି ସମସ୍ତ ଆୟାପ୍ପା ସ୍ଵାମୀ ମାନଙ୍କୁ ଆନନ୍ଦିତ କରାଇଥିଲେ l ସମସ୍ତ ଶ୍ରଦ୍ଧାଳୁ ଭକ୍ତ ପୁରୁଷ ଓ ମହିଳା ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l କାର୍ଯ୍ୟକ୍ରମ ରାତ୍ର ୧୦ ଘଣ୍ଟା ୩୦ ମିନିଟ ରେ ଶେଷ ହୋଇ ଥିଲା, ପରେ ସ୍ଵାମୀ ମାନେ ପ୍ରସାଦ ସେବନ କରିଥିଲେ l