-+91-9937148622 |
prerana_bgr@rediffmail.com |
Tuesday 17th September 2024 |
R.N.I. Regd No. ODIODI/2010/46693
Breaking News
05-Dec-2023
ସାଲେଭଟା(ପ୍ରେରଣା ଖବର): ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କଲ ଠାରେ ଏକ ଦିବସୀୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ସଂପର୍କିତ ଫଳ ଓ ପନିପରିବା ପ୍ରଦର୍ଶନୀ ଆୟୋଜିତ ହୋଇଯାଛି। ସ୍କୁଲର ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ସଭାପତିତ୍ୱରେ ଆୟୋଜିତ ହୋଇ ଥିବା ପ୍ରଦର୍ଶନୀକୁ ସ୍କୁଲ ଚେୟାରମ୍ୟାନ ବିପିନ ସାହୁ ଶୁଭ ଉଦଘାଟନ କରିଥିଲେ ।
ବିଦ୍ୟାଳୟର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ନିଜ ନିଜ ଘରବାଡି ଓ ଗାଁରେ ମିଳୁଥିବା ଫଳ,ଓ ପନିପରିବା ସଂଗ୍ରହ କରି ପ୍ରଦର୍ଶନୀରେ ସାମିଲ କରିଥିଲେ । ଗ୍ରାମାଂଚଳରେ ଉତ୍ପାଦିତ ହେଉଥିବା ତଥା ବାହାର ଅଂଚଳରେ ଉପଲବଧ ହେଉଥିବା ଫଳ ଓ ପନିପରିବା ବିଷୟରେ ପ୍ରତ୍ୟକ୍ଷ ଭାବରେ ଜ୍ଞାନ ଆହରଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଏଫଏଲଏନ ଶିକ୍ଷୟତ୍ରୀ ପିଙ୍କି କର୍ଣ୍ଣ ପରିଚାଳନା କରିଥିଲେ ।
ସିଆରସିସି ସାଲେଭଟା ସଦାନନ୍ଦ ଭୋଇ, ଶିକ୍ଷକ ଗୋବିନ୍ଦ ସାହୁ, ଦିଲ୍ଲୀପ କୁମାର ଥନାପତି, ମଂଟେସ କୁମାର ସାହୁ, ସବ୍ୟସାଚୀ ସେଠ, ମାତୃକମିଟୀ ସଦସ୍ୟା ଶାନ୍ତିଲତା ସାହୁ, ବିଷୟା ପଧାନ, ଉପାସୀ ପଧାନ, ଶବ୍ୟା ଥନାପତି, ବିମଳା ଠାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସ୍କୁଲର ସମସ୍ତ ଅଭିଭାବକ ଅଭିଭାବିକା ବୃନ୍ଦ ଏହି ଅଭିନବ ପ୍ରଦର୍ଶନୀ କୁ ବୁଲି ଦେଖି କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ ।