-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
25-Sep-2023
ବଲାଙ୍ଗିର :ଆଜି ସଂଧ୍ୟା ୬ ଘଟିକା ସମୟରେ ଶିବତଲା ଦୁର୍ଗାଛକ ରେ ମନୋଜ ପାଣ୍ଡେଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ସମସ୍ତ ଦୁର୍ଗାପୂଜା କମିଟିର ସଦସ୍ୟଙ୍କ ନିଷ୍ପତ୍ତି କ୍ରମେ ଦୁର୍ଗାପୂଜାର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ମିକଶ୍ଚର ରାମଲୀଳା, ବୈଠକ କୀର୍ତ୍ତନ ଓ ଅନ୍ଧ ମାନଙ୍କ ଭଜନ ସମାରୋହ ସ୍ଥାନ ପାଇବ । ଚଳିତ ଦୁର୍ଗାପୂଜାରେ ନୂତନ ସଭାପତି ଭାବରେ ଶ୍ରୀଯୁକ୍ତ ଲୋକନାଥ ବେହେରା ଓ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ନୀଳମାଧବ ସାହୁଙ୍କୁ ମନୋନୀତ କରାଯାଇଛି। ଉକ୍ତ ବୈଠକରେ ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ଛବିଳ ପୂଜାରୀ,ନାଏବ ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ମେହେର, ହେମସାଗର ମାଝୀ, ଜଗବନ୍ଧୁ ରଣା, ନବୀନ ସାହୁ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେl