-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ରାଜ୍ୟ

ବଲାଙ୍ଗିର ଜିଲ୍ଲାରେ ପୁରୁଷ ହକି ବିଶ୍ଵ କପ ଟ୍ରଫି କୁ ବିପୁଳ ସ୍ଵାଗତ

02-Jan-2023



ବଲାଙ୍ଗିର(ପ୍ରେରଣା ଖବର) ଏଫ. ଆଇ. ଏଚ ପୁରୁଷ ବିଶ୍ଵ କପ ହକି ଟ୍ରଫି କୁ ଆଜି ବଲାଙ୍ଗିର ଜିଲ୍ଲାରେ ସାଂସ୍କୃତିକ କାର୍ଯକ୍ରମ ,ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ଵାଗତ କରାଯାଇଛି । ବଲାଙ୍ଗିର ନୂଆପଡା ସୀମାନ୍ତବର୍ତ୍ତୀ ଗ୍ରାମ ଭାଲୁମୁଣ୍ଡା ଠାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ  ଭବ୍ୟ ସ୍ଵାଗତ ପରେ ଜିଲ୍ଲାରେ ଟ୍ରଫି ଟୁର କାର୍ଯକ୍ରମ

ଆରମ୍ଭ ହୋଇଥିଲା । ପରେ ଟ୍ରଫି ବଙ୍ଗୋମୁଣ୍ଡା ,ଟିଟିଲାଗଡ ,ସଇଁତଳା ,ଦେଓଗାଁ ବାଟ ଦେଇ ବଲାଙ୍ଗିର ସହର ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ପହଞ୍ଚିଥିଲା । ଟ୍ରଫି କୁ  ବଙ୍ଗୋମୁଣ୍ଡା ,ଟିଟିଲାଗଡ ,ସଇଁତଳା ,ଦେଓଗାଁ ଠାରେ ସ୍ଥାନୀୟ ପ୍ରଶାସନ ,ଜନ ପ୍ରତିନିଧି ,ବିଭିନ୍ନ ଅନୁଷ୍ଠାନ ତଥା ଜନସାଧାରଣ ଙ୍କ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଟ୍ରଫି କୁ ଏକ ବାଇକ ରାଲି ଦ୍ଵାରା ଆରଟିଓ ଛକ ରୁ କୋଶଳ କଳା ମଣ୍ଡଳ ପଡିଆ ପର୍ଯ୍ୟନ୍ତ ଅଣାଯାଇଥିଲା ।  କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ,ପୌର ପରିଷଦ ଅଧ୍ୟକ୍ଷ୍ୟା ଲିକା ସାହୁ ,ଜିଲ୍ଲାପାଳ ଚଞ୍ଚଳ ରାଣା ,ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ପ୍ରମୁଖ ସ୍ଵାଗତ କରିଥିଲେ । ପରେ  କୋଶଳ କଳା ମଣ୍ଡଳ ପଡିଆ ଠାରୁ ଘଣ୍ଟବାଦ୍ୟ ,ଦୁଲଦୁଳି ଆଦି ବାଦ୍ୟଦଳ ସହ ବିରାଟ ପଟୁଆରରେ ଗାନ୍ଧୀ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯାଇଥିଲା ।  ଗାନ୍ଧୀ ଷ୍ଟାଡିୟମ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ,ଲୋଇସିଂହ। ବିଧାୟକ ଡ଼ ମୁକେଶ ମହାଲିଙ୍ଗ , ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ,ପୌର ପରିଷଦ ଅଧ୍ୟକ୍ଷ୍ୟା ଲିକା ସାହୁ ,ଜିଲ୍ଲାପାଳ ଚଞ୍ଚଳ ରାଣା ,ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ୧୮୯ ବାଟାଲିଆନ ସିଆରପିଏଫ ର କମାଣ୍ଡେଣ୍ଟ ପବନ କୁମାର ତିୱାରି ,ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ ,ଡିଏଫଓ ନିତୀଶ କୁମାର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଓ ଅନୁଷ୍ଠାନ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ପୂର୍ବତନ ଆନ୍ତର୍ଜାତିକ ଆଥଲେଟ ଆନନ୍ଦିନୀ ଦର୍ଜି ,ପୂର୍ବତନ ଜାତୀୟ ଭଲିବଲ ଖେଳାଳି ଅନୁପ କୁମାର ସାହୁ , ଜୁନିଅର ଜାତୀୟ ଭଲିବଲ ଖେଳାଳି କୁମାରୀ ରଶ୍ମିତା ଦୀପ ,ଖେଲୋ ଇଣ୍ଡିଆ ସିଲଭର ମେଡାଲିଷ୍ଟ ସୁହାନି ଗୁରହାଣ୍ଡି ,ଜାତୀୟ ଫୁଟବଲ ଖେଳାଳି ସୁଧାଂଶୁ ସେଠ , ଜାତୀୟ ଫୁଟବଲ ଖେଳାଳି ଅଭିମନ୍ୟୁ ପାଣ୍ଡେ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ପୁରୁଷ ବିଶ୍ଵ କପ ହକି ଟ୍ରଫି ଟୁର କାର୍ଯକ୍ରମ ଉପଲକ୍ଷେ ଆଜି ସକାଳେ ଏକ ମିନି ମାରାଥନ ର ଆୟୋଜନ କରାଯାଇଥିଲା । ମାରାଥନ ଗାନ୍ଧୀ ଷ୍ଟାଡିୟମ ରୁ ବାହାରି ଲିଟିଲ ଫ୍ଲାୱାର ସ୍କୁଲ ପର୍ଯ୍ୟନ୍ତ ଯାଇ ପୁଣି ଗାନ୍ଧୀ ଷ୍ଟାଡିୟମ କୁ ଫେରିଥିଲା । ତିନୋଟି ବର୍ଗରେ ଅନୁଷ୍ଠିତ ଏହି ମିନି ମାରାଥନ ରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ସମ୍ମାନିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ପୁରୁଷ ବିଶ୍ଵ କପ ହକି ଟ୍ରଫି ଟୁର କାର୍ଯକ୍ରମ ଉପଲକ୍ଷେ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ହକି ଖେଳ ବିଷୟ ବସ୍ତୁ ଉପରେ ଆଧାରିତ ଏକ କୁଇଜ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା ।ପରେ ସେଠାରେ ବଚପନ ଓ ଏକାଡେମିକ ହାଇଟ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ  ଓ ପଞ୍ଚମ ଅନୁଷ୍ଠାନ ବଲାଙ୍ଗିର ର କଳାକାର ମାନଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।   ପୁରୁଷ ବିଶ୍ଵ କପ ହକି ଟ୍ରଫି ଟୁର କାର୍ଯକ୍ରମ ଉପଲକ୍ଷେ ଆଜି ଆପରାହ୍ନ ରେ ଅମାମୁଣ୍ଡା ବନାମ କାଲସଇପାଳି ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଅମାମୁଣ୍ଡା ଦଳ ବିଜୟୀ ହୋଇ ବିଜେତା ଟ୍ରଫି ହାସଲ କରିଥିଲେ । ସେହିପରି ଟାଉନ ହାଇସ୍କୁଲ ବନାମ ପି ଆର ହାଇସ୍କୁଲ ମଧ୍ୟରେ ଏକ ହକି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଉନ ହାଇସ୍କୁଲ ବିଜୟୀ ହୋଇ ବିଜେତା ଟ୍ରଫି ହାସଲ କରିଥିଲେ । ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବ କୁ ବଲାଙ୍ଗିର ତହସିଲଦାର ଡ଼

ପୁଷ୍ପାଞ୍ଜଳି ପଣ୍ଡା ଓ ଡେପୁଟି କଲେକ୍ଟର ସୋନିଆଶ୍ରୀ ମଲ୍ଲିକ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି ସମସ୍ତ କାର୍ଯକ୍ରମ ରେ ବଲାଙ୍ଗିର ସହରର ବିଭିନ୍ନ ସଂଗଠନ ର କର୍ମକର୍ତ୍ତା , ଗଣମାଧ୍ୟମ ର ପ୍ରତିନିଧି ,ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ,ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ତଥା ବଲାଙ୍ଗିର ର ଜନସାଧାରଣ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like