-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ରାଜ୍ୟ

ଗାନ୍ଧୀ ଷ୍ଟଡିୟମର ଜିଲ୍ଲା ବାର୍ଷିକ କ୍ରୀଡା ଉଦ୍‌ଯାପିତ

22-Dec-2022



ବଲାଙ୍ଗିର(ପ୍ରେରଣା ଖବର)- ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୧୪୦୦ ରୁ ଉର୍ଦ୍ଧ୍ୱ କ୍ରୀଡାବିତ୍ ଙ୍କୁ ନେଇ ୨୦, ୨୧ ଦୁଇ ଦିନ ଧରି ଚାଲିଥିବା ୫୧ତମ ଜିଲ୍ଲା ବାର୍ଷିକ କ୍ରୀଡା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ସଂସଦର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାରଙ୍କ ଅଧ୍ୟକ୍ଷତା ତଥା ସାଧାରଣ ସଂପାଦକ ହରିନାରାୟଣ ପୂଜାରିଙ୍କ ଆବାହକତ୍ୱ ଓ କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦ୍‌ଯାପନି ପର୍ବରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ଫୁଟବଳ ଖେଳାଳି ରମାକାନ୍ତ ସେଠ ଭାବେ ଯୋଗଦାନ କରିଥିଲେ । ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଅତିଥି ପରିଚୟ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚାସିନ ଥିଲେ ଅନ୍ୟତମ ଯୁଗ୍ମ ସଂପାଦକ ଶତୃଘନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଜୟରାମ ମିଶ୍ର, ସୁଧିର ଚନ୍ଦ୍ର ପଣ୍ଡା, ଡା. ସିଦ୍ଧେଶ୍ୱର ମିଶ୍ର, ରବୀନ୍ଦ୍ର ମିଶ୍ର, ରାଜେନ୍ଦ୍ର ପୁରୋହିତ ଓ ସଦାନନ୍ଦ ନାଏକ । ରିଜର୍ଭ ପୋଲିସ ବ୍ୟାଣ୍ଡ ପାର୍ଟି ର ସହଯୋଗରେ ଏବଂ ଅବସରପ୍ରାପ୍ତ ବରିଷ୍ଠ କ୍ରୀଡା ଶିକ୍ଷକ ସୁନିଲ କୁମାର ବିଶ୍ୱାଲ ତଥା ଶ୍ରୀଧର ବଢିଆ ଙ୍କ ତତ୍ତ୍ୱାବଧାନରେ କ୍ରୀଡାବିତ୍‌ମାନେ ମାର୍ଚ୍ଚଫାଷ୍ଟରେ ଆସି ଫ୍ଲେଗ୍‌ଷ୍ଟାଫ୍ ସମ୍ମୁଖରେ ଉପସ୍ଥିତ ହୋଇ କ୍ରୀଡାଧ୍ୱଜକୁ ସମ୍ମାନପୂର୍ବକ ଅବତରଣ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଧ୍ୱଜ ଅବରୋହଣ ପରେ ଉତ୍ସବର ପରିସମାପ୍ତି ଘୋଷିତ ହେଲା । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଅବସରପ୍ରାପ୍ତ ଅଭିଜ୍ଞ କ୍ରୀଡା ଶିକ୍ଷକମାନେ ଯଥା ଶ୍ରୀଧର ବଢିଆ, ଶୁଭ୍ରାଂଶୁ ଅମାତ, ପଦ୍ମଚରଣ ଦାଶ, ରାଜନନ୍ଦିନୀ ବହିଦାର, ହୃଷିକେଶ ସାଏ ଓ ପ୍ରଭାତ କୁମାର ଦାଶ କ୍ରୀଡା ପରିଚାଳନାର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ । ବିଜୟ ତ୍ରିପାଠି, ମାଧୁରି ପଣ୍ଡା, ଆକାଂକ୍ଷା ମିଶ୍ର ପ୍ରମୁଖ କ୍ରୀଡାବତ୍‌ମାନଙ୍କ ନାମ ପଞ୍ଜିକରଣ ତଥା ଖେଳ ପରିଚାଳନାରେ ସହଯୋଗ କରିଥିବା ବେଳେ ହରେକୃଷ୍ଣ ନାଏକ ଇଭେଣ୍ଟସ୍ ଗୁଡିକ ସମ୍ପର୍କରେ ଖେଳାଳିମାନଙ୍କୁ ସୂଚନା ପ୍ରଦାନ କରୁଥିଲେ । ଅବଦୁଲ ମୁଜିବ୍ , ହେମନ୍ତ ପଧାନ, ଶରତ ନନ୍ଦ ଏବଂ ୫୦ ରୁ ଉର୍ଦ୍ଧ୍ୱ କ୍ରୀଡା ଶିକ୍ଷକମାନଙ୍କ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂସଦ ର ବରିଷ୍ଠ ସଭ୍ୟ ନବୀନ ବହିଦାର, ଶିଶିର ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ଫାଇନ ରାଉଣ୍ଡରେ ସମାପ୍ତ ସବୁ ଇଭେଣ୍ଟର କୃତି ପ୍ରତିଯୋଗୀଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ ରେ ସମ୍ମାନିତ କରାଯାଇଥିଲା । 
    ପୁରୁଷ ୨୦୦ମି. ରେ ଭକ୍ତ ପୋଡ, ଡିସକସ ଥ୍ରୋରେ ମହାଦେବ ସା, ୮୦୦ମି. ରେ ଦିନେଶ ମାଝି । ବାଳକ ୨୩ ବର୍ଗ ୧୦୦ମି.ରେ ହେମନ୍ତ ସେଠ, ଲଙ୍ଗଜମ୍ପରେ ବିକାଶ ଦଲାଇ, ସର୍ଟଫୁଟରେ ସୁରଜ ପୁରୋହିତ, ୫୦୦୦ମି. ରେ ସଂଜିବ ନାଏକ, ୧୦୦୦୦ମି. ରେ ଚକ୍ରଧର ସାହୁ, ୮୦୦ ମି.ରେ ସଞ୍ଜିବ କୁମାର ନାଏକ, ବାଳକ ୨୦ ବର୍ଗ ୧୦୦ମି. ରେ ସିଦ୍ଧାର୍ଥ ଆଚାର୍ଯ୍ୟ, ଲଙ୍ଗଜମ୍ପରେ ମିଲନ ବେହେରା, ଜେଭେଲିନ୍ ରେ ଆୟୁଷ ରଂଜନ, ହେମର ଥ୍ରୋ ଅରିଜିତ ହନୁମାନ, ୫୦୦୦ମି. ରେ ଧବଳେଶ୍ୱର ବାଗ, ୧୦୦୦୦ମି. ରେ ହୃଦାନନ୍ଦ ଦ୍ୱାରି, ୮୦୦ମି. ରେ ସ୍ୱାଗତ କୁମାର ସା, ଡିସକସ ଥ୍ରୋ ରେ ରୋହିତାଶ୍ୱ ବାରିକ, ବାଳକ ୧୮ ବର୍ଗ ୧୦୦ ମି. ରେ ଚିନ୍ମୟ ବାଗ, ୩୦୦୦ମି. ରେ ପ୍ରଶାନ୍ତ ଭୋଇ, ଟ୍ରିପଲ ଜମ୍ପରେ ପ୍ରେମ ପ୍ରକାଶ ପଟେଲ, ଲଙ୍ଗଜମ୍ପରେ ରତ୍ନମୟ ବିଶ୍ୱାଲ, ସର୍ଟଫୁଟରେ ଧରଣୀ ନାଗ, ହାଇଜମ୍ପରେ ରତ୍ନମୟ ବିଶ୍ୱାଲ, ଜେଭେଲିନରେ ଶୁଭମ ନାଏକ, ୮୦୦ ମି. ରେ ଅମନ କୁମାର ମାଝି, ବାଳକ ୧୬ ବର୍ଗ ୧୦୦ମି. ରେ ସ୍ୱାଭିମାନ ନନ୍ଦ, ୨୦୦୦ମି. ରେ ପ୍ରହଲ୍ଲାଦ ଖମାରୀ, ହାଇଜମ୍ପରେ ଲିଙ୍ଗରାଜ ନାଗ, ସର୍ଟଫୁଟରେ ସାହିଲ ବାଗ, ଜେଭେଲିନ୍ ରେ ପ୍ରଶନ୍ନ ଅଗ୍ରୱାଲ, ଡିସକସରେ ସୌମ୍ୟ ରଂଜନ ବିଶ୍ୱାଲ, ବାଳକ ୧୪ ବର୍ଗ ୬୦ମି.ରେ ପ୍ରୟାଗ ହୋତା, ୬୦୦ ମି. ରେ ସତିଶ ରଂଜନ ବାଗ, ମହିଳା ୨୦୦ ମି. ରେ ଗାୟତ୍ରି ଧରୁଆ, ସର୍ଟଫୁଟରେ କ୍ରୀଷ୍ଣାମୟୀ ଭାନସଲ, ବାଳିକା ୨୩ ହାଇଜମ୍ପରେ ଟିକେଶ୍ୱରୀ ଭୋଇ, ଜେଭେଲିନରେ ରଞ୍ଜୁ ଭୋଇ, ୮୦୦ ମି.ରେ କମଳିନୀ ମହାନ୍ତି, ବାଳିକ ୨୦ ବର୍ଗ ୨୦୦ ମି. ରେ ନିକିତା ମହାକୁର, ୪୦୦ମି.ରେ ଅର୍ପିତା ମିଶ୍ର, ସର୍ଟଫୁଟରେ ଶ୍ରଦ୍ଧାଞ୍ଜଳି ମିଶ୍ର, ୮୦୦ ମି.ରେ ଅଞ୍ଜଳି ମିର୍ଦ୍ଧା, ବାଳିକା ୧୮ ବର୍ଗ ୪୦୦ ମି. ରେ ଜ୍ୟୋତିର୍ମୟୀ ସାହୁ, ୮୦୦ ମି. ରେ  ପୂର୍ଣ୍ଣମା ମହାକୁର, ବାଳିକା ୧୬ ବର୍ଗ ୧୦୦ମି. ରେ ଆଦ୍ୟାସା ନାଏକ, ୩୦୦ ମି. ରେ ସନ୍ତୋଷିନୀ ଖର୍ସେଲ, ସଟଫୁଟରେ ଦୃଷ୍ଟି ଗୋୟଲ, ଜେଭଲିନରେ ଜାଗୃତି ସାହୁ, ଡିସକସରେ ବର୍ଷାରାଣୀ ମିଶ୍ର, ବାଳିକା ୧୪ ବର୍ଗ ୬୦ମି. ରେ ଆଦ୍ୟାସା ଗଡତ୍ୟା, ଲଙ୍ଗଜମ୍ପରେ ଲିଜା ବାଗ, ୬୦୦ ମି. ଓ ହାଇଜମ୍ପରେ ରେ ଜିନା ମାଝି ପ୍ରମୁଖ ପ୍ରଥମ ସ୍ଥାନ ଅଳଙ୍କୃତ କରି ଅତିଥିମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like