-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
15-Dec-2022
ବୀରମହାରାଜପୁର/ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ) ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ଠାରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ଯାପୀଠ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କ୍ରୀଡା ଉତ୍ସବକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ଉଦଘାଟନ କରିଥିଲେ।ଏଥିରେ ଦୌଡ,ଉଚ୍ଚଡିଆଁ,ଲମ୍ବଡିଆଁ,ଡିସକସ ଥ୍ରୋ,ସଟଫୁଟ ଭଳି ବିଭିନ୍ନ ବିଭାଗରେ ଖେଳ ଅନୁଷ୍ଠିତ ହୋଇଥିଲା।ସୁରେନ୍ଦ୍ର ପଧାନ ଓ ଶେଷଦେବ ପଧାନ ଖେଳ ପରିଚାଳନା କରିଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା,ସମ୍ମାନୀତ ଅତିଥି ସ୍ଥାନୀୟ ସରପଞ୍ଚ ସସ୍ମିତା ଦୀପ ଓ କେନଝିରିଆପାଲି ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବିଶି ଉପସ୍ଥିତ ରହି ବାଳକ ବିଭାଗର କୈଳାସ ବାଙ୍କ ଓ ବାଳିକା ବିଭାଗରେ ବିଷ୍ଣୁପ୍ରିୟା ନାଏକଙ୍କୁ ବିଜୟ ସ୍ୱରୂପ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ।ସଭା ପରିଚାଳନା ପ୍ରମୋଦ କୁମାର ପାତ୍ର କରିଥିବା ବେଳେ ଜୀବର୍ଦ୍ଦନ ରଣା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ଯାଳୟର ସମସ୍ତ କର୍ମଚାରୀ ଓ ଛାତ୍ର ସମୂହ ଉପସ୍ଥିତ ରହି ପୁରସ୍କାର ବିତରଣରେ ଅଂଶଗ୍ରହଣ ପ୍ରଦାନ ପୂର୍ବକ ଖେଳ ଉପଭୋଗ କରିଥିଲେ।