-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||     

HOME   ଜିଲ୍ଲା

ମେ ୩ରୁ ୫ ଭୀମଡୁଙ୍ଗୁରିରେ ଅଷ୍ଟମ ଭୀମପାହାଡ ମହୋତ୍ସବ,ଲୋଗୋ ଉନ୍ମୋଚିତ

28-Apr-2022



ବଲାଙ୍ଗୀର,(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁôରି ପର୍ଯ୍ୟଟନସ୍ଥଳିରେ ଆସନ୍ତା ମେ ୩ରୁ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୀମପାହାଡ ମହୋତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ବଲାଙ୍ଗୀର ସାମ୍ବାଦିକଭବନଠାରେ ଭୀମପାହାଡ ମହୋତ୍ସବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ବିଳନୀରେ  ମହୋତ୍ସବର ଲୋଗୋକୁ ଉନ୍ମୋଚନ କରାଯାଇ ଏବିଷୟରେ ସୂଚନା ଦିଆଯାଇଛି । ବଲାଙ୍ଗୀର ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟଅତିଥି ଓ ବରେଣ୍ୟ ଅତିଥି ଭାବରେ ସଂସ୍କୃତିଗବେଷକ ଡ.ଗୁରୁଶ୍ରୀ ଘାସିରାମ ମିଶ୍ର ଓ ଜଗଦାନନ୍ଦ ଛୁରିଆ ଯୋଗଦେଇ ଏହି ଲୋଗୋକୁ ଉନ୍ମୋଚନ କରିଥିଲେ । ମହୋତ୍ସବ କମିଟିର ଉପଦେଷ୍ଟା ଲକ୍ଷ୍ମଣକୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର,ସଂପାଦକ ଗୋବର୍ଦ୍ଧନ ସାହୁ ମଞ୍ଚାସୀନ ଥିଲେ । ଭୀମପାହାଡ ପର୍ଯ୍ୟଟନସ୍ଥଳିର ପ୍ରଚାର ପ୍ରସାର ତଥା ଉନ୍ନୟନ ପାଇଁ କମିଟି ବହୁବର୍ଷ ହେଲା କାମ କରିଆସୁଛି । ସ୍ଥାନୀୟ ଦେଓଗାଁ,ପୁଇଁତଳା ଓ ବଲାଙ୍ଗୀର ବ୍ଲକର ସାଧାରଣଜନତାଙ୍କ ତରଫରୁ ମିଳିତ ଭାବରେ ଏହି ମହୋତ୍ସବ ଆୟୋଜିତ ହେଉଛି । ୨ ତାରିଖରେ ମହୋତ୍ସବ ପାଇଁ ଏକ ମଶାଳଶୋଭାଯାତ୍ରା ଅନୁଷ୍ଠିତ ହେବ । ଉପରଝର ପାଟଖଣ୍ଡା,ଅଠଗାଁର ପୁଡାପାଠ,ମହିମୁଣ୍ଡା କନ୍ଧେନବୁଢି ,କୁମୁରିଆର ସୁଲିଆପୀଠରୁ ମଶାଳ ଶୋଭାଯାତ୍ରାରେ ଆସିବ । ୨ ତାରିଖରେ ଭୀମପାହାଡର ଐତିହାସିକ ପୃଷ୍ଠଭୂମୀ ଉପରେ ଏକ ଆଲୋଚନାଚକ୍ର କରାଯିବ । ଅତିଥି ଭାବରେ ରାଜନେତା ତଥା ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ । ଠିକ ସେହିପରି ରାଜ୍ୟ ତଥା ରାଜ୍ୟବାହାରୁ ସାଂସ୍କୃତିକଦଳ ଗୁଡିକ ଯୋଗଦାବନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ଉପଦେଷ୍ଟା ଲକ୍ଷ୍ମଣକୁମାର ମେହେର ସୂଚନା ଦେଇଥିଲେ । ଗୁରୁଶ୍ରୀ ଡ.ଘାସିରାମ ମିଶ୍ର ଭୀମପାହାଡର ଐତିହାସିକ ପୃଷ୍ଠଭୂମୀ ଉପରେ କହିବା ସହିତ ବଲାଙ୍ଗୀର ଜିଲ୍ଲାର ପୂର୍ବରେ ଭୀମାଶଙ୍କରଙ୍କ ଭୀମପାହାଡପୀଠ ଓ ପଶ୍ଚିମରେ ହରିଶଙ୍କରପୀଠ ଥାଇ ଜିଲ୍ଲାର ଶୋଭାବର୍ଦ୍ଧନ କରୁଛନ୍ତି । ଏହାର ଐତିହ୍ୟ ହିଁ ବଲାଙ୍ଗୀରକୁ ଐତିହ୍ୟପୂର୍ଣ୍ଣ କରିଛି ବୋଲି କହିଥିଲେ । ସେହିପରି ବଲାଙ୍ଗୀର ଜିଲ୍ଲାରେ ସାଂସ୍କୃତିକ ବିଭବ ଭରି ରହିଛି ବୋଲି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ କହିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଦେବକୀ ସାହୁ ତାଙ୍କ ବକ୍ତବ୍ୟରେ ମହୋତ୍ସବର ଉତ୍ତରୋତ୍ତର ଉନ୍ନତି କାମନା କରି ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟିକରିବ ବୋଲି କହିଥିଲେ । ଶେଷରେ କମିଟିର ସଭାପତି ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମକୁନ୍ଦପୁର ସରପଞ୍ଚ ଜାନକି ସାହୁ,ସମିତିସଭ୍ୟ ଅଭିମନ୍ୟୁ ମାଝୀ,ଦେଓଗାଁ ବ୍ଲକଯୁବ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026

You Might Also Like