-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ଜିଲ୍ଲା

ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ସରକାର ସାମ୍ବାଦିକମାନଙ୍କୁ ଆର୍ଥିକ ସୁରକ୍ଷାର ଘୋଷଣା କରନ୍ତୁ 

16-Nov-2020



ବଲାଙ୍ଗିର -କରୋନା ମହାମାରୀ ଯୋଗୁଁ ଆର୍ଥିକ ଅସୁରକ୍ଷା ଦେଖାଦେଇଛି । ବିଭିନ୍ନ ବର୍ଗର ଲୋକେ ଆର୍ଥିକ ଅନଟନରେ ରହୁଛନ୍ତି । ଆଗଧାଡିର କରୋନା ଯୋଦ୍ଧା ଭାବେ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ସମୟରେ ସବୁଠୁ ବେଶି ଆର୍ଥିକ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏଭଳି ସମୟରେ ରାଜ୍ୟ ସରକାର ବା କୌଣସି ବେସରକାରୀ ସଙ୍ଗଠନ ଗଣମାଧ୍ୟମମାନଙ୍କ ପ୍ରତିନିଧିମାନଙ୍କ ପ୍ରତି ସମ୍ବେଦନଶୀଳ ଦେଖାଇ ନାହାନ୍ତି । ତଥାପି ସାମ୍ବାଦିକମାନେ ଦିନରାତି କରୋନା ମହାମାରୀକୁ ଭୃକ୍ଷେପ ନକରି ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାମ୍ବାଦିକମାନଙ୍କ ଆର୍ଥିକ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଜାତୀୟ ପ୍ରେସ ଦିବସରେ ମତପ୍ରକାଶ ପାଇଛି । 
  ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସଂଘର ସମ୍ମିଳନୀ କକ୍ଷ ଠାରେ ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସାଂପ୍ରତିକ କରୋନା ପରିସ୍ଥିତିରେ ସାମାଜିକତା ଦୂରତା ରକ୍ଷା କରି ଜାତୀୟ ପ୍ରେସ ଦିବସକୁ ନିଡାମ୍ବର ଭାବେ ପାଳନ କରାଯାଇଛି । ସଂଘର ସାଧାରଣ ସମ୍ପାଦକ ବଳରାମ ମିଶ୍ରଙ୍କ ସ୍ୱାଗତ ଭାଷଣ ଦେଇଥିଲେ । ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ଉପଦେଷ୍ଟା ସତ୍ୟ ନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ, ନବୀନ କୁମାର ପଶାୟତ, ସମ୍ପାଦକ ରଂଜିତ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ବେହେରା , ଗୋପବନ୍ଧୁ ଶତପଥୀ,ସୁଧିର କୁମାର ମିଶ୍ର, ବିରେନ୍ଦ୍ର କୁମାର ଝାଙ୍କର, କୁନା ବାଗ, ବିଭୁ କଲ୍ୟାଣ ଗଡତ୍ୟା, ପ୍ରଶାନ୍ତ ମହାକୁର ପ୍ରମୁଖ ଜାତୀୟ ସାମ୍ବାଦିକତା ଦିବସ ଅବସରରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । କୋଭିଡ ମହାମାରୀ ସମୟରେ ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ, ସଂଘର ସମସ୍ତ ସଦସ୍ୟ, ସାମ୍ବାଦିକ ଓ ଖବର କାଗଜ ହକର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ରାଜ୍ୟରେ ନୂଆ ଉଦାହରଣ ପ୍ରତିଷ୍ଠା କରିଥିବାରୁ ସମସ୍ତେ ସାଧୁବାଦ ଜଣାଇଥିଲେ 
  ସାମ୍ବାଦିକମାନେ ସମାଜକୁ ସୁଧାର ଆଣିବା ପାଇଁ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସାମ୍ବାଦିମାନଙ୍କ ପ୍ରତି ସରକାର ଉଚିତ୍ ଧ୍ୟାନ ଦେଉନଥିବାରୁ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟରେ କବି, ସାହିତ୍ୟିକ, ଚିତ୍ରକରମାନଙ୍କ ପାଇଁ ଏକାଡେମୀ ଗଠନ ହୋଇଥିବା ବେଳେ ସାମ୍ବାଦିକମାନଙ୍କ ପାଇଁ ପ୍ରେସ ଏକାଡେମୀ ଗଠନ କରିବାକୁ ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ଦାବି ହୋଇଛି । ଏ ଦିଗରେ ସମସ୍ତ ସମ୍ବାଦପତ୍ରର ସମ୍ପାଦକ, ରାଜ୍ୟସ୍ତରୀୟ ସଂଘର କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ନିକଟରେ ପ୍ରେସ ଏକାଡେମୀ ଦାବି ଉପସ୍ଥାପନ ପାଇଁ ସଂଘ ଅନୁରୋଧ କରିଛି । କୋଭିଡ-୧୯ ସମୟରେ ପଶ୍ଚିମ ଓଡିଶାର ବରିଷ୍ଠ ବୟୋଜ୍ୟେଷ୍ଠ ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦ, ଅଭୟ କୁମାର ପାଢୀ, ତ୍ରିବିକ୍ରମ ତ୍ରିପାଠୀ ଓ ମହାମାରୀ କରୋନା ସମୟରେ କାର୍ଯ୍ୟରତ ସାମ୍ବାଦିକ ରାଜ୍ୟର ମୃତ୍ୟୁବରଣ କରିଥିବା ସାମ୍ବାଦିକ ବନ୍ଧୁମାନଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଂଘର କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ସଙ୍ଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ସତ୍ୟ ସୁନ୍ଦର ଭଞ୍ଜ, ସଚ୍ଚିତ୍ତାନନ୍ଦ ବଗର୍ତ୍ତୀ, ମହେନ୍ଦ୍ର ପଧାନ, ସଂଜୟ ମିଶ୍ର, ଚିତ୍ତ ରଂଜନ ସାହୁ, ବିରେନ ନାଗ,ସମ୍ଭୁ ସାହୁ , ଅନ୍ତର୍ଯ୍ୟାମୀ ସାହୁ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ସଂଦୀପ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।   


 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like